Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରକ୍ ଫସଫେଟ, ଏମଓପିର ଖନନ ଏବଂ ପରିଷ୍କରଣ ତଥା ଫସଫରିକ ଏସିଡ/ଡିଏପି/ଏନପିକେ ସାର ଲାଗି ଜୋର୍ଡାନରେ କାରଖାନା ପ୍ରତିଷ୍ଠା ଲାଗି ଭାରତ, ଜୋର୍ଡାନ ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ଭାରତର ଶତ ପ୍ରତିଶତ ଉଠାଣ ଲାଗି ଏକ ଦୀର୍ଘକାଳୀନ ବୁଝାମଣା ସହିତ ରକ ଫସଫେଟ ଏବଂ ଏମଓପିର ଖନନ ଏବଂ ପରିସ୍କରଣ ତଥା ଫସଫରିକ ଏସିଡ /ଡିଏପି/ଏନପିକେ ସାର ଉତ୍ପାଦନ ଲାଗି ଜୋର୍ଡାନରେ କାରଖାନା ପ୍ରତିଷ୍ଠାନ କରିବା ସକାଶେ ଭାରତ ଏବଂ ଜୋର୍ଡାନ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର ହେବ । ଏହି ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।

ଏହି ଏମଓୟୁ ଦ୍ୱାରା ଦେଶର ଆବଶ୍ୟକତା ପୂରଣ ଲାଗି ଉଚିତ ମୂଲ୍ୟରେ କଂଚା ମାଲ, ମଧ୍ୟବର୍ତ୍ତୀ ଉତ୍ପାଦ ଏବଂ ପ୍ରସ୍ତୁତ ହୋଇଥିବା ପିଏଣ୍ଡକେ ସାରର ନିରନ୍ତର ଯୋଗାଣ ସୁନିଶ୍ଚିତ ହୋଇପାରିବ ।

 

**********