Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରୀୟ ସାହାସିକତା ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର 18ଜଣ କୃତି ପିଲାଙ୍କୁ ଜାତୀୟ ସାହାସିକତା ପୁରସ୍କାର ପ୍ରଦାନ କରିଛନ୍ତି । ସେଥିମଧ୍ୟରେ 3ଟି ମରଣୋତ୍ତର ପୁରସ୍କାର ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସାହାସି ପିଲାମାନଙ୍କ ସହ ବେଶ କିଛି ସମୟ ଧରି ମତ ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନଙ୍କର ସାହାସିକ କାର୍ଯ୍ୟ ସମାଜରେ ବହୁ ଆଲୋଚିତ ହେବା ସହ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଛି । ସେମାନେ ଅନ୍ୟ ପିଲାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଏବଂ ସବୁ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ଵାସର ଭାବନା ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାହାସିକତା ପୁରସ୍କାର ପାଇଥିବା ପିଲାଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳର ଏବଂ ସାମାନ୍ୟ ପରିବାରର ପୃଷ୍ଠଭୂମିରୁ ଜନ୍ମ ନେଇଛନ୍ତି । ବୋଧହୁଏ ସେମାନଙ୍କ ପରିବାରର ଦୈନନ୍ଦିନ ଜୀବନ ସଂଗ୍ରାମ ଏହି ପିଲାମାନଙ୍କୁ ସାହାସି ହେବାରେ ଏବଂ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାର ରାହା ଦେଖାଇଛି ।

ସବୁ ପୁରସ୍କାର ବିଜେତା ପିଲା, ଅଭିଭାବକ ଏବଂ ସେମାନଙ୍କ ଶିକ୍ଷକଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ । ସେହିଭଳି ପିଲାମାନଙ୍କର ସାହାସିକ କାର୍ଯ୍ୟ ଲୋକଲୋଚନାକୁ ଆଣିବାରେ ପ୍ରୟାସ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଥିଲେ ।

ଏହି ପୁରସ୍କାର ପାଇ ସମାଜରେ ସୀକୃତ ହୋଇଥିବା ପିଲାମାନଙ୍କଠାରୁ ଆହୁରି ଅନେକ କିଛି ଆଶା କରାଯାଉଛି । ଭବିଷ୍ୟତରେ ଆହୁରି ଉତ୍ତମ କାର୍ଯ୍ୟ କରିବେ ବୋଲି ଆଶା ରହିଛି । ପୁରସ୍କାର ବିଜେତାମାନଙ୍କୁ ସେମାନଙ୍କର ଅଦମ୍ୟ ସାହାସ ପାଇଁ ପ୍ରଧାନମନ୍ତ୍ରୀ ପୁଣି ଥରେ ପ୍ରଶଂସା କରିଥିଲେ ।

ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ମେନକା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । 

 

**********