ବନ୍ଦର ପ୍ରକଳ୍ପଗୁଡ଼ିକୁ ଅଧିକ ନିବେଶକ-ସହଯୋଗୀ କରିବା ଏବଂ ବନ୍ଦର କ୍ଷେତ୍ରରେ ନିବେଶ ପରିବେଶକୁ ଅଧିକ ଆକର୍ଷଣୀୟ କରବା ଲାଗି ଚୁକ୍ତି ରିହାତି ମଡେଲ (ଏମସିଏ)ରେ ସଂଶୋଧନ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।
ପ୍ରମୁଖ ବୈଶିଷ୍ଟ୍ୟ :
ଏମସିଏରେ ଏହି ସଂଶୋଧନ ଫଳରେ ରାଜପଥ କ୍ଷେତ୍ରରେ ରହିଥିବା ବ୍ୟବସ୍ଥା ଭଳି ବିବାଦ ସମାଧାନ ବ୍ୟବସ୍ଥା- ‘ସୋସାଇଟିଜ ଫର ଏଫର୍ଡେବଲ ରିଡ୍ରେସାଲ ଅଫ ଡିସପ୍ୟୁଟ୍ସ (ପୋର୍ଟସ)’ ଗଠନ କରାଯିବ ।
ସଂଶୋଧିତ ଏମସିଏର ଅନ୍ୟ ପ୍ରମୁଖ ବିଶେଷତ୍ୱଗୁଡ଼ିକ ନିମ୍ନରେ ଦିଆଗଲା-:
2.ରିହାତିଧାରୀଙ୍କୁ ଅତିରିକ୍ତ ଭୂମି ବ୍ୟବସ୍ଥା ଅଧୀନରେ, ପ୍ରସ୍ତାବିତ ଅତିରିକ୍ତ ଜମି ଉପରେ ଲାଗୁ ହେଉଥିବା ଦର ଅନୁଯାୟୀ ଜମିର ଭଡ଼ା 200%ରୁ ହ୍ରାସ କରି 120% କରିଦିଆଯାଇଛି ।
କ) ଟିଏଏମପି ନିର୍ଦ୍ଦେଶ/ଗାଇଡଲାଇନ, ପରିବେଶ ଆଇନ ଏବଂ ଶ୍ରମ ଆଇନରୁ ଆସୁଥିବା ପରିସ୍ଥିତି ଏବଂ ମାନକ ଲାଗୁ ଏବଂ
ଖ) ରିହାତିଧାରୀଙ୍କ କ୍ଷତିପୂରଣ ପାଇଁ ନୂଆ ଟିକସ, ଶୁଳ୍କ ଲାଗୁ ଏବଂ ବୃଦ୍ଧି ଆଦି । ପ୍ରକଳ୍ପ ପ୍ରଭାବିତ ହେଲେ ରିହାତିଧାରୀମାନଙ୍କୁ ନୂଆ ଟିକସ, ଶୁଳ୍କ ଆଦିର ବୃଦ୍ଧି ପାଇଁ କ୍ଷତିପୂରଣ ପ୍ରଦାନ କରାଯିବ । ତେବେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ / ବୃଦ୍ଧି ହେଉଥିବା ପ୍ରତ୍ୟକ୍ଷ କର ପାଇଁ ରିହାତି ମିଳିବ ନାହିଁ ।
8.ସିଓଡି ପୂର୍ବରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ବିଧିବଦ୍ଧ ସମ୍ପୂର୍ଣ୍ଣ ପ୍ରମାଣପତ୍ର ମିଳିବା ପୂର୍ବରୁ ଅଧିକାଂଶ ପ୍ରକଳ୍ପ ପାଇଁ ବନ୍ଦରଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଉଥିବା ପରିସମ୍ପତିର ସୁବିନିଯୋଗ ହୋଇପାରିବ ।
ଗତ 20 ବର୍ଷ ଧରି ବନ୍ଦର କ୍ଷେତ୍ରରେ ପିପିପି ପ୍ରକଳ୍ପଗୁଡ଼ିକର ପରିଚାଳନାର ଅଭିଜ୍ଞତା ଏବଂ ବର୍ତ୍ତମାନର ଏମସିଏରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ଲାଗି ଏହି ସଂଶୋଧାନ ପାଇଁ ପ୍ରସ୍ତାବ ଆଗତ କରାଯାଇଛି । ଅଂଶୀଦାରମାନଙ୍କ ସହିତ ଦୀର୍ଘ ଆଲୋଚନା ପରେ ଏମସିଏରେ ଏହି ସଂଶୋଧନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି ।
**********