Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାମ୍ମୁ-କାଶ୍ମୀର ସ୍କୁଲ ପିଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ଜାମ୍ମୁ-କାଶ୍ମୀରର ଶ୍ରୀନଗରରୁ ଆସିଥିବା 30 ଜଣ ସ୍କୁଲ ଛାତ୍ରୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ।

ବର୍ତ୍ତମାନ ଏହି ଛାତ୍ରୀମାନେ ଭାରତୀୟ ସେନା ଦ୍ୱାରା ନିୟମିତ ଭାବେ ଆୟୋଜନ କରାଯାଉଥିବା ଅପରେସନ ସଦ୍ଭାବନା କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଛାତ୍ରୀମାନଙ୍କ ସହ ବିଭିନ୍ନ ବିଷୟରେ ମତ ବିନିମୟ କରିଥିଲେ । ଶିକ୍ଷା, ବିଶେଷ କରି ଶିଶୁକନ୍ୟାଙ୍କ ଶିକ୍ଷା, ସ୍ୱଚ୍ଛ ଭାରତ ଏବଂ ସେମାନଙ୍କ ସ୍ୱପ୍ନ ଓ ଆଶା ଆକାଂକ୍ଷା ସମ୍ପର୍କରେ ସେ କହିଥିଲେ ।

ଏହି ପ୍ରତ୍ୟକ୍ଷ ଆଲୋଚନା କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ଦ୍ୱାରା ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତରରେ ଶିଶୁ କନ୍ୟାର ଶିକ୍ଷା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସ୍ୱଚ୍ଛ ଭାରତ ମିଶନ ଜରିଆରେ ସ୍ୱାସ୍ଥ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମିଳୁଥିବା ବିଭିନ୍ନ ଆନୁସଙ୍ଗିକ ଲାଭ ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ । ଯୋଗ ମାଧ୍ୟମରେ ଏକାଗ୍ରତାରେ ଉନ୍ନତି ଅଣାଯାଇପାରିବ ବୋଲି ସେ କହିଥିଲେ ।

ଜାମ୍ମୁ ଓ କାଶ୍ମୀରର ଯୁବପିଢ଼ି ଏବେ ଅଧିକ ସଂଖ୍ୟାରେ ପ୍ରଶାସନିକ ସେବାରେ ଯୋଗ ଦେଉଛନ୍ତି ଏବଂ କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କ ନିକଟରେ ଅପାର ସମ୍ଭାବନା ରହିଥିବା ପ୍ରମାଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଏକ ଉଜ୍ଜ୍ୱଳ ଭବିଷ୍ୟତ ରହିଛି ଏବଂ ଜାମ୍ମୁ ଓ କାଶ୍ମୀରର ଶିଶୁ ଏବଂ ଯୁବକଙ୍କର ଦେଶ ପ୍ରତି ଯଥେଷ୍ଟ ଅବଦାନ ରହିଛି ।

*****