ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ପ୍ରାୟୋଜିତ ଯୋଜନା – ରାଷ୍ଟ୍ରୀୟ ଆୟୁଷ ମିଶନକୁ 1 ଏପ୍ରିଲ, 2017 ଠାରୁ 31 ମାର୍ଚ୍ଚ, 2020 ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିପାଇଁ ତିନି ବର୍ଷର ଅବଧି ସମୟରେ 2400 କୋଟି ଟଙ୍କା ବ୍ୟୟ କରାଯିବ । ମିଶନକୁ ସେପ୍ଟେମ୍ବର, 2014ରେ ଆରମ୍ଭ କରାଯାଇଥିଲା ।
ବିଶେଷତ୍ୱ :
ରାଷ୍ଟ୍ରୀୟ ଆୟୁଷ ମିଶନର କାର୍ଯ୍ୟାନ୍ୱୟନ ଆୟୁଷ ମନ୍ତ୍ରଣାଳୟ ଦ୍ୱରା କରାଯାଉଛି । ଏହାର ଉଦ୍ଦେଶ୍ୟ ଶସ୍ତା ଆୟୁଷ ସେବା ଉପଲବ୍ଧ କରାଇବା, ଯାହା ସମସ୍ତଙ୍କ ନିକଟରେ ପହଁଚିପାରୁଥିବ । ଏହାର ଅନ୍ୟ ବିଶେଷତ୍ୱ ଏହିପରି : –
-ଆୟୁଷ ହସପିଟାଲ ଏବଂ ଡିସ୍ପେନସରିଗୁଡ଼ିକର ଉନ୍ନତିକରଣ
-ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ଚିକିତ୍ସାଳୟଗୁଡ଼ିକରେ ଆୟୁଷ ସୁବିଧା ।
-ଆୟୁଷ ଶିକ୍ଷାନୁଷ୍ଠାନ, ରାଜ୍ୟ ସରକାର, ଆୟୁର୍ବେଦ, ସିଦ୍ଧ, ୟୁନାନୀ ଏବଂ ହୋମିଓପାଥୀ ଫାର୍ମାସୀଗୁଡ଼ିକର ଉନ୍ନତିକରଣ ଜରିଆରେ ରାଜ୍ୟସ୍ତରରେ ସଂସ୍ଥାଗତ କ୍ଷମତାକୁ ସୁଦୃଢ଼ କରିବା ।
-ଆୟୁର୍ବେଦ, ସିଦ୍ଧ, ୟୁନାନୀ ଏବଂ ହୋମିଓପାଥି ପ୍ରବର୍ତ୍ତନ ପ୍ରଣାଳୀ ଏବଂ ଔଷଧ ଯାଂଚ ଗବେଷଣାଗାର ପ୍ରତିଷ୍ଠା ।
-ଉତ୍ତମ କୃଷି ପଦ୍ଧତିକୁ ଆପଣାଇ ଜଡ଼ିବୁଟି ଚାଷକୁ ସହଯୋଗ, ଯାହାଦ୍ୱାରା ଏହାର ସଂରକ୍ଷଣ ଏବଂ ବିତରଣ ବ୍ୟବସ୍ଥା ବିକାଶ ତଥା କଂଚା ମାଲର ଲଗାତାର ଯୋଗାଣ ସମ୍ଭବ ହୋଇପାରିବ ।
ରାଷ୍ଟ୍ରୀୟ ଆୟୁଷ ମିଶନ ଦେଶରେ ବିଶେଷ କରି ଅବହେଳିତ ଏବଂ ଉପାନ୍ତ ଅଂଚଳରେ ଆୟୁଷ ସ୍ୱାସ୍ଥ୍ୟ ସେବା/ଶିକ୍ଷା ଉପଲବ୍ଧ କରାଇ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ସରକାରଙ୍କ ପ୍ରୟାସକୁ ସମର୍ଥନ ଯୋଗାଇ ଦେଉଛି । ଯାହାଦ୍ୱାରା ସ୍ୱାସ୍ଥ୍ୟସେବାର ବ୍ୟବଧାନକୁ ଦୂର କରାଯାଇପାରିବ । ମିଶନ ଅନ୍ତର୍ଗତ ଏସବୁ ଅଂଚଳ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏହାବ୍ୟତୀତ ବାର୍ଷିକ ଯୋଜନା ନିମନ୍ତେ ଅଧିକ ସମ୍ବଳ ଯୋଗାଡ଼ କରିବା ଲାଗି ବ୍ୟବସ୍ଥା କରାଯାଉଛି ।
ମିଶନର ସମ୍ଭାବ୍ୟ ପରିଣାମ ଏହିପରି :-
**********