Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୃଷି ଓ ଫାଇଟୋସାନିଟେରୀ କ୍ଷେତ୍ରରେ ଭାରତ, ଇଟାଲୀ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ଏବଂ ଫାଇଟୋସାନିଟାର କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଏବଂ ଇଟାଲୀ ମଧ୍ୟରେ ସ୍ୱାକ୍ଷର ହୋଇଥିବା ବୁଝାମଣା(ଏମଓୟୁ)କୁ ଅନୁମୋଦନ ମିଳିଛି । 2008ରେ ସ୍ୱାକ୍ଷରିତ ଏମଓୟୁ ଜାନୁଆରୀ, 2018 ରେ ଶେଷ ହେବାକୁ ଯାଉଛି । ତା’ସ୍ଥାନରେ ନୂତନ ଏମଓୟୁ ସ୍ଥାନ ନେବ ।

ଦୁଇ ଦେଶ ମଧ୍ୟରେ ଏହି ଏମଓୟୁ ଦ୍ୱାରା ଫାଇଟୋସାନିଟେରୀ ବା କୃଷିସଂଲଗ୍ନ ପରିମଳ, କୃଷି ଉତ୍ପାଦନ ଏବଂ ପଶୁ ପାଳନ, କୃଷି ଅନୁସନ୍ଧାନ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଦୁଇ ପକ୍ଷ ଦ୍ୱାରା ଆପୋସ ଭାବେ ନିଷ୍ପତ୍ତି ନିଆଯାଇଥିବା ଅନ୍ୟ କ୍ଷେତ୍ର ସହିତ ଦ୍ୱିତୀୟ କ୍ଷେତ୍ରର ବୃହତ ଶୃଙ୍ଖଳାକୁ ମଧ୍ୟ ସାମିଲ କରିବାର ବ୍ୟବସ୍ଥା କରାଯାଇଛି ।

ଏହି ଏମଓୟୁରେ କୃଷି ଏବଂ ଗ୍ରାମ୍ୟ ବିକାଶ ସମ୍ବନ୍ଧିତ ସୂଚନା ଆଦାନପ୍ରଦାନ, ପ୍ରଯୁକ୍ତି ଆଦାନପ୍ରଦାନ ପ୍ରକ୍ରିୟାର ସୁଦୃଢ଼ୀକରଣ ଏବଂ କୃଷି ଯାନ୍ତ୍ରିକୀକରଣ/ଫାର୍ମ ମେସିନ ଏବଂ କୃଷିଭିତ୍ତିକ ଶିଳ୍ପ ଭିତ୍ତିଭୂମି, ବୈଷୟିକ ବାଧାର ପରିସମାପ୍ତି ତଥା ଆଧୁନିକ ବୈଜ୍ଞାନିକ ଗବେଷଣା ଏବଂ କାର୍ଯ୍ୟ ତଥା ପ୍ରଯୁକ୍ତି ଆଦି ସହିତ ପଶୁପାଳନ କ୍ଷେତ୍ରରେ ଅର୍ଜିତ ଅଭିଜ୍ଞତାର ଆଦାନପ୍ରଦାନ ବ୍ୟବସ୍ଥା କରାଯାଇଛି ।

ଏହି ବୁଝାମଣାପତ୍ରରେ କୃଷି ସହଯୋଗ ନିମନ୍ତେ ଦୀର୍ଘକାଳୀନ ପଦକ୍ଷେପ ଉପରେ ବିଚାର କରିବା ସହିତ ବିଶିଷ୍ଟ ସଂଯୁକ୍ତ ପ୍ରକ୍ରିୟାରେ ଫାଇଟୋସାନିଟାରୀ ବିପଦ ହ୍ରାସ କରିବାରେ ଆଖିଦୃଶିଆ ସହଯୋଗ ନିମେନ୍ତ କୃଷି କ୍ଷେତ୍ରରେ ଦ୍ୱିପାକ୍ଷିକ ଆଦାନପ୍ରଦାନ ଲାଗି ଏକ ମିଳିତ କାର୍ଯ୍ୟଗୋଷ୍ଠୀ ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଇଛି ।

ଏହାଦ୍ୱାରା ଦୁଇ ଦେଶର ସରକାରୀ ଏଜେନ୍ସୀ, ବୈଜ୍ଞାନିକ ଏବଂ ଶୈକ୍ଷିକ ସଂସ୍ଥା ଏବଂ ବ୍ୟବସାୟିକ ଗୋଷ୍ଠୀ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହନ ଓ ସୁବିଧା ମିଳିପାରିବ । ଏମାନେ ତତସମ୍ବନ୍ଧୀୟ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ସହଯୋଗକୁ ଆଗେଇ ନେଇପାରିବେ ।