ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତିନୋଟି ଆର୍ଥିକ ବର୍ଷ (2017-18 ଆର୍ଥିକ ବର୍ଷ ଠାରୁ ଆରମ୍ଭ କରି 2019-20 ଆର୍ଥିକ ବର୍ଷ ପର୍ଯ୍ୟନ୍ତ) ପାଇଁ ଭାରତୀୟ ଔଦ୍ୟୋଗିକ ବ୍ୟାପାର ପ୍ରତିଷ୍ଠାନ (IICA) ଯୋଜନାକୁ ଜାରି ରଖିବା ଏବଂ ଏହି ପ୍ରତିଷ୍ଠାନକୁ 18 କୋଟି ଟଙ୍କାର ଅନୁଦାନ ସହାୟତା ପ୍ରଦାନ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହାଦ୍ୱାରା 2019-20 ଆର୍ଥିକ ବର୍ଷର ଶେଷ ସୁଦ୍ଧା ଏହି ପ୍ରତିଷ୍ଠାନ ଆତ୍ମନିର୍ଭରଶୀଳ ହୋଇପାରିବ ।
ପ୍ରଭାବ:
– କର୍ପୋରେଟ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ମଧ୍ୟରେ ସାର୍ବଜନୀନ ଏବଂ ଘରୋଇ କ୍ଷେତ୍ରର ଭାଗିଦାରୀ ଦ୍ୱାରା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ହେଉଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଗବେଷଣାତ୍ମକ ଗତିବିଧି ଏବଂ ପ୍ରକଳ୍ପଗୁଡ଼ିକର ବିକାଶ କରାଯିବ ଏବଂ ଏହାର ଫଳସ୍ୱରୂପ ଛାତ୍ରଛାତ୍ରୀଙ୍କ ସହିତ ପେଶାଦାରଙ୍କ ନିୟୋଜନରେ ମଧ୍ୟ ବୃଦ୍ଧି ଘଟିବ ।
– ପ୍ରତିଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ନିଜ ପ୍ରତିଷ୍ଠାନ ଏବଂ ରାଜସ୍ୱରେ ବୃଦ୍ଧି କରିବା ସହିତ କର୍ପୋରେଟ ଆଇନ କ୍ଷେତ୍ରରେ ଏକ ପ୍ରସିଦ୍ଧ ପ୍ରତିଷ୍ଠାନ ତିଆରି କରିବା ।
– IICAକୁ ଏକ ଜାତୀୟ ସ୍ତରର ଗୁରୁତ୍ୱ ବହନ କରୁଥିବା ପ୍ରତିଷ୍ଠାନରେ ପରିଣତ କରିବା ସହିତ ଏହାକୁ ବିକାଶର ଇଞ୍ଜିନରେ ପରିଣତ କରିବା ଓ ଏହା ମାଧ୍ୟମରେ ଆର୍ଥିକ ଗତିବିଧିକୁ ବିସ୍ତାର କରିବା ଲାଗି ପରିକଳ୍ପନା ହୋଇଛି ।
-ପେଶାଦାର କ୍ଷମତାରେ ଉନ୍ନତି ଦ୍ୱାରା ବିଦେଶ ସହିତ ବିକାଶ ଲାଭ କରୁଥିବା କର୍ପୋରେଟ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପ୍ରାପ୍ତ କରିବାରେ ପେଶାଦାରଙ୍କୁ ମଧ୍ୟ ସହାୟତା ମିଳିପାରିବ ବୋଲି ଆଶା କରାଯାଉଛି ।
**********