Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଗ୍ରସ୍ତ, ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ

ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଗ୍ରସ୍ତ, ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ

ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଗ୍ରସ୍ତ, ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ

ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଗ୍ରସ୍ତ, ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେଦାରନାଥ ଗସ୍ତରେ ଯାଇଥିଲେ । ସେ କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ 5ଟି ଭିତ୍ତିଭୂମି ଓ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏଥିମଧ୍ୟରେ ରହିଛି ମନ୍ଦାକିନୀ ନଦୀ ଜଳଧାରଣ ପାଇଁ ପାଚେରି ଏବଂ ନଦୀ ଘାଟ; ସରସ୍ୱତୀ ନଦୀ ଉପରେ ଜଳଧାରଣ ପାଚେରି ଏବଂ ଘାଟ; କେଦାରନାଥ ମନ୍ଦିରକୁ ମୁଖ୍ୟ ପ୍ରବେଶ ରାସ୍ତା ନିର୍ମାଣ, ଶଙ୍କରାଚାର୍ଯ୍ୟ କୁଟୀର ଏବଂ ଶଙ୍କରାଚାର୍ଯ୍ୟ ସଂଗ୍ରହାଳୟ ତଥା କେଦାରନାଥ ମନ୍ଦିର ପୁରୋହିତମାନଙ୍କ ପାଇଁ ଆବାସ ନିର୍ମାଣ । କେଦାରପୁରୀ ନବନିର୍ମାଣ ପ୍ରକଳ୍ପ ସମ୍ପର୍କରେ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।
ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀପାବଳି ପରଦିନ କେଦାରନାଥକୁ ଆସି ସେ ଅତ୍ୟନ୍ତ ଆନନ୍ଦିତ । ଆଜି ଗୁଜରାଟରେ ନୂଆ ବର୍ଷ ଆରମ୍ଭ ସମାରୋହ ପାଳନ କରାଯାଉଛି । ଏହି ଅବସରରେ ସେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଗୁଜରାଟୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ମାନବ ସେବା ହିଁ ମାଧବ ସେବା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ 2022ରେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା ଲାଗି ନିଜକୁ ସମର୍ପିତ କରିବା ଲାଗି ଶପଥ ନେଇଥିଲେ । 2013ର ପ୍ରାକୃତିକ ଦୁର୍ବିପାକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟ ମୁଖ୍ୟମନ୍ତ୍ରୀ ହିସାବରେ ସେ ସେତେବେଳେ ଯାହାକିଛି କରିପାରିଥାଆନ୍ତେ ତାହା କରିବାକୁ ଆସିଥିଲେ । ପୁନଃନିର୍ମାଣ ପ୍ରୟାସରେ ଗୁଜରାଟ ରାଜ୍ୟ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ ।

କେଦାରନାଥରେ ଯେଉଁସବୁ ବିକାଶ କାର୍ଯ୍ୟ କରାଯାଉଛି, ତାହା ଏହି ଅଂଚଳକୁ ଏକ ଆଦର୍ଶ ତୀର୍ଥସ୍ଥଳୀରେ ପରିଣତ କରିବ । ଏଠାରେ ମୌଳିକ ସୁବିଧା ଏବଂ ପୂଜାରୀଙ୍କ କଲ୍ୟାଣ ପାଇଁ ଭିତ୍ତିଭୂମି ବିକଶିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ କେଦାରନାଥରେ ନିର୍ମାଣ ହେଉଥିବା ଭିତ୍ତିଭୂମି ଉନ୍ନତ ମାନର ଏବଂ ଆଧୁନିକ ହେବ । ତଥାପି ଏହା ପରମ୍ପରାକୁ ସଂରକ୍ଷିତ କରି ରଖିବ ଏବଂ ପରିବେଶକୁ ନଷ୍ଟ କରିବ ନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧ୍ୟାତ୍ମିକତା, ଦୁଃସାହସିକ କ୍ରୀଡ଼ା ଏବଂ ପର୍ଯ୍ୟଟନ ତଥା ପ୍ରକୃତିପ୍ରେମୀଙ୍କ ପାଇଁ ହିମାଳୟରେ ଅନେକ କିଛି ରହିଛି । ସେ ସମସ୍ତଙ୍କୁ ହିମାଳୟ ଆସି ନୂଆ ଆବିଷ୍କାର କରିବାକୁ ଆହ୍ୱାନ ଜଣାଇଥିଲେ ।

ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟପାଳ ଡ.କେ.କେ.ପଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଉପସ୍ଥିତ ଥିଲେ ।

**********