ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କାଣ୍ଡଲା ବନ୍ଦରକୁ ଦୀନଦୟାଲ ବନ୍ଦର ନାଁରେ ନାମିତ କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଭାରତରେ ବନ୍ଦରର ନାଁ ପ୍ରାୟତଃ ଉକ୍ତ ସହର ଅବା ନଗର ନାମରେ ନାମିତ ହୋଇଥାଏ ଯେଉଁଠି ଏହା ଅବସ୍ଥିତ । ତଥାପି ସରକାର ବିଶେଷ କ୍ଷେତ୍ରରେ ଆବଶ୍ୟକ ବିଚାରବିମର୍ଶ କରି ଅତୀତରେ ଅନେକ ବନ୍ଦରର ନାଁ ପରିବର୍ତ୍ତନ କରି ମହାନ ନେତାଙ୍କ ନାମରେ ନାମିତ କରିଛନ୍ତି ।
କାଣ୍ଡଲା ପୋର୍ଟର ନାମ ‘ଦୀନଦୟାଲ ପୋର୍ଟ, କାଣ୍ଡଲା’ କରାଯିବା ଦ୍ୱାରା ରାଷ୍ଟ୍ରର ଏହି ମହାନ ସୁପୁତ୍ର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅମୂଲ୍ୟ ଯୋଗଦାନକୁ ଦେଶ ମନେରଖିବ । ଏହାଦ୍ୱାରା ଗୁଜରାଟର ଲୋକମାନେ ବିଶେଷକରି ଯୁବବର୍ଗଙ୍କୁ ପ୍ରେରଣା ମିଳିବ, ଯେଉଁମାନେ ଏହି ମହାନ ନେତାଙ୍କ ଯୋଗଦାନ ସହ ଭଲଭାବେ ପରିଚିତ ନୁହଁନ୍ତି । ସୂଚନାଯୋଗ୍ୟ ଗୁଜରାଟର ବିଭିନ୍ନ ବର୍ଗର ସାଧାରଣ ଲୋକ ବିଶେଷକରି କଚ୍ଛ ଜିଲ୍ଲାର ଲୋକମାନେ କାଣ୍ଡଲା ବନ୍ଦରର ନାଁ ଦୀନଦୟାଲ ବନ୍ଦର କାଣ୍ଡଲା ରଖିବା ପାଇଁ ଦାବି କରିଆସୁଥିଲେ । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ (25.09.1916 – 01.02.1968) ଜଣେ ମହାନ ନେତା ଥିଲେ ଯିଏକି ଦେଶ ସେବା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ।
*****