ମହମହିମ ରାଷ୍ଟ୍ରପତି ମହୋଦୟା, ବିଶିଷ୍ଟ ଅତିଥିଗଣ
ଗଣମାଧ୍ୟମର ସଦସ୍ୟ,
ରାଷ୍ଟ୍ରପତି ମହୋଦୟା ଏବଂ ତାଙ୍କ ପ୍ରତିନିଧିମଣ୍ଡଳୀକୁ ଭାରତରେ ସ୍ୱାଗତ କରି ମୁଁ ବେଶ ଆନନ୍ଦ ଅନୁଭବ କରୁଛି ।
ମହାମହିମ,
ଭାରତ ଆପଣଙ୍କ ପାଇଁ ନୂଆ ନୁହେଁ, ଆପଣ ପୂର୍ବରୁ ମଧ୍ୟ ଅନେକ ଥର ଭାରତ ଗସ୍ତ କରିସାରିଛନ୍ତି । କିନ୍ତୁ ରାଷ୍ଟ୍ରପତି ଭାବେ ଆପଣଙ୍କ ଏହି ଗସ୍ତ ଏପରି ଏକ ସମୟରେ ହୋଇଛି ଯେତେବେଳେ ଆମେ ଭାରତ ସ୍ୱାଧୀନତାର 70 ବର୍ଷ ପୂରଣ ହେବାର ଉତ୍ସବ ପାଳନ କରୁଛୁ । ଏହା ଭାରତ-ସ୍ୱିଜରଲାଣ୍ଡ ବନ୍ଧୁତା ଏବଂ ସଂସ୍ଥାପନ ଚୁକ୍ତିର ସାତ ଦଶନ୍ଧୀ ପୂରଣ ହେବାର ସମୟ । ଆମେ ଆଶା କରୁ ଯେ ଆପଣଙ୍କ ଏହି ଗସ୍ତ ଆପଣଙ୍କୁ ସେହିପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଆତିଥେୟତାର ଅନୁଭବ ଦେବ ଯେପରି ମୋତେ 2016ରେ ନିଜ ସ୍ୱିଜରଲାଣ୍ଡ ଗସ୍ତ ସମୟରେ ମିଳିଥିଲା ।
ମୁଁ ଏହା ଦେଖି ହାର୍ଦ୍ଦିକ ଭାବେ ପ୍ରସନ୍ନ ଯେ ଉଭୟ ପକ୍ଷର ଇଚ୍ଛା ସମସ୍ତ ସ୍ତରରେ ଘନିଷ୍ଠ ସମ୍ପର୍କ ବଜାୟ ରଖିବାକୁ ରହିଛି ।
ବନ୍ଧୁଗଣ,
ଆଜି ଆମେ ଦ୍ୱିପାକ୍ଷିକ, ଆଂଚଳିକ ଏବଂ ଜାଗତିକ ପ୍ରସଙ୍ଗରେ ବ୍ୟାପକ ଏବଂ ସାର୍ଥକ ଆଲୋଚନା କରିଛୁ । ଏହି ଯାତ୍ରା ଦ୍ୱାରା, ଆମର ମଜଭୂତ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଆଗକୁ ବଢ଼ିଛି ।
ଭୌଗଳିକ ପ୍ରସାର ଏବଂ ନିରସ୍ତ୍ରୀକରଣ ଭଳି ପ୍ରସଙ୍ଗ ଭାରତ ଏବଂ ସ୍ୱିଜରଲାଣ୍ଡ – ଉଭୟଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହି ସନ୍ଦର୍ଭରେ, ଆମେ ଏମଟିସିଆରରେ ଭାରତର ସଦସ୍ୟତା ଲାଗି ସ୍ୱିଜରଲାଣ୍ଡର ସମର୍ଥନ ପାଇଁ ବେଶ କୃତଜ୍ଞ ।
ଆମେ ଭାରତ ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଗଠନ ମଧ୍ୟରେ ହୋଇଥିବା ବାଣିଜ୍ୟ ଏବଂ ଅର୍ଥନୈତିକ ଭାଗିଦାରୀ ଚୁକ୍ତି ଉପରେ ମଧ୍ୟ ଚର୍ଚ୍ଚା କରିଲୁ । ଏହି ଚୁକ୍ତିର ବ୍ୟବସ୍ଥା ଉପରେ ପୂର୍ବରୁ ଆଲୋଚନା ଆରମ୍ଭ ହୋଇସାରିଛି । ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ଉଭୟ ପକ୍ଷ ଏହି ଦୁଇ ଚୁକ୍ତିକୁ ସମ୍ପୂର୍ଣ୍ଣ କରିବା ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ଆଜି ସାରା ବିଶ୍ୱ ସମ୍ମୁଖରେ ଅର୍ଥନୈତିକ କାରବାରରେ ପାରଦର୍ଶିତା ସମ୍ପର୍କରେ ଚିନ୍ତା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ତାହା କଳାଧନ ହେଉ କିମ୍ବା ଅଶୁଦ୍ଧ ଧନ, ବେଆଇନ ଅର୍ଥ କାରବାର ହେଉ କିମ୍ବା ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ସମ୍ବନ୍ଧୀୟ ଅର୍ଥ । ଏହି ଜାଗତିକ ଅଭିଶାପର ମୁକାବିଲା କରିବା ଲାଗି ସ୍ୱିଜରଲାଣ୍ଡ ସହିତ ଆମର ସହଯୋଗ ଜାରି ରହିଛି ।
ଗତବର୍ଷ ଆମେ ଟିକସ ସମ୍ବନ୍ଧୀୟ ସୂଚନା ସ୍ୱୟଂକ୍ରିୟ ଆଦାନପ୍ରଦାନ ବ୍ୟବସ୍ଥା ନିମନ୍ତେ ଏହି ମିଳିତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲୁ । ଏହା ଅନ୍ତର୍ଗତ ସ୍ୱିଜରଲାଣ୍ଡରେ ଆଭ୍ୟନ୍ତରୀଣ ପ୍ରକ୍ରିୟା ପୂରଣ ହେବା ପରେ ସୂଚନା ଆମ ପାଖକୁ ସ୍ୱୟଂକ୍ରିୟ ଆଧାରରେ ଆସିପାରିବ । ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆମ ଆର୍ଥିକ ସମ୍ପର୍କର ଏକ ମହତ୍ୱପୂର୍ଣ୍ଣ ଆଧାର ଅଟେ ଏବଂ ସ୍ୱିଜରଲାଣ୍ଡ ନିବେଶକଙ୍କୁ ଭାରତ ବିଶେଷ ଭାବେ ସ୍ୱାଗତ କରୁଅଛି । ଏହି ସନ୍ଦର୍ଭରେ, ଆମେ ଏକ ନୂଆ ଦ୍ୱିପାକ୍ଷିକ ନିବେଶ ସନ୍ଧି ଉପରେ ଆଲୋଚନା ଜାରି ରଖିବାର ଆବଶ୍ୟକତା ନେଇ ସହମତ ହୋଇଛୁ । ଭାରତର ଅଭିବୃଦ୍ଧି ଏବଂ ବିକାଶରେ ସହଭାଗୀ ହେବା ଲାଗି ସ୍ୱିଜରଲାଣ୍ଡର କମ୍ପାନୀମାନଙ୍କ ନିକଟରେ ଅନେକ ସୁଯୋଗ ରହିଛି ।
ଆଜି ଦୁଇ ଦେଶର ବ୍ୟବସାୟିକ ନେତୃତ୍ୱ ସହିତ ଆମର ଆଲୋଚନା ସମୟରେ ଆମେ ଏହା ଅନୁଭବ କଲୁ ଯେ ସେମାନଙ୍କ ମଧ୍ୟରେ ପରସ୍ପର ଲାଭ ନିମନ୍ତେ ବ୍ୟବସାୟରୁ ବ୍ୟବସାୟ ସହଭାଗିତାକୁ ଲଗାତାର ବଢ଼ାଇବା ଲାଗି ଭରପୂର ଇଚ୍ଛା ରହିଛି । ସେମାନେ ଭାରତୀୟ ପାରମ୍ପରିକ ଔଷଧ, ବିଶେଷ କରି ଆୟୁର୍ବେଦ, ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ ଦେବାରେ ବଡ଼ ଭୂମିକା ତୁଲାଇପାରିବେ । ମୁଁ ଖୁସି ଯେ ସ୍ୱିଜରଲାଣ୍ଡ ଆୟୁର୍ବେଦକୁ ମାନ୍ୟତା ଦେଇଛି ତଥା ଏହି ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ଆହୁରି ଅଧିକ ସହଯୋଗ ନିମନ୍ତେ ଉତ୍ସୁକ ଅଛି ।
ଧନ୍ଦାମୂଳକ ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ସ୍ୱିଜରଲାଣ୍ଡ ଭାରତଠାରୁ ଲାଭ ନେବା ଲାଗି SkillSonics ଭଳି ମିଳିତ ପଦକ୍ଷେପ ହାତକୁ ନିଆଯାଇଥିଲା ଯାହା ଅନ୍ତର୍ଗତ 5 ହଜାରରୁ ଅଧିକ ଭାରତୀୟ ଲାଭ ଉଠାଇସାରିଛନ୍ତି । ଏହି ମଡେଲକୁ ବ୍ୟାପକ କରିବା ଦିଗରେ ଆମ ଆହୁରି ସହଯୋଗ କରିବା ଲାଗି ଇଚ୍ଛୁକ ।
ସାଥୀଗଣ,
ଜଳବାୟୁ ପରିବର୍ତ୍ତନ ଏକ ବଡ଼ ଆହ୍ୱାନ – ସବୁଦେଶ ଏହାର ସମ୍ମୁଖୀନ ହେଉଛନ୍ତି । ସାଧାରଣ କିନ୍ତୁ ବିବିଧ ଉତ୍ତରଦାୟିତ୍ୱର ସିଦ୍ଧାନ୍ତ ପ୍ରତି ଧ୍ୟାନ ଦେଇ, ଆମେ ପ୍ୟାରିସ ଚୁକ୍ତି ଲାଗୁ କରିବାର ଆବଶ୍ୟକତା ଏବଂ ଏହାର କାର୍ଯ୍ୟକାରୀତାର ପ୍ରଣାଳୀ ବିକଶିତ କରିବା ଲାଗି ସାଥୀ ହୋଇ କାମ କରିବା ନିମନ୍ତେ ସହମତ ହୋଇଛୁ । ଭାରତକୁ ନିଜ ବୃଦ୍ଧି ପାଉଥିବା ସ୍ୱଚ୍ଛ ଶକ୍ତିର ଆବଶ୍ୟକତା ପୂରଣ କରିବା ଲାଗି ପରମାଣୁ ଯୋଗାଣ ଗୋଷ୍ଠୀର ସଦସ୍ୟତାରୁ ସହାୟତା ମିଳିବ । ଏହି ସନ୍ଦର୍ଭରେ ଏନଏସଜିର ସଦସ୍ୟତା ପାଇଁ ସ୍ୱିଜରଲାଣ୍ଡର ଲଗାତାର ସମର୍ଥନ ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ।
ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ପଦକ୍ଷେପ ଏବଂ 2022 ସୁଦ୍ଧା 175 ଗିଗାୱାଟ ନବୀକରଣ ଶକ୍ତିର ଲକ୍ଷ୍ୟ ହାସଲ କରିବା ଲାଗି ଆମର ପ୍ରୟାସ ସ୍ୱଚ୍ଛ ଶକ୍ତି ଏବଂ ସବୁଜ ଭବିଷ୍ୟତ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦର୍ଶାଇଥାଏ ।
ମହାମହିମ,
ମୋର ବିଶ୍ୱାସ ଯେ ଆପଣଙ୍କ ଏହି ଗସ୍ତ ଆମ ସମ୍ପର୍କକୁ ନୂଆ ସୋପାନକୁ ନେଇଯିବାରେ ସହାୟକ ସିଦ୍ଧ ହେବ । ଅତ୍ୟନ୍ତ ସାର୍ଥକ ଆଲୋଚନା ନିମନ୍ତେ ମୁଁ ରାଷ୍ଟ୍ରପତି ମହୋଦୟାଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଆସନ୍ତା ମାସଗୁଡ଼ିକରେ ଆପଣଙ୍କ ସହିତ ମିଶି କାମ କରିବା ଲାଗି ଉତ୍ସୁକ ରହିଛି ।
ମୁଁ ପୁଣିଥରେ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି ଏବଂ ଭାରତରେ ଆପଣଙ୍କ ସାର୍ଥକ ପ୍ରବାସ କାମନା କରୁଛି ।
ଆପଣଙ୍କୁ ଅନେକ-ଅନେକ ଧନ୍ୟବାଦ ।
President Doris Leuthard and I had wide-ranging talks on improving India-Switzerland ties, both economic and people to people. pic.twitter.com/jSicnsloUb
— Narendra Modi (@narendramodi) August 31, 2017
Earlier today, President Doris Leuthard and I interacted with leading CEOs from India and Switzerland. pic.twitter.com/7N5SjNX7mc
— Narendra Modi (@narendramodi) August 31, 2017