ଗୁଜୁରାଟର ଏକ 50 ଜଣିଆ ମୋଟରବାଇକ୍ ଚାଳକ ଦଳ – ଦି ବାଇକିଂ କୁଇନ୍ସ (The Biking Queens) ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଏହି ଗ୍ରୁପ ତରଫରୁ ପ୍ରକାଶ କରାଯାଇଛି ଯେ ସେମାନେ 13ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର 10,000 କିଲୋମିଟର ପଥ ପରିଭ୍ରମଣ କରି ବେଟି ବଚାଓ, ବେଟି ପଢ଼ାଓ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଭଳି ସାମାଜିକ ପ୍ରସଙ୍ଗରେ ଜନସାଧାରଣଙ୍କ ସହିତ ମତ ବିନିମୟ କରିଛନ୍ତି । ଖାର୍ଡୁଙ୍ଗଲାଠାରେ ସେମାନେ 2017 ଅଗଷ୍ଟ 15ରେ ତ୍ରିରଙ୍ଗ ପତାକା ଉଡାଇଥିଲେ ।
ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଭବିଷ୍ୟତ ଉଦ୍ୟମ ପାଇଁ ଶୁଭକାମନା ଜଣାଇଥିଲେ ।
**********
Met a group of women bikers, who spoke about their biking expedition across parts of India. https://t.co/B5ELXtuSfD
— Narendra Modi (@narendramodi) August 28, 2017