Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଜର୍ମାନୀ ମଧ୍ୟରେ ମିଳିତ ଘୋଷଣାନାମାକୁ କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଜର୍ମାନୀ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଯୁଗ୍ମ ଘୋଷଣାନାମା(ଜେଡିଆଇ)କୁ ପିଛିଲା ଭାବେ ଅନୁମୋଦନ ମିଳିଛି । ଏହି ଘୋଷଣାନାମା 2017 ଜୁନ୍ 1 ତାରିଖରେ ସ୍ୱାକ୍ଷରିତ ହୋଇଥିଲା ।

ନିମ୍ନୋକ୍ତ କ୍ଷେତ୍ରରେ ସହଯୋଗ ଲାଗି ଉକ୍ତ ଜେଡିଆଇ ଉଦ୍ଦିଷ୍ଟ

(କ) ସ୍ନାତୋକତ୍ତର ଶିକ୍ଷା;

(ଖ) ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ୍;

(ଗ) ଫାର୍ମାସୁଟିକାଲ୍ ଏବଂ ଫାର୍ମାକୋଇକୋନୋମିକ୍ସ; ଏବଂ

(ଘ) ସ୍ୱାସ୍ଥ୍ୟ ଅର୍ଥବ୍ୟବସ୍ଥା ।

ଜେଡିଆଇର କାର୍ଯ୍ୟକାରୀତା ତଦାରଖ କରିବା ଲାଗି ଏବଂ ସହଯୋଗକୁ ବିସ୍ତୃତ ଭାବେ ଜାରି ରଖିବା ଲାଗି ଏହି ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯିବ ।

**********