ସଂସଦର କେନ୍ଦ୍ରୀୟ ଗୃହରେ ଆୟୋଜିତ ଐତିହାସିକ ମଧ୍ୟରାତ୍ରି ଅଧିବେଶନ ଅବସରରେ ବସ୍ତୁ ଏବଂ ସେବା କର ଲାଗୁ ହୋଇଛି । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥିତ ସଭାକୁ ସମ୍ବୋଧିତ କରିଥିଲେ । ଏହାପରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ବଟନ୍ ଚିପି ଜିଏସଟିର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବା ଲାଗି ଏହି ଦିନ ଏକ ନିର୍ଣ୍ଣାୟକ ମୋଡ଼ ଆଣିଛି ।
ଏହି ଅବସରରେ ସେ ସ୍ମୃତିଚାରଣ କରି କହିଥିଲେ ଯେ ସଂସଦର କେନ୍ଦ୍ରୀୟ ଗୃହ ପୂର୍ବରୁ ଅନେକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଛି । ଏଠାରେ ସମ୍ବିଧାନ ସଭାର ପ୍ରଥମ ବୈଠକ, ଭାରତର ସ୍ୱାଧୀନତା ଏବଂ ସମ୍ବିଧାନ ଆପଣାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଏସଟିକୁ ସହଯୋଗୀ ସଂଘୀୟ ବ୍ୟବସ୍ଥାରର ଉଦାହରଣ ବୋଲି ସେ ବର୍ଣ୍ଣନା କରିଥିଲେ ।
ଚାଣକ୍ୟଙ୍କ ଉକ୍ତିକୁ ଉଲ୍ଲେଖ କରି ସେ କହିଥିଲେ ଯେ କଠିନ ପରିଶ୍ରମ ଦ୍ୱାରା ସମସ୍ତ ବାଧାବିଘ୍ନ ଦୂର କରିହେବ ଏବଂ ଏହା ଆମକୁ ସବୁଠୁ କଷ୍ଟଦାୟକ ଲକ୍ଷ୍ୟ ହାସଲରେ ସହାୟକ ହେବ । ସେ କହିଥିଲେ ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ରାଷ୍ଟ୍ରର ରାଜନୈତିକ ଏକୀକରଣ କରାଇବା ଭଳି ଜିଏସଟି ଅର୍ଥନୈତିକ ଏକୀକରଣକୁ ସୁନିଶ୍ଚିତ କରିବ । ପ୍ରଧାନମନ୍ତ୍ରୀ ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ କଥନକୁ ଉଦ୍ଧାର କରି କହିଥିଲେ ଯେ ବିଶ୍ୱରେ ଆୟ କରକୁ ବୁଝିବା ସବୁଠୁ କଠିନ ବ୍ୟାପାର ବୋଲି ଆଇନଷ୍ଟାଇନ କହିଥିଲେ । ଜିଏସଟି ଦେଶରେ ଏକ ରାଷ୍ଟ୍ର, ଏକ କରକୁ ସୁନିଶ୍ଚିତ କରିବ । ଜିଏସଟି ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ଅର୍ଥ ଅପଚୟ ରୋକାଯାଇପାରିବ ବୋଲି ସେ କହିଥିଲେ । ରାଜ୍ୟ ସୀମାଗୁଡ଼ିକରେ ରହିଥିବା ପଣ୍ୟଗେଟଗୁଡ଼ିକରେ ଘଣ୍ଟା ଘଣ୍ଟା ଧରି ଗାଡ଼ି ଛିଡ଼ା ହେବା ଯୋଗୁ ହେଉଥିବା ଇନ୍ଧନ ଖର୍ଚ୍ଚକୁ ରୋକାଯାଇପାରିବ, ଏହାଦ୍ୱାରା ପରିବେଶ ସୁରକ୍ଷା ମଧ୍ୟ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଏସଟି ଏକ ଆଧୁନିକ ଟିକସ ପ୍ରଶାସନ ଦିଗରେ ଆଗେଇ ନେବ ଯାହା ସହଜ, ଅଧିକ ପାରଦର୍ଶୀ ଏବଂ ଭ୍ରଷ୍ଟାଚାରନିରୋଧୀ ହେବ ।
ସେ ଜିଏସଟିକୁ “ଗୁଡ୍ ଏବଂ ସିମ୍ପଲ୍ ଟ୍ୟାକ୍ସ” ଭାବେ ବର୍ଣ୍ଣନା କରି ଏହା ଲୋକଙ୍କ କଲ୍ୟାଣ ଦିଗରେ ସହାୟକ ହେବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଋକ୍ ବେଦର ଏକ ଶ୍ଳୋକ ସମ୍ପର୍କରେ ଉଲ୍ଲେଖ କରି ସମାଜର ସାମଗ୍ରୀକ କଲ୍ୟାଣ ପାଇଁ ସମାନ ଲକ୍ଷ୍ୟ ଏବଂ ସମାନ ସମର୍ପଣର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଥିଲେ ।
***********
GST is Good and Simple Tax. India has ushered GST at a historic midnight Parliament session. https://t.co/UkVaHO8p19
— Narendra Modi (@narendramodi) June 30, 2017
GST would lead to a modern tax administration which is simpler, more transparent, and helps curb corruption: PM @narendramodi
— PMO India (@PMOIndia) June 30, 2017
Just as Sardar Patel had ensured political integration of the country, GST would ensure economic integration: PM @narendramodi
— PMO India (@PMOIndia) June 30, 2017
Today marks a decisive turning point, in determining the future course of the country: PM @narendramodi in Parliament
— PMO India (@PMOIndia) June 30, 2017
At a historic Midnight Session of Parliament, India welcomed the GST. https://t.co/Su2aAwJN9c pic.twitter.com/570bIH5cNr
— PMO India (@PMOIndia) June 30, 2017