Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ଶ୍ରୀଲଙ୍କା ମଧ୍ୟରେ ପାରମ୍ପରିକ ଔଷଧ, ହୋମିଓପାଥି କ୍ଷେତ୍ରରେ ସହଯୋଗ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ ଶ୍ରୀଲଙ୍କା ସମାଜବାଦୀ ସାଧାରଣତନ୍ତ୍ର ସରକାରଙ୍କ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଏବଂ ଘରୋଇ ଔଷଧ ମନ୍ତ୍ରଣାଳୟ ମଧ୍ୟରେ ପାରମ୍ପରିକ ଔଷଧ ବ୍ୟବସ୍ଥା ଓ ହୋମିଓପାଥି କ୍ଷେତ୍ରରେ ସହଯୋଗ ଲାଗି ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ ମିଳିଛି ।

ଏହି ପ୍ରସ୍ତାବିତ ଏମ୍ଓୟୁ ଦ୍ୱାରା ଦୁଇ ଦେଶ ମଧ୍ୟରେ ପାରମ୍ପରିକ ଔଷଧି ଏବଂ ହୋମିଓପାଥି କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ । ସାଂସ୍କୃତିକ ଐତିହ୍ୟକୁ ଦୃଷ୍ଟିରେ ରଖି ଦୁଇ ଦେଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

ଏଥିପାଇଁ କୌଣସି ଅତିରିକ୍ତ ଆର୍ଥିକ ବ୍ୟୟ କରିବାକୁ ପଡ଼ିବ ନାହିଁ । ଆୟୁଷ ମନ୍ତ୍ରଣାଳୟର ପ୍ରଚଳିତ ଯୋଜନା ପାଇଁ ଆବଂଟନ କରାଯାଉଥିବା ବଜେଟ୍ ଅର୍ଥରେ ଏହି କାର୍ଯ୍ୟକ୍ରମ ପାଇଁ ହେଉଥିବା ଗବେଷଣା, ତାଲିମ୍ ପାଠ୍ୟକ୍ରମ, ସମ୍ମେଳନ/ବୈଠକ ଆଦିର ବ୍ୟୟଭାର ବହନ କରାଯିବ । ଦୁଇ ଦେଶ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହେବା କ୍ଷଣି ଏ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । ଏମ୍ଓୟୁ ପ୍ରଚଳିତ ହେବା ପର୍ଯ୍ୟନ୍ତ ଏବଂ ଏଥିରେ ଥିବା ସର୍ତ୍ତାବଳୀ ଅନୁଯାୟୀ ଦୁଇ ଦେଶ ଆବଶ୍ୟକ କାର୍ଯ୍ୟକ୍ରମ ଗ୍ରହଣ କରିବେ ।

**********