Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌଠାରେ ଡଃ ଏ.ପି.ଜେ. ଅବଦୁଲ କଲାମ ବୈଷୟିକ ବିଶ୍ଵବିଦ୍ୟାଳୟର ନୂତନ କୋଠାକୁ ଉଦ୍ଘାଟନ କରିବା ସହ 400 କିଲୋଭୋଲ୍ଟ କ୍ଷମତାର ଲକ୍ଷ୍ନୌ-କାନପୁର D/C ବିଦ୍ୟୁତ ସରବରାହ ଲାଇନକୁ ଦେଶ ପାଇଁ ସମର୍ପିତ କରିଛନ୍ତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ ମଞ୍ଜୁରି ପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜିକାର ଯୁବପିଢି କିଭଳି ଆଧୁନିକ କାରିଗରୀ କୌଶଳକୁ ଆପଣେଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, “ଆମର ଯୁବ ବର୍ଗ ସ୍ୱାସ୍ଥ୍ୟ କ୍ଷେତ୍ରର ନୂଆ ନୂଆ ଯନ୍ତ୍ରାଂଶ ଉଦ୍ଭାବନ କ୍ଷେତ୍ରରେ ଷ୍ଟାର୍ଟ ଆପ ଗଢିବା ବିଷୟ ଚିନ୍ତା କରିପାରିବେ” ।

ରାଜ୍ୟର ସମସ୍ତ ଜିଲ୍ଲାକୁ ବିଦ୍ୟୁତ ଯୋଗାଇ ଦେଇଥିବାରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ, “ଏକ ରାଷ୍ଟ୍ରର ବିକାଶ ଯାତ୍ରାରେ ଶକ୍ତି ଓ ଉର୍ଜାର ମହତ୍ଵ ସର୍ବାଧିକ । ଆଜି ଭାରତରେ ଅକ୍ଷୟ ଶକ୍ତିର ଆଦର ବଢିବାରେ ଲାଗିଛି” ।

ପ୍ରଧାନମନ୍ତ୍ରୀ ଜୁଲାଇ ପହିଲାରୁ ଲାଗୁ ହେବାକୁ ଥିବା ବସ୍ତୁ ଓ ସେବା କର – ଜିଏସଟି ସମ୍ପର୍କରେ ମଧ୍ୟ ଲୋକଙ୍କୁ ବୁଝାଇଥିଲେ । ସେ କହିଥିଲେ ଯେ, ଏହା ଏକ ଗଣତନ୍ତ୍ରର ଶକ୍ତିକୁ ପ୍ରଦର୍ଶନ କରୁଛି । ସେ କହିଥିଲେ ଯେ, “ଜିଏସଟି କାର୍ଯ୍ୟ।ନ୍ୱୟନର ଶ୍ରେୟ 125 କୋଟି ଭାରତୀୟ ଜନତାଙ୍କର” ।

**********