ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଏମ୍ମାନୁଏଲ ମାକରୋଂଙ୍କୁ ଭେଟିଛନ୍ତି ।
ଆଲୋଚନା ପରେ ଗଣମାଧ୍ୟମକୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ମିଳିଥିବା ଭବ୍ୟ ସମ୍ବର୍ଦ୍ଧନା ପାଇଁ ରାଷ୍ଟ୍ରପତି ମାକରୋଂଙ୍କୁ ଧନ୍ୟବାଦ ଦେବା ସହ ନିର୍ବାଚନରେ ବିଜୟ ସକାଶେ ଅଭିନନ୍ଦନ ଜଣାଇଥିଲେ ।
ବିଗତ ବର୍ଷ ମାନଙ୍କରେ ମାନବତା ଓ ମାନବିକ ମୂଲ୍ୟବୋଧର ସେବା ଦିଗରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଥିବା ବର୍ଷ ବର୍ଷର ସମ୍ପର୍କକୁ ଉଲ୍ଲେଖ କରିଥିଲେ । ଏହି ସମ୍ପର୍କ ଭବିଷ୍ୟତରେ କାଏମ ରହିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।
ଏହି ଉପଲକ୍ଷେ ସେ ଆନ୍ତର୍ଜାତିକ ସୌର ମେଣ୍ଟରେ ଭାରତ ଓ ଫ୍ରାନ୍ସର ଯୌଥ ଉଦ୍ୟମକୁ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ ।
ପ୍ରଧାନମନ୍ତ୍ରୀ ପ୍ୟାରିସ ଜଳବାୟୁ ଚୁକ୍ତିନାମାକୁ ସମଗ୍ର ବିଶ୍ୱର ଏକ ମିଳିତ ସମ୍ପତ୍ତି ଏବଂ ମାନବ ଜାତିର ଭବିଷ୍ୟତ ପିଢ଼ିର ଆଶା ପାଇଁ ବର୍ତ୍ତମାନ ପିଢ଼ିର ଅବଦାନ ଭାବେ ବର୍ଣ୍ଣନା କରିଥିଲେ । ପୃଥିବୀ ମା’କୁ ରକ୍ଷା କରିବା ଆମର ମିଳିତ ଦାୟିତ୍ୱ ବୋଲି ସେ କହିଲେ । ତାଙ୍କ ରାଜନୈତିକ ଜୀବନରେ ପ୍ୟାରିସ ସହରକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ସେ ବର୍ଣ୍ଣନା କରିବା ସହ ପ୍ୟାରିସ ଜଳବାୟୁ ଚୁକ୍ତି ପାଇଁ ଫ୍ରାନ୍ସ ଓ ଭାରତ କାନ୍ଧକୁ କାନ୍ଧ ମିଶାଇ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପରିବେଶର ସୁରକ୍ଷା ଭାରତୀୟଙ୍କ ପାଇଁ ଏକ ବିଶ୍ୱାସ ଏବଂ ଯୁଗ ଯୁଗର ପରମ୍ପରା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସେ କହିଲେ, ଭାରତ ଚୁକ୍ତିନାମା ପ୍ରତି ଅଙ୍ଗୀକାରବଦ୍ଧ ଏବଂ ଯଦିବା ଏହା ବିଫଳ ହୁଏ, ତେବେବି ଭାରତ ଅନ୍ୟମାନଙ୍କ ସହ ମିଶି ଭବିଷ୍ୟତ ପିଢ଼ିକୁ ଉପହାର ଦେବା ସକାଶେ ପରିବେଶର ସୁରକ୍ଷା ଦିଗରେ କାମ କରିବ ।
ଉଭୟ ନେତା ଆତଙ୍କବାଦ ଓ ମୌଳବାଦର ମୁକାବିଲା ପ୍ରସଙ୍ଗରେ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀ କହିଲେ । ୟୁରୋପୀୟ ସଂଘର ମିଳିତ ପ୍ରଗତିଶୀଳ ଅଭିବୃଦ୍ଧି ପାଇ ଭାରତ କାମନା କରେ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ।
**********
PM @narendramodi and President @EmmanuelMacron meet in Paris. pic.twitter.com/SLSx2jd2PC
— PMO India (@PMOIndia) June 3, 2017
India and France enjoy deep-rooted ties. Our nations have been working together for a very long time, bilaterally & multilaterally: PM pic.twitter.com/KA7jYMsAhs
— PMO India (@PMOIndia) June 3, 2017
Be it trade and technology, innovation and investment, energy, education and enterprise, we want to give a boost to India-France ties: PM pic.twitter.com/YyOH76PhNb
— PMO India (@PMOIndia) June 3, 2017
We want to improve the cultural relations between India and France. Several Indians fought in the first two world wars for world peace: PM pic.twitter.com/N4upoiq0gR
— PMO India (@PMOIndia) June 3, 2017
Paris Agreement is a shared legacy of the world. It will benefit the future generations as well: PM @narendramodi pic.twitter.com/Dq9dpjfcaq
— PMO India (@PMOIndia) June 3, 2017
Paris Agreement reflects our duty towards protecting the Earth and our natural resources. For us, this is an article of faith: PM pic.twitter.com/8cnSqClBPf
— PMO India (@PMOIndia) June 3, 2017
We have natural resources because our previous generations protected these resources. We must do the same for our future: PM pic.twitter.com/7JtzUCOD4C
— PMO India (@PMOIndia) June 3, 2017
I appreciate the positivity of President @EmmanuelMacron towards the International Solar Alliance: PM @narendramodi pic.twitter.com/Cfw5r978Zu
— PMO India (@PMOIndia) June 3, 2017
Terrorism is one of the biggest challenges the world is facing today: PM @narendramodi pic.twitter.com/H3tbVqy8Ra
— PMO India (@PMOIndia) June 3, 2017
PM @narendramodi appreciates the leadership of France at various forums, in Europe and across the world. pic.twitter.com/todwUtjlUf
— PMO India (@PMOIndia) June 3, 2017