Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀଲଙ୍କା ବନ୍ୟା, ଭୂସ୍ଖଳନରେ ଧନଜୀବନ ହାନି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାରେ ବନ୍ୟା ଓ ଭୂସ୍ଖଳନ ହେତୁ ଘଟିଥିବା ଧନ ଜୀବନ ହାନିରେ ଗଭୀର ଦୁଃଖ ଓ ଶୋକ ପ୍ରକଟ କରିଛନ୍ତି ।

‘‘ଶ୍ରୀଲଙ୍କାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ଧନ ଜୀବନ ହାନି ହୋଇଥିବାରୁ ଭାରତ ଏଥିରେ ଗଭୀର ଶୋକ ପ୍ରକାଶ କରୁଛି ।

ଏହି ଦୁଃଖଦ ମୂହୁର୍ତ୍ତରେ ଭାରତ ଶ୍ରୀଲଙ୍କାର ଭାଇ, ଭଉଣୀମାନଙ୍କ ସହିତ ଛିଡା ହୋଇଛି ।

ଋିଲିଫ ସାମଗ୍ରୀ ସହିତ ଆମର ଜାହାଜଗୁଡିକୁ ପଠାଯାଉଛି । ପ୍ରଥମ ରିଲିଫ ଜାହାଜ ଆସନ୍ତା କାଲି ସକାଳେ କଲମ୍ବୋରେ ପହଂଚିବ । ଦ୍ୱିତୀୟ ଜାହାଜ ମଧ୍ୟ ରବିବାର ଦିନ ପହଂଚିବ । ଆହୁରୀ ଅଧିକ ସାହାଯ୍ୟ ଯୋଗାଣ ପ୍ରକ୍ରିୟା ଜାରୀ ରହିଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********