ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜର୍ମାନୀ ଓ ଭାରତ ମଧ୍ୟରେ ବିକଳ୍ପ ମେଡିସିନ୍ କ୍ଷେତ୍ରରେ ସହଯୋଗ ପାଇଁ ଘୋଷଣାପତ୍ରକୁ ମଞ୍ଜୁରି ମିଳିଛି । ମିଳିତ ଘୋଷଣାପତ୍ର ସ୍ୱାକ୍ଷର ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ପାରମ୍ପରିକ ଓ ବିକଳ୍ପ ମେଡିସିନ୍ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ହେବ । ଦୁଇ ଦେଶର ଘୋଷଣାପତ୍ର ଅନୁସାରେ ବିକଳ୍ପ ମେଡିସିନ୍ କ୍ଷେତ୍ରରେ ଗବେଷଣାରେ ସହଭାଗୀ, ପ୍ରଶିକ୍ଷଣ ଓ ବିଜ୍ଞାନରେ ଦକ୍ଷତା ବିକାଶ ହେଲେ ଆୟୁଷ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ।
ଏଥିରେ ଅତିରିକ୍ତ ଆର୍ଥିକ କାରବାର ସାମିଲ ନାହିଁ । ଗବେଷଣା, ପ୍ରଶିକ୍ଷଣ ପାଠ୍ୟକ୍ରମ, ସମ୍ମିଳନୀ/ବୈଠକ ଆଦି ପାଇଁ ଆବଶ୍ୟକ ଆର୍ଥିକ ସମ୍ବଳକୁ ଆୟୁଷ ମନ୍ତ୍ରଣାଳୟର ପ୍ରଚଳିତ ବଜେଟ୍ ଆବଣ୍ଟନ ଓ ଯୋଜନାରୁ ଉପଯୋଗ କରାଯିବ ।
****