Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କଲୋମ୍ବୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ପରିଦର୍ଶନ କଲେ ସୀମା ମାଲକା ମନ୍ଦିର

କଲୋମ୍ବୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ,
ପରିଦର୍ଶନ କଲେ ସୀମା ମାଲକା ମନ୍ଦିର

କଲୋମ୍ବୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ,
ପରିଦର୍ଶନ କଲେ ସୀମା ମାଲକା ମନ୍ଦିର

କଲୋମ୍ବୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ,
ପରିଦର୍ଶନ କଲେ ସୀମା ମାଲକା ମନ୍ଦିର


ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଲୋମ୍ବୋରେ ପହଞ୍ଚିଛନ୍ତି । ବିମାନ ବନ୍ଦରଠାରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମିଷ୍ଟର ରାନିଲ ୱିକ୍ରମସିଂଘେ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀବୃନ୍ଦ ତାଙ୍କୁ ସ୍ଵାଗତ କରିଥିଲେ ।

ସ୍ଵାଗତ ସମାରୋହ ପରେ ଦୁଇ ପ୍ରଧାନମନ୍ତ୍ରୀ ସୀମା ମାଲକା ମନ୍ଦିରରେ ପହଞ୍ଚିଥିଲେ, ଯେଉଁଠାରେ ମନ୍ଦିରର ମୁଖ୍ୟ ପୂଜକ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ତାଙ୍କୁ ସ୍ଵାଗତ କରିଥିଲେ ।

ମନ୍ଦିର ବେଦିରେ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ୱିକ୍ରମସିଂଘେ ମିଳିତ ଭାବେ ଭେସକ ଦିବସ ସମାରୋହରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ, ଏହି ଅବସରରେ ବହୁ ରଙ୍ଗର ଆଲୋକ ଏବଂ ଆତସବାଜି ପ୍ରଦର୍ଶିତ ହୋଇଥିଲା ।