ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 11 ଓ 12 ମେ, 2017ରେ 2 ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ ।
ପ୍ରଧାନମନ୍ତ୍ରୀ ଏହି ଗସ୍ତ ସମ୍ପର୍କରେ ତାଙ୍କ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି :
“ମୁଁ ଆଜି, 11ମେ ଠାରୁ ଦୁଇଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବି । ଆମର ସୁଦୃଢ଼ ସମ୍ପର୍କର ପ୍ରତୀକ ସ୍ୱରୂପ ଗତ ଦୁଇ ବର୍ଷ ମଧ୍ୟରେ ଏହା ମୋର ଦ୍ୱିତୀୟ ଦ୍ୱିପାକ୍ଷିକ ଗସ୍ତ”
ମୋର ଏହି ଗସ୍ତ ସମୟରେ ମୁଁ ଅନ୍ତର୍ଜାତୀୟ ଭେସକ ଦିବସ ସମାରୋହରେ ଯୋଗଦେବି । 12 ତାରିଖରେ କଲୋମ୍ବୋ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଁ ଅଗ୍ରଣୀ ବୌଦ୍ଧ ସନ୍ନ୍ୟାସୀ, ବୁଦ୍ଧିଜୀବୀ ଏବଂ ଧର୍ମତତ୍ତ୍ଵବିତ ମାନଙ୍କ ସହ ଆଲୋଚନା କରିବି ।
ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା ଏବଂ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେବା ମୋର ସୌଭାଗ୍ୟ ହେବ ।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରହିଥିବା ଦୀର୍ଘସ୍ଥାୟୀ ବୌଦ୍ଧ ଐତିହ୍ୟ ସମ୍ପର୍କକୁ ମୋର ଗସ୍ତ ସାମନାକୁ ଆଣିବ ।
2015ରେ ମୋର ଗସ୍ତ ସମୟରେ ମୁଁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ତଥା ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ କେନ୍ଦ୍ରସ୍ଥଳୀ ଅନୁରାଧାପୁର ବୁଲିଦେଖିବାର ସୌଭାଗ୍ୟ ପାଇଥିଲି ।
ଏଥର ମୁଁ କାଣ୍ଡିରେ ଥିବା ପବିତ୍ର ଦନ୍ତ ଅବଶେଷ ମନ୍ଦିର ଭାବେ ଜଣାଶୁଣା ସମ୍ମାନନୀୟ ଶ୍ରୀ ଦାଲଦା ମାଲିଗାୱାଙ୍କ ଦର୍ଶନ କରିବାର ସୁଯୋଗ ପାଇବି ।”
මා වෙසක් දින සැමරුම් හා වෙනත් වැඩසටහන් කිහිපයක් වෙනුවෙන් දින දෙකක ශ්රී ලංකා සංචාරයක. https://t.co/MHGfTxALih
— Narendra Modi (@narendramodi) May 11, 2017
இரண்டு நாள் விஜயத்தை மேற்கொண்டு இலங்கையில் இருப்பேன். https://t.co/MHGfTxALih
— Narendra Modi (@narendramodi) May 11, 2017
இதன் போது வெசாக் தினக் கொண்டாட்டங்கள் மற்றும் ஏனைய நிகழ்வுகளில் இணைந்து கொள்வேன்.
— Narendra Modi (@narendramodi) May 11, 2017
Will be in Sri Lanka for a two day visit during which I will join Vesak Day celebrations & other programmes. https://t.co/MHGfTxALih
— Narendra Modi (@narendramodi) May 11, 2017