ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଘରୋଇ ଭାବେ ଉତ୍ପାଦିତ ହେଉଥିବା ଲୌହ ଏବଂ ଇସ୍ପାଦ ଉତ୍ପାଦକୁ ସରକାରୀ ସଂଗ୍ରହ ଲାଗି ଗୁରୁତ୍ୱ ଦେବା ପାଇଁ ଉଦ୍ଦିଷ୍ଟ ନୀତିକୁ ଅନୁମୋଦନ ମିଳିଛି ।
ଏହି ନୀତି ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ୍ ଇନ୍ ଇଣ୍ଡିଆ’ର ମୂଳଲକ୍ଷ୍ୟ ସାଧିତ ହୋଇପାରିବ ଏବଂ ରାଷ୍ଟ୍ର ନିର୍ମାଣ ଏବଂ ଘରୋଇ ବିନିର୍ମାଣକୁ ପ୍ରୋତ୍ସାହିତ କରିବ ।
ଘରୋଇ ଭାବେ ଉତ୍ପାଦିତ ହେଉଥିବା ଲୌହ ଏବଂ ଇସ୍ପାତ ଉତ୍ପାଦଗୁଡ଼ିକୁ ସରକାରୀ ସଂଗ୍ରହ ଲାଗି ଗୁରୁତ୍ୱ ଦିଆଯିବ । ଏହି ନୀତି ପ୍ରତ୍ୟେକ ସରକାରୀ ଟେଣ୍ଡର ପାଇଁ କାର୍ଯ୍ୟକାରୀ ହେବ, ଯାହାର ପ୍ରାଇସ୍ ବିଡ୍ ଏବେବି ଖୋଲାଯିବାକୁ ବାକି ରହିଛି ।
ଏହି ନୀତି, ସଂଗ୍ରହ ଲାଗି ଗୁରୁତ୍ୱ ଦିଆଯିବାକୁ ଥିବା ବିଜ୍ଞପିତ ଇସ୍ପାତ ଉତ୍ପାଦ ଗୁଡ଼ିକରେ ସର୍ବନିମ୍ନ ୧୫ ପ୍ରତିଶତ ମୂଲ୍ୟ ସଂଯୋଜନ କରୁଛି । ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦିଷ୍ଟ ଇସ୍ପାତ ଉତ୍ପାଦର ଆକଳନ କରାଯିବ ।
ଏହି ନୀତି କାର୍ଯ୍ୟକାରୀ ହେବା ଦ୍ୱାରା ସରକାରୀ ସଂସ୍ଥାଗୁଡ଼ିକ ଗ୍ରହଣ କରିବାକୁ ଥିବା ଘରୋଇ ଲୌହ ଏବଂ ଇସ୍ପାତ ଉତ୍ପାଦଗୁଡ଼ିକର ସ୍ୱୟଂ-ପ୍ରାମାଣିକରଣ ହୋଇପାରିବ ।