Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭାରତୀୟ ବୈଦେଶିକ ସେବା ପ୍ରଶିକ୍ଷାର୍ଥୀ ଅଧିକାରୀ


ଆଜି ଭାରତୀୟ ବୈଦେଶିକ ସେବା, 2016 ବ୍ୟାଚର 41 ଜଣ ପ୍ରଶିକ୍ଷାର୍ଥୀ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି l

ଏହି ଅବସରରେ ନିଜ ଅନ୍ତର୍ଦୃଷ୍ଟି ବ୍ୟକ୍ତ କରି, ପ୍ରଧାନମନ୍ତ୍ରୀ ବୈଦେଶିକ ସେବା ଅଧିକାରୀ ମାନେ ଅଧିକ ସୂଚନା ପ୍ରାପ୍ତ କରିବା ଓ ଅନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଚିନ୍ତା କରିବାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ l ସେ ଅଧିକାରୀମାନଙ୍କୁ ନିଜ ବ୍ୟାଚର ଅନ୍ୟ ପ୍ରଶାସନିକ ସେବା ଅଧିକାରୀମାନଙ୍କ ସହିତ ସମ୍ପର୍କରେ ରହିବା ପାଇଁ ପରାମର୍ଶ ଦେଇଥିଲେ ଯଦ୍ୱାରା ସେମାନେ ଦେଶ ଭିତରେ ଘଟୁଥିବା ଘଟଣା ବିଷୟରେ ଭଲ ଭାବେ ଜାଣିପାରିବେ l

ପ୍ରଧାନମନ୍ତ୍ରୀ କହିଥିଲେ, ମୋଟାମୋଟି ଭାବେ ସାରା ବିଶ୍ଵ ବିଶ୍ଵାସ କରେ ଯେ ଭାରତର ଏକ ଉଜ୍ଜ୍ଵଳ ଭବିଷ୍ୟତ ରହିଛି ଏବଂ ଭାରତର ବର୍ଦ୍ଧିଷ୍ଣୁ ପ୍ରତିଷ୍ଠା ସହ ଏହା ସ୍ଵଚ୍ଛନ୍ଦ l