Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ନେପାଳ ଉପ-ପ୍ରଧାନମନ୍ତ୍ରୀ ତଥା ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ବିମଳେନ୍ଦ୍ର ନିଧି

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ନେପାଳ ଉପ-ପ୍ରଧାନମନ୍ତ୍ରୀ ତଥା ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ବିମଳେନ୍ଦ୍ର ନିଧି


ନେପାଳ ଉପ-ପ୍ରଧାନମନ୍ତ୍ରୀ ତଥା ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଶ୍ରୀ ବିମଳେନ୍ଦ୍ର ନିଧି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ସାକ୍ଷାତ ଆଲୋଚନା କାଳରେ ଶ୍ରୀ ବିମଳେନ୍ଦ୍ର ନିଧି ନେପାଳର ସଦ୍ୟତମ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ଦେଶର ଲୋକଙ୍କ ମଧ୍ୟରେ ପ୍ରାଚୀନ କାଳରୁ ରହିଆସିଥିବା ସମ୍ପର୍କକୁ ଆହୁରି ସୁଦୃଢ କରିବା ଲାଗି ଭାରତ ପ୍ରତିଶ୍ରୁତିବଦ୍ଧ । ଏହାଛଡା ନେପାଳର ସାମାଜିକ-ଆର୍ଥିକ ବିକାଶ ଲାଗି ସେଠାକାର ସରକାର ନେଉଥିବା ପଦକ୍ଷେପକୁ ଭାରତ ଦୃଢ ସମର୍ଥନ ଜଣାଇବ ବୋଲି ସେ କହିଥିଲେ ।