Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୃଶ୍ୟ-ଶ୍ରାବ୍ୟ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ଦୃଶ୍ୟ-ଶ୍ରାବ୍ୟ (ଅଡିଓ-ଭିଜୁଆଲ) କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ବୁଝାମଣା ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ବୁଝାମଣାକୁ ଅନୁମୋଦନ ମିଳିଛି ।

ବୁଝାମଣା ଅନୁଯାୟୀ, ସାଧାରଣ ତଥା ମୌଳିକ ଚଳଚ୍ଚିତ୍ର ଏବଂ ଆନିମେସନ ସିନେମା ନିର୍ମାଣରେ ପରସ୍ପର ମଧ୍ୟରେ ସହଯୋଗ ରହିବ । ପାରସ୍ପରିକ ସହଯୋଗରେ ନିର୍ମିତ ହେଉଥିବା ଯେକୌଣସି ଅଡିଓ-ଭିଜୁଆଲକୁ ଦେଶରେ ନିର୍ମିତ ହେଉଥିବା ଅନ୍ୟାନ୍ୟ ଅଡିଓ-ଭିଜୁଆଲ ଭଳି ଆଇନ ଅନୁଯାୟୀ ସୁବିଧା ଉପଲବ୍ଧ କରାଯିବ । ଏହା କଳା-ସଂସ୍କୃତିର ଆଦାନପ୍ରଦାନ କରିବା ସହ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି କରିବ ।

ଏହି ବୁଝାମଣା ଉଭୟ ଦେଶରେ ଅଡିଓ-ଭିଜୁଆଲର ବୈଷୟିକ ଏବଂ ଅଣ-ବୈଷୟିକ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ମୋଟ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି କରିବାରେ ସହାୟକ ହେବ । ଏହାଦ୍ୱାରା ଭାରତକୁ ଚଳଚ୍ଚିତ୍ର ସୁଟିଂ କ୍ଷେତ୍ର ଭାବେ ବିଶ୍ୱ ସ୍ତରରେ ପରିଚୟ ମିଳିପାରିବ ।
ଭାରତ ଏହା ପୂର୍ବରୁ ଇଟାଲୀ, ବ୍ରିଟେନ, ଜର୍ମାନୀ, ବ୍ରାଜିଲ, ଫ୍ରାନ୍ସ, ନ୍ୟୁଜିଲାଣ୍ଡ, ପୋଲାଣ୍ଡ, ସ୍ପେନ୍, କାନାଡା, ଚୀନ୍ ଏବଂ ରିପବ୍ଲିକ ଅଫ୍ କୋରିଆ ସହ ଅଡିଓ-ଭିଜୁଆଲ କ୍ଷେତ୍ରରେ ବୁଝାମଣା କରିଛି ।

**********