Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ର କ୍ୟାବିନେଟରେ ଗୃହୀତ ହେଲା 4ଟି ଗୁରୁତ୍ୱପୂର୍ଣ୍ଣ ବସ୍ତୁ ଓ ସେବା କର ବିଲ୍


କେନ୍ଦ୍ର କ୍ୟାବିନେଟ ଆଜି ବସ୍ତୁ ଓ ସେବା କର ସଂକ୍ରାନ୍ତ 4ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ କୁ ଅନୁମୋଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ 4ଟି ଯାକ ବିଲ୍ ଉପରେ ଆଲୋଚନା କରାଯିବା ପରେ ଏସବୁକୁ ଅନୁମୋଦନ କରାଯାଇଛି । ଏହି ବିଲ୍ ଗୁଡିକ ହେଲା –

1. କେନ୍ଦ୍ରୀୟ ବସ୍ତୁ ଓ ସେବା କର ବିଲ୍ 2017 (ସିଜିଏସଟି ବିଲ୍)

2. ସମନ୍ୱିତ ବସ୍ତୁ ଓ ସେବା କର ବିଲ୍ 2017 (ଆଇଜିଏସଟି ବିଲ୍)

3. କେନ୍ଦ୍ରଶାସିତ ଅଂଚଳ ବସ୍ତୁ ଓ ସେବା କର ବିଲ୍ 2017 (ୟୁଟିଜିଏସଟି ବିଲ୍)

4. ବସ୍ତୁ ଓ ସେବା କର (ରାଜ୍ୟମାନଙ୍କୁ କ୍ଷତିପୁରଣ) ବିଲ୍ 2017 (କ୍ଷତିପୁରଣ ବିଲ୍)

ଏହି 4ଟି ବିଲ୍ ପୂର୍ବରୁ ବସ୍ତୁ ଓ ସେବା କର (ଜିଏସଟି) ପରିଷଦରେ ଗୃହୀତ ହୋଇସାରିଛି । ପରିଷଦ ପକ୍ଷରୁ ଗତ 6 ମାସ ମଧ୍ୟରେ 12ଟି ବୈଠକ ଡକାଯାଇ କ୍ଲଜ ୱାରି ଆଲୋଚନା ହେବା ପରେ 4ଟି ଯାକ ବିଲ୍ କୁ ଅନୁମୋଦନ କରାଯାଇଥିଲା ।

କେନ୍ଦ୍ରୀୟ ବସ୍ତୁ ଓ ସେବା କର ବିଲ୍ ର ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ବସ୍ତୁ ଓ ସେବା ସାମଗ୍ରୀର ଆନ୍ତଃରାଜ୍ୟ ଯୋଗାଣ ଉପରେ ଟିକସ ବସାଇବେ ଓ ଟିକସ ସଂଗ୍ରହ କରିବେ । ଅପରପକ୍ଷରେ ସମନ୍ୱିତ ଜିଏସଟି ବିଲ୍ ର ପ୍ରାବଧାନ ଅନୁଯାୟୀ ମଧ୍ୟ କେନ୍ଦ୍ର ସରକାର ସେବା ଓ ସାମଗ୍ରୀର ଆନ୍ତଃରାଜ୍ୟ ଚାଲାଣ ଉପରେ କର ବସାଇବା ସହ ଟିକସ ସଂଗ୍ରହ କରିପାରିବେ ।

କେନ୍ଦ୍ରଶାସିତ ଅଂଚଳ ଜିଏସଟି ବିଲ୍ ର ପ୍ରାବଧାନ ବଳରେ କେନ୍ଦ୍ର ସରକାର ତାଙ୍କ ପରିଚାଳନାଧିନ କେନ୍ଦ୍ରଶାସିତ ଅଂଚଳ ମଧ୍ୟରେ କର ବସାଇବା ସହ ଟିକସ ସଂଗ୍ରହ କରିବେ । ଏଥିଲାଗି ଆଉ ଆଇନ ପ୍ରଣୟନ କରିବାକୁ ପଡିବ ନାହିଁ । କେନ୍ଦ୍ରଶାସିତ ଅଂଚଳ ଜିଏସଟି ରାଜ୍ୟ ଜିଏସଟି ଢ଼ାଂଚା ସହ ସମାନ ରହିଛି ।

ସେହିପରି କ୍ଷତିପୁରଣ ବିଲ୍ 2017 ଅନୁଯାୟୀ ବସ୍ତୁ ଓ ସେବା କର କାର୍ଯ୍ୟକାରୀ କରିବା ବେଳେ କ୍ଷତି ସହୁଥିବା ରାଜ୍ୟମାନଙ୍କୁ କ୍ଷତିପୁରଣ ଆର୍ଥିକ ସହାୟତା ଦେବା ଲାଗି ବ୍ୟବସ୍ଥା ହୋଇଛି । ତେବେ ଏହା 5 ବର୍ଷ ପର୍ଯ୍ୟନ୍ତ ଦିଆଯିବ ଏବଂ ଶତ ପ୍ରତିଶତ କ୍ଷତିପୁରଣ ରାଜ୍ୟମାନଙ୍କୁ ମିଳିବ । ସମ୍ବିଧାନର 101 ତମ ସଂଶୋଧନ ଆଇନ 2016 ଅନ୍ତର୍ଗତ ସେକ୍ସନ 18 ଆଧାରରେ ଏହି କ୍ଷତିପୁରଣ ଦିଆଯିବ ।

ବସ୍ତୁ ଓ ସେବା କର ପରିଷଦର ସୁବ୍ୟବସ୍ଥିତ କାର୍ଯ୍ୟ ସହିତ କେନ୍ଦ୍ର ସରକାର ଆସନ୍ତା ଜୁଲାଇ ପହିଲାରୁ ସମଗ୍ର ଦେଶରେ ଏକୀକୃତ କର – ବସ୍ତୁ ଓ ସେବା କର ବ୍ୟବସ୍ଥା ଲାଗୁ କରିବା ନେଇ ଘୋଷଣା କରିଛନ୍ତି । ଅର୍ଥ ମନ୍ତ୍ରୀ ମଧ୍ୟ ତାଙ୍କ ବଜେଟ୍ ଅଭିଭାଷଣରେ ବସ୍ତୁ ଓ ସେବା କର ବିଲ୍ ରେ ଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ଭାବେ ଶିଳ୍ପ ଓ ବ୍ୟାପାର ଜଗତ ଏବଂ ଉପଭୋକ୍ତାମାନଙ୍କୁ ସଚେତନ କରାଇବା ବିଷୟରେ ସମ୍ୟକ ସୂଚନା ଦେଇଥିଲେ ।

**********