Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ରୀୟ ଇଞ୍ଜିନିୟରିଂ ସେବା(ସଡ଼କ) ଗ୍ରୁପ-ଏ କ୍ୟାଡର ରିଭ୍ୟୁକୁ କ୍ୟାବିନେଟ ମଞ୍ଜୁରି


ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର କେନ୍ଦ୍ରୀୟ ଇଞ୍ଜିନିୟରିଂ ସେବା(ସଡ଼କ)ର କ୍ୟାଡ଼ର ରିଭ୍ୟୁ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଏହି ପ୍ରସ୍ତାବ ତତ୍କାଳ ପ୍ରଭାବରୁ କାର୍ଯ୍ୟକାରୀ ହେବ । ଏହା ଫଳରେ କେନ୍ଦ୍ରୀୟ ଇଞ୍ଜିନିୟରିଂ ସେବା(ସଡ଼କ)ରେ କ୍ୟାଡ଼ର ପଦବୀ ସଂଖ୍ୟା କ-ଏଚଏଜି ଲେଭଲରେ-2ଟି ପଦବୀ, ଖ- ସିନିୟର ଆଡମିନିଷ୍ଟ୍ରେସନ୍ ଗ୍ରେଡ୍ ଲେଭଲରେ 5ଟି ପଦବୀ ଓ ଜେଟିଏସ୍ ଲେଭଲରେ 36ଟି ପଦବୀକୁ ବର୍ଦ୍ଧିତ ହୋଇଛି । ତେବେ ଏସଟିଏସ୍ ଲେଭରେ 28ଟି ପଦବୀକୁ ହ୍ରାସ କରାଯାଇଛି । ଜେଟିଏସର ଏଣ୍ଟ୍ରି ଲେଭ୍ଲରେ 86ଟି ପଦବୀରେ ନିଯୁକ୍ତିକୁ କେବଳ ଡେପୁଟେସନରେ ନିଯୁକ୍ତି ମିଳିବ । କ୍ୟାଡ଼ରରେ ଜେଟିଏସ୍ ଲେଭଲରେ ଖାଲି ପଡ଼ିଥିବା ଫାଙ୍କା ପଦବୀକୁ ମଧ୍ୟ ପୂରଣ କରାଯିବ । 1959 ମସିହାରେ କେନ୍ଦ୍ରୀୟ ଇଞ୍ଜିନିୟରିଂ ସେବା(ସଡ଼କ) କ୍ୟାଡ଼ର ରିଭ୍ୟୁ ହୋଇଥିଲା । ଗ୍ରୁଫ୍-ଏ ଟେକ୍ନିକାଲ ପଦବୀକୁ 1976 ମସିହାରେ 189ଟି ପଦ ଧାର୍ଯ୍ୟ ହୋଇଥିଲା । ଶେଷଥର ପାଇଁ ଏହି ସେବାରେ କ୍ୟାଡ଼ର ରିଭ୍ୟୁ 1987 ମସିହାରେ ହୋଇଥିଲା । ଏହି କ୍ୟାଡ଼ର ରିଭ୍ୟୁ ଦ୍ୱାରା ବର୍ଷକୁ ପ୍ରାୟ 1.8 କୋଟି ଟଙ୍କା ଖର୍ଚ୍ଚ ହେବ ।