Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏପ୍ରିଲ ପହିଲା 2016 ରୁ ଜାତୀୟ ସଞ୍ଚୟ ଜମା ପାଣ୍ଠିରେ ନିବେଶ ପାଇଁ ରାଜ୍ୟମାନଙ୍କୁ ବାଦ ଦେବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅରୁଣାଚଳପ୍ରଦେଶ, ଦିଲ୍ଲୀ, କେରଳ ଓ ମଧ୍ୟପ୍ରଦେଶକୁ ଛାଡି ଅନ୍ୟ ରାଜ୍ୟ ସରକାର/କେନ୍ଦ୍ର ଶାସିତ କ୍ଷେତ୍ରର ସରକାରଙ୍କୁ ଜାତୀୟ ସଞ୍ଚୟ ଜମା ପାଣ୍ଠି ଯୋଜନାର ନିବେଶ ବ୍ୟବସ୍ଥାରୁ ବାଦ ଦେବାକୁ ଥିବା ପ୍ରସ୍ତାବ ଅନୁମୋଦନ ଲାଭ କରିଛି । 01.04.2016 ଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ଗ୍ରହଣୀୟ ହେବ । ଖାଦ୍ୟ ସବସିଡି ଆବଶ୍ୟକତା ପୂରଣ ନିମନ୍ତେ NSSF ଠାରୁ ଭାରତୀୟ ଖାଦ୍ୟ ନିଗମକୁ ଏକକାଳୀନ 45,000 କୋଟି ଟଙ୍କାର ଋଣ ମଞ୍ଜୁର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, କେରଳ ଓ ମଧ୍ୟପ୍ରଦେଶ NSSF ଋଣ ଯଥାରୀତି ପାଇପାରିବେ । ଅନ୍ୟ 26 ଟି ରାଜ୍ୟ ଓ ପୁଡୁଚେରି ଯେଉଁମାନେ କି ବଜାରରୁ ଋଣ ଉଠାଣ ପାଇଁ ଯୋଗ୍ୟ, ସେମାନେ NSSF ରୁ ଋଣ ନେବା ବ୍ୟବସ୍ଥାକୁ ବନ୍ଦ କରାଯାଇଛି ।

*****