ନୂଆଦିଲ୍ଲୀରେ ଦ୍ୱିତୀୟ କୁଟନୈତିକ ଏନକ୍ଲେଭ ପ୍ରତିଷ୍ଠା ପାଇଁ ଜମି ଓ ଉନ୍ନୟନ କାର୍ଯ୍ୟାଳୟ (ଏଲ ଆଣ୍ଡ ଡିଓ)କୁ 34.87 ହେକ୍ଟର ଜମି ହସ୍ତାନ୍ତର କରାଯିବ । ନୂଆଦିଲ୍ଲୀର ସେକ୍ଟର 24, ଦ୍ୱାରକାଠାରେ ଥିବା ଦିଲ୍ଲୀ ବିକାଶ ପ୍ରାଧିକରଣର ଏହି ବଳକା ଜମିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପ୍ରଦାନ କରାଯିବ । ଆଜି (04.01.2017) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।
ବର୍ତ୍ତମାନ ଚାଣକ୍ୟପୁରୀରେ ପ୍ରଥମ ଓ ଏକମାତ୍ର କୂଟନୈତିକ ଏନକ୍ଲେଭ ରହିଛି ଯେଉଁଠାରେ ଜମି ଓ ଉନ୍ନୟନ ବିଭାଗ ପକ୍ଷରୁ ଦୂତାବାସମାନଙ୍କୁ ଜମି ଆବଣ୍ଟନ କରାଯାଉଛି । ଦିଲ୍ଲୀରେ କୂଟନୈତିକ ମିଶନ/ ଅନ୍ତର୍ରାଷ୍ଟ୍ରୀୟ ସଂସ୍ଥାର ପ୍ରତିନିଧି କାର୍ଯ୍ୟାଳୟ ଏବଂ ଦୂତାବାସ ନିର୍ମାଣ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଧିକ ଜମି ପ୍ରଦାନ କରାଯିବାର ଆବଶ୍ୟକତା ଦର୍ଶାଇଥିଲେ ।