Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କିମ୍ବଦନ୍ତୀ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜ କୁମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କିମ୍ବଦନ୍ତୀ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ଶ୍ରୀ ମନୋଜ କୁମାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଅଭିନେତା ମନୋଜ କୁମାରଙ୍କୁ ଭାରତୀୟ ସିନେମାର  ପ୍ରତୀକ ଭାବରେ ପ୍ରଶଂସା କରିଛନ୍ତି । ବିଶେଷକରି ତାଙ୍କ ଚଳଚ୍ଚିତ୍ରରେ ପ୍ରତିଫଳିତ ଦେଶପ୍ରେମର ଉତ୍ସାହ ପାଇଁ ତାଙ୍କୁ ମନେ ପକାଯାଇଥାଏ ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“କିମ୍ବଦନ୍ତୀ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ଶ୍ରୀ ମନୋଜ କୁମାରଙ୍କ ବିୟୋଗରେ ଗଭୀର ଦୁଃଖିତ । ସେ ଭାରତୀୟ ସିନେମାର ପ୍ରତୀକ ଥିଲେ, ଯାହାଙ୍କୁ ତାଙ୍କ ଚଳଚ୍ଚିତ୍ରରେ ପ୍ରତିଫଳିତ ଦେଶପ୍ରେମର ଉତ୍ସାହ ପାଇଁ ସ୍ମରଣ କରାଯାଇଥାଏ । ମନୋଜ କୁମାରଙ୍କ କାର୍ଯ୍ୟ ଜାତୀୟ ଗର୍ବ ଭାବନାକୁ ପ୍ରଜ୍ୱଳିତ କରିଥିଲା, ଯାହା ପିଢ଼ିମାନଙ୍କୁ ପ୍ରେରଣା ଦେଇ ଚାଲିଥିବ । ଏହି ଦୁଃଖଦ ସମୟରେ ତାଙ୍କର ପରିବାର ଏବଂ ପ୍ରଶଂସକମାନଙ୍କ ସହ ମୋର ସମବେଦନା ରହିଛି । ଓମ୍ ଶାନ୍ତି ।”

 

SR