ସର୍ବପ୍ରଥମେ, ମୁଁ ଭରୱାଡ ସମ୍ପ୍ରଦାୟର ପରମ୍ପରା ଏବଂ ସମସ୍ତ ପୁଜ୍ୟ ସନ୍ଥ ମାନଙ୍କୁ ଏବଂ ମହନ୍ତମାନଙ୍କୁ ସମସ୍ତ ପରମ୍ପରାର ସଂରକ୍ଷଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତଙ୍କୁ ଶ୍ରଦ୍ଧା ପୂର୍ବକ ପ୍ରଣାମ କରୁଛି । ଆଜି ଆମର ଖୁସି ଅନେକ ଗୁଣ ବୃଦ୍ଧି ପାଇଛି। ଏଥର ମହା କୁମ୍ଭ କେବଳ ଐତିହାସିକ ନଥିଲା, ବରଂ ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ ମଧ୍ୟ ଥିଲା, କାରଣ ଏହି ଶୁଭ ଅବସରରେ ମହନ୍ତ ଶ୍ରୀ ରାମ ବାପୁଜୀଙ୍କୁ ମହା ମଣ୍ଡଲେଶ୍ୱର ଉପାଧିରେ ସମ୍ମାନିତ କରାଯାଇଛି। ଏହା ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଏବଂ ଅପାର ଆନନ୍ଦର ମୁହୂର୍ତ୍ତ। ରାମ ବାପୁଜୀ ଏବଂ ଆମ ସମ୍ପ୍ରଦାୟର ସମସ୍ତ ପରିବାରବର୍ଗକୁ ମୋ ପକ୍ଷରୁ ବହୁତ ବହୁତ ଅଭିନନ୍ଦନ।
ଗତ ସପ୍ତାହରେ, ଅନୁଭବ ହେଲା ଯେ ଭାବନଗରର ଭୂମି ଭଗବାନ କୃଷ୍ଣଙ୍କ ବୃନ୍ଦାବନରେ ପରିଣତ ହୋଇଛି, ଏବଂ ଏହାକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ, ଆମର ପୂଜ୍ୟ ଭାଇଜୀଙ୍କ ଭାଗବତ କଥା ଅନୁଷ୍ଠିତ ହେଲା। ଯେଉଁଭଳି ଭାବରେ ଭକ୍ତି ଭାବ ପ୍ରବାହିତ ହେଉଥିଲା, ଏବଂ ଯେଉଁଭଳି ଭାବେ ଲୋକମାନେ କୃଷ୍ଣଙ୍କ ପ୍ରେମରେ ନିମଗ୍ନ ହେଉଥିଲେ, ତାହା ବାସ୍ତବରେ ଏକ ଦିବ୍ୟ ବାତାବରଣ ସୃଷ୍ଟି କରିଥିଲା। ମୋର ପ୍ରିୟ ସୃଜନ, ବଭାଲିୟାଲି ଧାମ କେବଳ ଏକ ଧାର୍ମିକ ସ୍ଥାନ ନୁହେଁ; ଏହା ଭରୱାଡ ସମ୍ପ୍ରଦାୟ ସହିତ ଅନ୍ୟାନ୍ୟ ଅନେକଙ୍କ ପାଇଁ ଆତ୍ମା, ସଂସ୍କୃତି ଏବଂ ଏକତାର ପ୍ରତୀକର ଭୂମି ମଧ୍ୟ ଅଟେ ।
ନଗା ଲାଖା ଠାକରଙ୍କ କୃପା ଦ୍ୱାରା, ଏହି ପବିତ୍ର ସ୍ଥାନକୁ, ଏଠାରୁ ଭରୱାଡ ସମ୍ପ୍ରଦାୟକୁ ପ୍ରକୃତ ମାର୍ଗଦର୍ଶନ ଏବଂ ଉତ୍ତମ ପ୍ରେରଣାର ଏକ ବିଶାଳ ଉତ୍ତରାଧିକାରୀ ପ୍ରଦାନ କରିଛି । ଆଜି ଏହି ପବିତ୍ର ସ୍ଥାନରେ ଶ୍ରୀ ନାଗା ଲାଖା ଠାକର ମନ୍ଦିରର ପୁନଃ ପ୍ରତିଷ୍ଠାପନ ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପାଲଟିଛି। ଗତ ଏକ ସପ୍ତାହ ଧରି, ଏକ ଭବ୍ୟ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ସମ୍ପ୍ରଦାୟର ଉତ୍ସାହ ଏବଂ ଉଦ୍ଦିପନା ଉଲ୍ଲେଖନୀୟ-ମୁଁ ଚାରିଆଡୁ ପ୍ରଶଂସା ଶୁଣୁଥାଏ । ମୋ ହୃଦୟରେ, ମୁଁ ଅନୁଭବ କରୁଛି ଯେ ମୋର ମୁଁ ଆପଣ ସମସ୍ତଙ୍କ ମଧ୍ୟରେ ରହିବା ଉଚିତ, କିନ୍ତୁ ସଂସଦରେ ଏବଂ କାର୍ଯ୍ୟରେ ମୋର ପ୍ରତିବଦ୍ଧତା ହେତୁ ଛାଡିବା କଷ୍ଟକର। ତଥାପି, ଯେତେବେଳେ ମୁଁ ଆମର ହଜାର ହଜାର ଭଉଣୀଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଚମତ୍କାର ‘ରାସ‘ (ନୃତ୍ୟ) ବିଷୟରେ ଶୁଣିଥାଏ, ଏବଂ ମୁଁ ଅପାର ଆନନ୍ଦ ଅନୁଭବ କରେ-ସେମାନେ ପ୍ରକୃତରେ ସେଠାରେ ବୃନ୍ଦାବନକୁ ଜୀବନ୍ତ କରିଛନ୍ତି!
ବିଶ୍ୱାସ, ସଂସ୍କୃତି ଏବଂ ପରମ୍ପରାର ମିଶ୍ରଣ ପ୍ରକୃତରେ ହୃଦୟସ୍ପର୍ଶୀ ଏବଂ ଉତ୍ସାହଜନକ। ଏହି ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ, ମୁଁ କଳାକାରମାନଙ୍କୁ ଗଭୀର ଭାବେ ପ୍ରଶଂସା କରୁଛି-ଭାଇ ଓ ଭଉଣୀମାନେ-ଯେଉଁମାନେ ଅଂଶଗ୍ରହଣ କରିଥିଲେ, ଏହି ଅବସରକୁ ଜୀବନ୍ତ କରିଥିଲେ ଏବଂ ସେମାନଙ୍କ ପ୍ରଦର୍ଶନ ମାଧ୍ୟମରେ ସମାଜକୁ ଅର୍ଥପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲେ। ମୋର ବିଶ୍ୱାସ ଯେ ଭାଇ ଜୀ ତାଙ୍କ କାହାଣୀ ମାଧ୍ୟମରେ ନିଜର ଜ୍ଞାନ ଦ୍ୱାରା ଆମକୁ ଆଲୋକିତ କରିବା ଜାରି ରଖିବେ। ମୁଁ ଯେତେ ଥର କୃତଜ୍ଞତା ପ୍ରକାଶ କରିବି, ତାହା ଯଥେଷ୍ଟ ହେବ ନାହିଁ।
ମୋତେ ଏହି ପବିତ୍ର ଅବସରରେ ଭାଗ ନେବାକୁ ଅନୁମତି ଦେଇଥିବାରୁ ମୁଁ ମହନ୍ତ ଶ୍ରୀ ରାମ ବାପୁ ଜୀ ଏବଂ ବାଭଲିୟାଲି ଧାମଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ତଥାପି, ମୁଁ କ୍ଷମା ମଧ୍ୟ ମାଗିବା ଉଚିତ, କାରଣ ଏହି ଶୁଭ ଦିନରେ ମୁଁ ଆପଣମାନଙ୍କ ସହିତ ଉପସ୍ଥିତ ରହିପାରିଲି ନାହିଁ। ମୁଁ ଜାଣେ ଯେ ମୋ ଉପରେ ଆପଣ ସମସ୍ତଙ୍କର ସମାନ ଅଧିକାର ରହିଛି। କିନ୍ତୁ ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି, ଭବିଷ୍ୟତରେ ଯେତେବେଳେ ବି ମୁଁ ସେହି ସ୍ଥାନକୁ ଯିବି, ମୁଁ ନିଶ୍ଚିତ ଭାବରେ ସମ୍ମାନର ସହ ମୁଣ୍ଡ ନୁଆଁଇ ପ୍ରଣାମ କରିବି।
ମୋର ପ୍ରିୟ ପରିବାରଗଣ,
ଭରୱାଡ ସମ୍ପ୍ରଦାୟ ଏବଂ ବାଭାଲିୟାଲି ଧାମ ସହିତ ମୋର ସମ୍ପର୍କ ବହୁତ ପୁରୁଣା। ଭରୱାଡ ସମ୍ପ୍ରଦାୟର ସେବା ମନୋବୃତ୍ତି, ପ୍ରକୃତି ପ୍ରତି ସେମାନଙ୍କର ଭଲ ପାଇବା ଏବଂ ଗାଈ ସେବା ପ୍ରତି ସେମାନଙ୍କର ଭକ୍ତି ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର । ଗୋଟିଏ ବାକ୍ୟ ଯାହା ସବୁବେଳେ ଆମ ଓଠରେ ଆସେ ତାହା ହେଉଛି
ନଗା ଲାଖା ନର ଭାଲା,
ପଚ୍ଛମ ଧରା କେ ପୀର।
ଖାରେ ପାନି ମିଠେ ବନାଯେ,
ସୁକି ସୁଖୀ ନଦୀୟୋଁ ମେଁ ବହାୟେ ନୀର ।
ଏଗୁଡ଼ିକ କେବଳ ଶବ୍ଦ ନୁହେଁ। ସେହି ସମୟରେ ମଧ୍ୟ, ନିଃସ୍ୱାର୍ଥପର ସେବା ଏବଂ ଅସମ୍ଭବକୁ ପୂରଣ କରିବାର କ୍ଷମତା (ଗୁଜରାଟୀରେ ପ୍ରବାଦ ଅଛି, ‘ନେଭା କେ ପାନୀ ମୋହେ ଲଗା ଲିୟେ‘ ଅର୍ଥାତ୍, ସେବା କାର୍ଯ୍ୟରେ ପ୍ରକୃତିକରଣ) ଦୃଶ୍ୟମାନ ହେଉଥିଲା। ପ୍ରତ୍ୟେକଟି ପଦକ୍ଷେପରେ ସେବାର ସୁଗନ୍ଧ ବିସ୍ତାର କରିଛି ଯାହା ଆଜି ଏବଂ ଶହ ଶହ ବର୍ଷ ପରେ ମଧ୍ୟ ଲୋକମାନେ ସେମାନଙ୍କୁ ମନେ ରଖିଛନ୍ତି-ଏହା ହିଁ ଏକ ବଡ଼ ସଫଳତା। ମୁଁ ବ୍ୟକ୍ତିଗତ ଭାବେ ପୂଜ୍ୟ ଇସୁ ବାପୁଙ୍କ ନିଃସ୍ୱାର୍ଥପର ସେବାର ସାକ୍ଷୀ ରହିଛି। ମୁଁ ତାଙ୍କ ସମର୍ପଣକୁ ନିଜ ଆଖିରେ ଦେଖିଛି। ଆମର ଗୁଜରାଟରେ ମରୁଡ଼ି ହେବା ନୂଆ କଥା ନୁହେଁ। ଗୋଟିଏ ସମୟ ଥିଲା ଯେତେବେଳେ ଦଶ ବର୍ଷ ମଧ୍ୟରୁ ସାତ ବର୍ଷ ଧରି ଗୁଜରାଟରେ ମରୁଡ଼ି ଲାଗି ରହୁଥିଲା। ଗୁଜରାଟରେ, ଏହା ମଧ୍ୟ କୁହାଯାଉଥିଲା “ପୁତ୍ରୀ କା ଧୁନ୍ଧୁକା (ଏକ ମରୁଡ଼ି ପ୍ରବଣ ଅଞ୍ଚଳ) ରେ ନିଜ ଝିଅକୁ ବିବାହ କର ନାହିଁ।” (ଗୁଜରାଟୀ ଭାଷାରେଃ ବନ୍ଦୁକେ ଦେଜୋ ପଣ ଧୁଂଧୁକେ ନ ଦେତା, ଯାହାର ଅର୍ଥ ହେଉଛି “ଧୁନ୍ଧୁକାରେ ବିବାହ କରିବା ଅପେକ୍ଷା ନିଜ ଝିଅକୁ ଗୁଳି ମାରିଦେବା ଭଲ) ।’ ସେହି ସମୟରେ ଏହି ଉକ୍ତି ବିଦ୍ୟମାନ ଥିଲା କାରଣ ଧୁନ୍ଧୁକାରେ ବାରମ୍ବାର ଭୟଙ୍କର ମରୁଡ଼ି ହେଉଥିଲା । ଏପରିକି ଧୁନ୍ଧୁକା ଏବଂ ରଣପୁର ମଧ୍ୟ ପାଣି ପାଇଁ ସଂଘର୍ଷ କରୁଥିବା ସ୍ଥାନ ଥିଲା। ଏବଂ ସେହି ସମୟରେ, ପୂଜ୍ୟ ଇସୁ ବାପୁଙ୍କ ନିଃସ୍ୱାର୍ଥପର ସେବା ସ୍ପଷ୍ଟ ଥିଲା। ସେ ଯେଉଁଭଳି ଭାବେ ପୀଡ଼ିତ ଲୋକମାନଙ୍କ ସେବା କରିଥିଲେ, ତାହା ଆଜି ମଧ୍ୟ ସ୍ମରଣୀୟ ହୋଇ ରହିଛି। କେବଳ ମୁଁ ନୁହେଁ, ସମଗ୍ର ଗୁଜରାଟ ରାଜ୍ୟ ତାଙ୍କ କାର୍ଯ୍ୟକୁ ଦିବ୍ୟ ବୋଲି ବିବେଚନା କରେ। ଲୋକମାନେ ତାଙ୍କ ଅବଦାନକୁ ପ୍ରଶଂସା କରିବା ବନ୍ଦ କରନ୍ତି ନାହିଁ। ଯାଯାବର ସମ୍ପ୍ରଦାୟର ସେବା ହେଉ, ସେମାନଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ହେଉ, ପରିବେଶ ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବା ହେଉ,ଗିର୍ -ଗାଈମାନଙ୍କର ଯତ୍ନ ନେବା ହେଉ, ସେବା ପ୍ରତି ତାଙ୍କର ପ୍ରତିବଦ୍ଧତା ସେ କରିଥିବା ପ୍ରତ୍ୟେକ କାର୍ଯ୍ୟରେ ଦେଖିବାକୁ ମିଳୁଥିଲା। ତାଙ୍କ କାର୍ଯ୍ୟ ମାଧ୍ୟମରେ ଆମେ ନିଃସ୍ୱାର୍ଥପର ସେବାର ଗଭୀର ପରମ୍ପରାକୁ ସ୍ପଷ୍ଟ ଭାବରେ ଦେଖିପାରୁଛୁ।
ମୋର ପ୍ରିୟ ପରିବାରଗଣ,
ଭାରୱାଡ ସମ୍ପ୍ରଦାୟ କଠିନ ପରିଶ୍ରମ ଏବଂ ବଳିଦାନରୁ କେବେ ପଛଘୁଞ୍ଚା ଦେଇନାହାନ୍ତି-ସେମାନେ ସର୍ବଦା ଆଗରେ ରହିଛନ୍ତି। ଆପଣମାନେ ସମସ୍ତେ ଜାଣନ୍ତି ଯେ ମୁଁ ଯେତେବେଳେ ବି ଆପଣମାନଙ୍କ ମଧ୍ୟରେ ଆସିଛି, ମୁଁ ଖୋଲାଖୋଲି ଭାବେ କଥା ହୋଇଛି। ମୁଁ ଥରେ ଭରୱାଡ ସମ୍ପ୍ରଦାୟକୁ କହିଥିଲି ଯେ ଲାଠି ବହନ କରିବାର ଯୁଗ ସମାପ୍ତ ହୋଇଛି-ଆପଣମାନେ ଯଥେଷ୍ଟ ଲମ୍ବା ଲାଠି ବହନ କରିଛନ୍ତି, କିନ୍ତୁ ବର୍ତ୍ତମାନ କଲମର ଯୁଗ। ଏବଂ ଆଜି, ମୁଁ ଗର୍ବର ସହ କହିବାକୁ ଚାହେଁ ଯେ ଗୁଜରାଟରେ ମୋର ସେବା ସମୟରେ, ଭରୱାଡ ସମ୍ପ୍ରଦାୟର ନୂତନ ପିଢ଼ି ଏହି ପରିବର୍ତ୍ତନକୁ ଗ୍ରହଣ କରିଛନ୍ତି। ପିଲାମାନେ ଏବେ ପଢ଼ୁଛନ୍ତି ଏବଂ ଆଗକୁ ବଢ଼ୁଛନ୍ତି। ପୂର୍ବରୁ ମୁଁ କହୁଥିଲି, “ଲାଠି ତଳକୁ ରଖି କଲମ ଉଠାନ୍ତୁ”। ଏବେ ମୁଁ କହୁଛି, “ମୋ ଝିଅମାନଙ୍କ ହାତରେ ମଧ୍ୟ କମ୍ପ୍ୟୁଟର ରହିବା ଉଚିତ।” ଏହି ପରିବର୍ତ୍ତିତ ସମୟରେ, ଆମେ ବହୁତ କିଛି ହାସଲ କରିପାରିବା-ଏହା ହିଁ ଆମକୁ ପ୍ରେରଣା ଦେଇଥାଏ। ଆମ ସମାଜ ହେଉଛି ପ୍ରକୃତିର ରକ୍ଷକ। ଆପଣ ପ୍ରକୃତରେ “ଅତିଥି ଦେବୋ ଭାବ” (ଅତିଥି ହେଉଛନ୍ତି ଭଗବାନ) ର ଆତ୍ମାକୁ ଜୀବନ୍ତ କରିଛନ୍ତି। ଅନେକ ଲୋକ ଆମର ପଶୁପାଳକ ଏବଂ ବଲୱା ସମ୍ପ୍ରଦାୟର ପରମ୍ପରା ବିଷୟରେ ଅଜ୍ଞ। ଆପଣ ବାର୍ଦ୍ଧକ୍ୟ ଗୃହରେ ଭରୱାଡ ସମ୍ପ୍ରଦାୟର ବୟସ୍କମାନଙ୍କୁ ପାଇବେ ନାହିଁ। ଯୌଥ ପରିବାରର ଧାରଣା ଏବଂ ବୟସ୍କମାନଙ୍କ ସେବାକୁ ସେମାନଙ୍କ ସଂସ୍କୃତିରେ ଭଗବାନଙ୍କ ସେବା ଭାବରେ ବିବେଚନା କରାଯାଏ । ସେମାନେ ସେମାନଙ୍କ ବୟସ୍କମାନଙ୍କୁ ବାର୍ଦ୍ଧକ୍ୟ ଗୃହକୁ ପଠାନ୍ତି ନାହିଁ-ସେମାନେ ସେମାନଙ୍କର ଯତ୍ନ ନିଅନ୍ତି । ଏହି ମୂଲ୍ୟବୋଧକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ପିଢ଼ି ପିଢ଼ି ଧରି, ଭରୱାଡ ସମ୍ପ୍ରଦାୟର ନୈତିକ ଏବଂ ପାରିବାରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ପ୍ରୟାସ କରାଯାଉଛି। ମୁଁ ଏହା ଦେଖି ଅତ୍ୟନ୍ତ ସନ୍ତୋଷ ଅନୁଭବ କରୁଛି ଯେ ଆମ ସମାଜ ନିଜର ପରମ୍ପରାକୁ ବଜାୟ ରଖି ଆଧୁନିକତାର ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଯାଯାବର ପରିବାରର ପିଲାମାନଙ୍କ ପାଇଁ ଶିକ୍ଷା ଏବଂ ଛାତ୍ରାବାସ ସୁବିଧା ପ୍ରଦାନ କରିବା ମଧ୍ୟ ଏକ ମହାନ ସେବା। ଆମ ସମ୍ପ୍ରଦାୟକୁ ଆଧୁନିକତା ସହିତ ଯୋଡ଼ିବା ଏବଂ ବିଶ୍ୱ ସହିତ ସମନ୍ୱିତ ହେବାର ସୁଯୋଗ ସୃଷ୍ଟି କରିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏବେ ମୁଁ ଚାହୁଁଛି ଯେ ଆମର ଝିଅମାନେ ମଧ୍ୟ କ୍ରୀଡ଼ାରେ ଉତ୍କର୍ଷ ହାସଲ କରନ୍ତୁ। ଏହି ଲକ୍ଷ୍ୟ ହାସଲ ଦିଗରେ ଆମକୁ କାମ କରିବାକୁ ପଡ଼ିବ। ଏହା ମଧ୍ୟ ଏକ ମହାନ ସେବା। ମୁଁ ଯେତେବେଳେ ଗୁଜରାଟରେ ଥିଲି, ସେତେବେଳେ ଖେଳ ମହାକୁମ୍ଭ (କ୍ରୀଡ଼ା ମହୋତ୍ସବ) ରେ ଯୁବତୀମାନଙ୍କୁ ବିଦ୍ୟାଳୟରେ ପଢ଼ୁଥିବା ଏବଂ କ୍ରୀଡ଼ାରେ ପଦକ ଜିତୁଥିବା ଦେଖିଲି। ଭଗବାନ ସେମାନଙ୍କୁ ବିଶେଷ ଶକ୍ତି ପ୍ରଦାନ କରିଛନ୍ତି, ଏବଂ ଆମେ ସେମାନଙ୍କର ପ୍ରଗତି ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍। ଆମେ ଆମର ପଶୁମାନଙ୍କର ଯତ୍ନ ନେଉ-ଯଦି ଆମର ପଶୁମାନେ ଅସୁସ୍ଥ ହୁଅନ୍ତି, ତେବେ ସେମାନଙ୍କ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁ। ଏବେ, ଆମର ପିଲାମାନଙ୍କ ପ୍ରତି ମଧ୍ୟ ସମାନ ସମର୍ପଣ ଏବଂ ଚିନ୍ତା ରହିବା ଆବଶ୍ୟକ। ବାଭାଲିୟାଲି ଧାମ ପଶୁପାଳନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛି, ବିଶେଷ କରି ଏଠାୋର ଗିର୍ ଗାଈ ପ୍ରଜାତିର ସଂରକ୍ଷଣରେ, ଯାହା ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ଆଜି ଗିର୍ ଗାଈକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି।
ମୋର ପ୍ରିୟ ପରିବାର ସଦସ୍ୟ,
ଭାଇ ଓ ଭଉଣୀମାନେ, ଆମେ ଭିନ୍ନ ନୁହେଁ; ଆମେ ସମସ୍ତେ ସାଥୀ। ମୁଁ ସବୁବେଳେ ଅନୁଭବ କରିଛି ଯେ ଆମେ ଗୋଟିଏ ପରିବାରର ସଦସ୍ୟ। ପରିବାରର ଜଣେ ସଦସ୍ୟ ଭାବେ ମୁଁ ସବୁବେଳେ ଆପଣମାନଙ୍କ ମଧ୍ୟରେ ରହିଛି। ଆଜି ଯେତେବେଳେ ମୁଁ ଏଠାରେ ବାଭାଲିୟାଲି ଧାମରେ ଏକାଠି ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଦେଖୁଛି, ମୁଁ ଅନୁଭବ କରୁଛି ଯେ ଆପଣମାନଙ୍କଠାରୁ କିଛି ମାଗିବାର ମୋର ଅଧିକାର ଅଛି। ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହୁଁଛି, ଏବଂ ମୁଁ ଏହି ବିଶ୍ୱାସର ସହ ଅନୁରୋଧ କରୁଛି ଯେ ଆପଣମାନେ ମୋତେ କେବେ ନିରାଶ କରିବେ ନାହିଁ। ଆମେ ଯେପରି ଅଛୁ ସେପରି ରହିପାରିବୁ ନାହିଁ-ଆମକୁ ଏକ ବଡ଼ ଲମ୍ଫ ପ୍ରଦାନ କରି ଆଗକୁ ଯିବାକୁ ହେବ ଏବଂ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବାକୁ ହେବ। ଆପଣଙ୍କ ସମର୍ଥନ ବିନା, ମୋର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସମଗ୍ର ସମାଜକୁ ଏକାଠି ହେବାକୁ ପଡ଼ିବ। ଆପଣ ମନେ ପକାଇବେ ଯେ ମୁଁ ଥରେ ଲାଲକିଲ୍ଲାରୁ ‘ସବକା ପ୍ରୟାସ “(ସାମୂହିକ ପ୍ରୟାସ) ଉପରେ ଗୁରୁତ୍ୱ ଦେଇଥିଲି। ‘ସବକା ପ୍ରୟାସ “ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ‘ବିକଶିତ ଭାରତ “ଦିଗରେ ପ୍ରଥମ ପଦକ୍ଷେପ ଆମ ଗାଁଗୁଡ଼ିକର ବିକାଶରୁ ଆରମ୍ଭ ହୋଇଥାଏ। ପ୍ରକୃତି ଏବଂ ପଶୁମାନଙ୍କ ସେବା କରିବା ଆମର ପବିତ୍ର କର୍ତ୍ତବ୍ୟ। ଏହାକୁ ଧ୍ୟାନରେ ରଖି, ଆମକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେବାକୁ ପଡ଼ିବ। ଭାରତ ସରକାର ପାଦ ଏବଂ ପାଟି ରୋଗର ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ମାଗଣା କାର୍ଯ୍ୟକ୍ରମ ଚଳାଉଛନ୍ତି-ଏକ ରୋଗ ଯାହାକୁ ଆମେ ଆମର ସ୍ଥାନୀୟ ଭାଷାରେ ଖୁରପାକା-ମୁହପକା ବୋଲି କହିଥାଉ। ଆମର ପଶୁମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖିବା ପାଇଁ ନିୟମିତ ଟିକାକରଣ କିପରି ନିହାତି ଆବଶ୍ୟକ। ଏହା ଏକ ସହାନୁଭୂତିଶୀଳ କାର୍ଯ୍ୟ, ଏବଂ ସରକାର ଏହି ଟିକା ମାଗଣାରେ ଯୋଗାଇ ଦେଉଛନ୍ତି। ଆମକୁ ନିଶ୍ଚିତ କରିବାକୁ ହେବ ଯେ ଆମ ସମ୍ପ୍ରଦାୟର ସମସ୍ତ ପଶୁମାନେ ନିୟମିତ ଭାବରେ ଏହି ଟୀକାକରଣ ପାଇବେ। ସେତେବେଳେ ଆମେ ଭଗବାନ କୃଷ୍ଣଙ୍କର ନିରନ୍ତର ଆଶୀର୍ବାଦ ପାଇବୁ, ଏବଂ ଆମର ଭଗବାନ ଆମକୁ ସାହାଯ୍ୟ କରିବାକୁ ଆସିବେ।
ଆମ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ପଶୁପାଳକମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବା। ପୂର୍ବରୁ କେବଳ କୃଷକମାନଙ୍କ ପାଖରେ କିଷାନ କ୍ରେଡିଟ୍ କାର୍ଡ ଉପଲବ୍ଧ ଥିଲା, କିନ୍ତୁ ଏବେ ଆମେ ପଶୁପାଳନ କରୁଥିବା କୃଷକମାନଙ୍କ ପାଇଁ ମଧ୍ୟ କ୍ରେଡିଟ୍ କାର୍ଡ ପ୍ରଚଳନ କରିଛୁ। ଏହି କ୍ରେଡିଟ୍ କାର୍ଡ ଦ୍ୱାରା ପଶୁପାଳନ ମାଲିକମାନେ ନିଜର ବ୍ୟବସାୟ ସମ୍ପ୍ରସାରଣ କରିବା ପାଇଁ ବ୍ୟାଙ୍କଗୁଡ଼ିକରୁ ସ୍ୱଳ୍ପ ସୁଧରେ ଋଣ ପାଇପାରିବେ। ଏହାବ୍ୟତୀତ, ଦେଶୀ ଗାଈ ପ୍ରଜାତିର ସଂରକ୍ଷଣ ଏବଂ ସମ୍ପ୍ରସାରଣ ପାଇଁ ଜାତୀୟ ଗୋକୁଲ୍ ମିଶନ ଜାରି ରହିଛି। ଆପଣଙ୍କୁ ମୋର ବିନମ୍ର ଅନୁରୋଧ ହେଉଛି ଯଦି ମୁଁ ଦିଲ୍ଲୀରେ ବସି ଏହି ପଦକ୍ଷେପଗୁଡ଼ିକ ଉପରେ କାର୍ଯ୍ୟ କରୁଛି, କିନ୍ତୁ ଆପଣ ଏହାର ଫାଇଦା ଉଠାଉନାହାନ୍ତି, ତେବେ ଏହାର ଅର୍ଥ କ “ଣ? ଆପଣଙ୍କୁ ଏହି ଯୋଜନାଗୁଡ଼ିକରୁ ଲାଭବାନ ହେବାକୁ ପଡ଼ିବ। ଏପରି କରିବା ଦ୍ୱାରା ମୁଁ ଲକ୍ଷ ଲକ୍ଷ ପଶୁଙ୍କ ସହିତ ଆପଣଙ୍କର ଏବଂ ଜୀବଜନ୍ତୁଙ୍କ ଆଶୀର୍ବାଦ ପାଇବି। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହା ମୁଁ ପୂର୍ବରୁ ଉଲ୍ଲେଖ କରିଛି ଏବଂ ଆଜି ଦୋହରାଇବି, ତାହା ହେଉଛି ବୃକ୍ଷରୋପଣର ଗୁରୁତ୍ୱ। ଚଳିତ ବର୍ଷ ମୁଁ ଏକ ଅଭିଯାନ ଆରମ୍ଭ କରିଛି ଯାହା ସାରା ବିଶ୍ୱରେ ପ୍ରଶଂସିତ ହୋଇଛିଃ ‘ଏକ ପେଡ ମା କେ ନାମ “(ମାଆଙ୍କ ନାମରେ ଗଛଟିଏ) । ଯଦି ଆପଣଙ୍କ ମାଆ ଜୀବିତ ଅଛନ୍ତି, ତେବେ ତାଙ୍କ ସମ୍ମୁଖରେ ଏକ ଗଛ ଲଗାନ୍ତୁ। ଯଦି ସେ ମୃତ୍ୟୁବରଣ କରିଛନ୍ତି, ତେବେ ତାଙ୍କ ସ୍ମୃତିରେ ଏକ ଗଛ ଲଗାନ୍ତୁ, ତା ‘ସାମ୍ନାରେ ତାଙ୍କ ଫଟୋ ରଖନ୍ତୁ । ଭରୱାଡ ସମ୍ପ୍ରଦାୟ ଏହାର ଶକ୍ତିଶାଳୀ, ଦୀର୍ଘଜୀବୀ ବୟସ୍କମାନଙ୍କ ପାଇଁ ଜଣାଶୁଣା-ଯେଉଁମାନଙ୍କ ମଧ୍ୟରୁ ଅନେକ ୯୦ ରୁ ୧୦୦ ବର୍ଷ ବଞ୍ଚନ୍ତି-ଏବଂ ଆମେ ସେମାନଙ୍କୁ ସେବା କରିବାରେ ଗର୍ବ ଅନୁଭବ କରୁ। ଏବେ ଆମ ମାଆମାନଙ୍କ ନାମରେ ବୃକ୍ଷ ରୋପଣ କରି ଆମେ ଗର୍ବ କରିବା ଉଚିତ। ଆମକୁ ଏହା ମଧ୍ୟ ସ୍ୱୀକାର କରିବାକୁ ହେବ ଯେ ଆମେ ପୃଥିବୀ ମାତାକୁ କ୍ଷତି ପହଞ୍ଚାଇଛୁ-ଆମେ ପାଣି ବାହାର କରିଛୁ, ରାସାୟନିକ ପଦାର୍ଥ ମିଶାଇଛୁ, ତାଙ୍କୁ ତୃଷାର୍ତ୍ତ ଛାଡ଼ିଛୁ, ଏବଂ ଏପରିକି ତାଙ୍କ ମାଟିକୁ ବିଷାକ୍ତ କରିଛୁ। ପୃଥିବୀ ମାତାର ସ୍ୱାସ୍ଥ୍ୟକୁ ପୁନରୁଦ୍ଧାର କରିବା ଆମର ଦାୟିତ୍ୱ। ଏଥିପାଇଁ, ପଶୁମାନଙ୍କର ସାର ଆମ ଜମି ପାଇଁ ସମ୍ପଦ ଭଳି। ଏହା ମୃତ୍ତିକାକୁ ପୁଷ୍ଟିକର ଏବଂ ମଜଭୁତ କରିଥାଏ। ସେଥିପାଇଁ ପ୍ରାକୃତିକ ଚାଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନଙ୍କ ପାଖରେ ଜମିର ମାଲିକାନା ରହିଛି ଏବଂ ସୁଯୋଗ ରହିଛି, ସେମାନେ ପ୍ରାକୃତିକ କୃଷିକୁ ଗ୍ରହଣ କରିବା ଉଚିତ। ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଜୀ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ବହୁତ ପ୍ରୟାସ କରୁଛନ୍ତି। ତେଣୁ, ଆପଣ ସମସ୍ତଙ୍କୁ ମୋର ଅନୁରୋଧ ହେଉଛି, ଆମ ପାଖରେ ଯାହା ବି ଜମି ଅଛି-ବଡ଼ ହେଉ କିମ୍ବା ଛୋଟ-ଆମେ ପ୍ରାକୃତିକ ଚାଷ ଆଡ଼କୁ ଗତି କରିବା ଉଚିତ ଏବଂ ପୃଥିବୀ ମାତାର ସେବା କରିବା ଉଚିତ।
ପ୍ରିୟ ଭାଇ ଓ ଭଉଣୀମାନେ,
ମୁଁ ପୁଣିଥରେ ଭରୱାଡ ସମ୍ପ୍ରଦାୟକୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି ଏବଂ ପ୍ରାର୍ଥନା କରୁଛି ଯେ ନଗା ଲାଖା ଠାକରଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ। ବାଭାଲିୟାଲି ଧାମ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତି ସମୃଦ୍ଧି ଏବଂ ପ୍ରଗତିର ଆଶୀର୍ବାଦ ପାଆନ୍ତୁ-ଏହା ହେଉଛି ଠାକରଙ୍କ ପାଦତଳେ ମୋର ପ୍ରାର୍ଥନା। ଆମର ଝିଅ ଏବଂ ପୁଅମାନଙ୍କୁ ଶିକ୍ଷିତ ଏବଂ ପ୍ରଗତିଶୀଳ ତଥା ଆମ ସମ୍ପ୍ରଦାୟକୁ ଶକ୍ତିଶାଳୀ ହେବା ଦେଖିବା ବ୍ୟତୀତ ଆମେ ଆଉ କ “ଣ ମାଗିପାରିବା? ଏହି ଶୁଭ ଅବସରରେ, ଆସନ୍ତୁ ଭାଇଜୀଙ୍କ ବାଣୀକୁ ସମ୍ମାନ ଦେବା ଏବଂ ଆମ ସମ୍ପ୍ରଦାୟ ଯେପରି ନିଜର ଶକ୍ତି ବଜାୟ ରଖି ଆଧୁନିକତା ଆଡ଼କୁ ଅଗ୍ରସର ହେଉ, ତାହା ସୁନିଶ୍ଚିତ କରି ସେଗୁଡ଼ିକୁ ଆଗକୁ ବଢ଼ାଇବା। ମୁଁ ପ୍ରକୃତରେ ଅପାର ଆନନ୍ଦ ଅନୁଭବ କରିଛି। ଯଦି ମୁଁ ବ୍ୟକ୍ତିଗତ ଭାବେ ଆସିପାରିଥାନ୍ତି, ତେବେ ଏହା ଆହୁରି ଆନନ୍ଦଦାୟକ ହୋଇଥାନ୍ତା।
ଜୟ ଠକର!
*****
NS/SLP
Sharing my remarks during a programme of Bavaliyali Dham in Gujarat. https://t.co/JIsIUkNtGS
— Narendra Modi (@narendramodi) March 20, 2025