Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ କ୍ରୀଡ଼ାରେ ୩୩ଟି ପଦକ ଜିତିଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଇଟାଲୀର ଟୁରିନ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ବିଶ୍ୱ ଶୀତକାଳୀନ ଅଲିମ୍ପିକ୍ସରେ ଅସାଧାରଣ ପ୍ରଦର୍ଶନ କରିଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ଦଳ ୩୩ଟି ପଦକ ବିଜୟୀ ହୋଇ ବିଶ୍ୱ ସ୍ତରରେ ଦେଶକୁ ଗର୍ବିତ କରିଛନ୍ତି ।

ଶ୍ରୀ ମୋଦୀ ଆଜି ସଂସଦରେ ଖେଳାଳିମାନଙ୍କୁ ଭେଟି ସେମାନଙ୍କୁ ସମର୍ପଣ ଭାବନା ଓ ଉପଲବ୍ଧôି ପାଇଁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି:

“ଇଟାଲୀର ଟୁରିନ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ବିଶ୍ୱ ଶୀତକାଳୀନ ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଆଣିଥିବା ଆମ କ୍ରୀଡ଼ାବିତମାନଙ୍କ ପାଇଁ ମୁଁ ଅତ୍ୟନ୍ତ ଗର୍ବିତ! ଆମର ପ୍ରତିଭାଶାଳୀ କ୍ରୀଡ଼ାବିତମାନେ ୩୩ଟି ପଦକ ଜିତିଛନ୍ତି ।

ସଂସଦରେ ଖେଳାଳିମାନଙ୍କୁ ଭେଟିଥିଲି ଏବଂ ସେମାନଙ୍କ କୃତିତ୍ୱ ପାଇଁ ଅଭିନନ୍ଦନ ଜଣାଇଲି ।

@SpecialOlympics”

SR