ଏହା ମୋର ସୌଭାଗ୍ୟ ଯେ, ମତେ ଏଠାରେ ଉପସ୍ଥିତ ରହି ଏହି ନୂଆ କ୍ୟାମ୍ପସ ଉଦ୍ଘାଟନ କରିବାର ସୁଯୋଗ ମିଳିଛି । ଏବେ ବିଶ୍ୱ ଅର୍ଥବ୍ୟବସ୍ଥାର ମାନ୍ଦା ସମୟ । ବିକାଶଶୀଳ ଦେଶସମୂହ ଓ ନୂତନ ଭାବେ ମୁଣ୍ଡଟେକୁଥିବା ବଜାର – ଉଭୟେ ମାନ୍ଦା ଅବସ୍ଥାର ସମ୍ମୁଖିନ ହେଉଛନ୍ତି । ଏହି ପୃଷ୍ଠଭୂମିରେ, ଭାରତକୁ ଏକ ଉଜ୍ଜ୍ୱଳ ସ୍ଥାନରେ ଦେଖିବାକୁ ମିଳୁଛି । ସାରା ବିଶ୍ୱରେ ଆମ ଦେଶକୁ ସର୍ବବୃହତ ଅଭିବୃଦ୍ଧି ନେଇ ଆକଳନ କରାଯାଉଛି ।
ଭାରତର ସ୍ଥାନ ଦୃତ ଅଭିବୃଦ୍ଧି ହାସଲକାରୀ ବୃହତ ଅର୍ଥବ୍ୟବସ୍ଥା ଭାବେ ଅତୀତରୁ ଆସି ନଥିଲା । ଆମେ କେତେ ପଥ ଅତିକ୍ରମ କରିଛେ ଆସନ୍ତୁ ଦେଖିବା, ଆମେ ୨୦୧୨-୧୩କୁ ଦେଖିବା । ଆର୍ଥିକ ନିଅଣ୍ଟ ପରିମାଣ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚି ଥିଲା । ଟଙ୍କାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଉଥିଲା । ମୁଦ୍ରାସ୍ଫୀତି ଦର ବଢି ଚାଲିଥିଲା । ଚଳନ୍ତି ଜମା ନିଅଣ୍ଟ ପରିମାଣ ବୃଦ୍ଧି ପାଉଥିଲା । ଆମ ଅର୍ଥବ୍ୟବସ୍ଥା ଉପରେ ଆସ୍ଥା ହ୍ରାସ ପାଉଥିବାରୁ ବିଦେଶୀ ନିବେଶକମାନେ ଭାରତରୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତକୁ ଏକ ଦୁର୍ବଳ ଦେଶ ଭାବେ ଗଣନା କରାଯାଉଥିଲା ।
ମାତ୍ର ତିନି ବର୍ଷରୁ କମ୍ ସମୟ ମଧ୍ୟରେ, ଏହି ସରକାର ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣି ପାରିଲେ । ଆମେ ପ୍ରତିବର୍ଷ ଆର୍ଥିକ ନିଅଣ୍ଟିଆ ପରିମାଣକୁ କମ୍ କରିବା ସହିତ ପ୍ରତିବର୍ଷ ଲକ୍ଷ୍ୟ ହାସଲ କରିବାରେ ସଫଳ ହେଲୁ । ଚଳନ୍ତି ଜମା ନିଅଣ୍ଟ ପରିମାଣ କମ୍ ଥିଲା । ୨୦୧୩ର ସ୍ୱତନ୍ତ୍ର ମୁଦ୍ରା ଋଣ ପରିଶୋଧ ପରେ ମଧ୍ୟ, ବିଦେଶୀ ମୁଦ୍ରା ପ୍ରତିବଦଳ ହାର ଅଧିକ ଥିଲା । ମୁଦ୍ରାସ୍ଫିତୀ କମିଲା, ପୂର୍ବ ସରକାର ଅମଳରେ ମୁଦ୍ରାସ୍ଫିତୀ ଦୁଇ ଅଙ୍କରେ ଥିବା ବେଳେ, ଚାରି ପ୍ରତିଶତରୁ କମ୍ ରହିବାରେ ଲାଗିଲା । ଯେତବେଳେ ଆର୍ଥିକ ନିଅଣ୍ଟ ପରିମାଣ କମିଗଲା, ସାଧାରଣ ନିବେଶ ପରିମାଣ ଦ୍ରୁତ ଗତିରେ ବୃଦ୍ଧି ପାଇଲା । ମୁଦ୍ରାସ୍ଫିତୀ ଦର ନିୟନ୍ତ୍ରଣ ଲକ୍ଷ୍ୟ ହାସଲ କରିବା ପାଇଁ ଏକ ନୂତନ ବାଧ୍ୟତାମୂଳକ ନିୟମର ଯୋଜନା ପ୍ରସ୍ତୁତ କରାଗଲା । ସାମଗ୍ରୀ ଓ ସେବାକର ସମ୍ବିଧାନ ସଂଶୋଧନ ବିଧେୟକ ଦୀର୍ଘଦିନ ଧରି ପଡି ରହିଥିଲା । ଏହା ଏବେ ଗୃହିତ ହୋଇଛି ଏବଂ ବହୁ ପ୍ରତିକ୍ଷିତ ବସ୍ତୁ ଓ ସେବା କର(GST) ବିଲ୍ ଖୁବ୍ ଶୀଘ୍ର ବାସ୍ତବତାର ରୂପ ନେବ । ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ବିକାଶ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆମେ କାର୍ଯ୍ୟ କରୁଛୁ । ଏହି ସବୁ ଯୋଜନାର ଫଳାଫଳ ସ୍ୱରୂପ, ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ପରିମାଣ ରେକର୍ଡ ସ୍ତରରେ ପହଞ୍ଚିଛି । ବିମୁଦ୍ରୀକରଣ ଦ୍ୱାରା ଦ୍ରୁତ ଗତିମାନ ଯାନର ପଥରୋଧ କରାଯାଉଥିବା ନେଇ ଦାବି କରୁଥିବା ସମାଲୋଚକମାନେ, ଆମ ଦ୍ରୁତ ବିକାଶ ସଂପର୍କରେ ଅବଗତ ହେବା ଦରକାର ।
ଆପଣମାନଙ୍କ ଆଗରେ ମୁଁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହେଁ: ଏହି ସରକାର ଏକ ସୁସ୍ଥ ଓ ପରିଣାମଦର୍ଶୀ ଅର୍ଥନୈତିକ ଯୋଜନାର ନୀତି ଅନୁସରଣ କରିବ, ଯାହା ଦୀର୍ଘମିଆଦୀ ଭିତ୍ତିରେ ଭାରତର ଭବିଷ୍ୟତକୁ ଉଜ୍ଜ୍ୱଳ କରିବ । ରାଜନୈତିକ ଦୃଷ୍ଟିକୋଣରୁ ସ୍ୱଳ୍ପ ମିଆଦୀ ଲକ୍ଷ୍ୟ ହାସଲ ପାଇଁ ଆମେ କିଛି ପଦକ୍ଷେପ ନେବୁ ନାହିଁ । କଠୋର ପଦକ୍ଷେପ ନେବାକୁ ଆମେ କୁଣ୍ଠାବୋଧ କରିବୁ ନାହିଁ, ଯଦି ସେହି ପଦକ୍ଷେପ ଦେଶର ହିତ ସାଧନ କରିବ । ବିମୁଦ୍ରୀକରଣ ଏକ ଉଦାହରଣ । ଏହା ସ୍ୱଳ୍ପ ସମୟ ପାଇଁ କଷ୍ଟ ଦେବ କିନ୍ତୁ ଦୀର୍ଘକାଳ ପାଇଁ ବହୁତ ସୁଫଳ ଆଣି ଦେବ ।
ଅର୍ଥନୈତିକ ବଜାର ଆଧୁନିକ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିପାରିବ । ସଞ୍ଚୟକୁ ଗତିଶୀଳ କରିବାରେ ସେମାନେ ସାହାଯ୍ୟ କରିପାରିବେ । ସଞ୍ଚୟକୁ ଉତ୍ପାଦନମୁଖୀ ନିବେଶ ଆଡକୁ ଅଗ୍ରସର କରାଇବାରେ ସେମାନେ ନୂଆ ପ୍ରଣାଳୀ ସୃଷ୍ଟି କରିବେ ।
ଯଦିଓ ଇତିହାସ ଦେଖାଇଦେଇଛି ଯେ, ଅର୍ଥନୈତିକ ବଜାରକୁ ସଠିକ୍ ନିୟନ୍ତ୍ରଣ ନ କଲେ ତାହା ମଧ୍ୟ ବିପର୍ଯ୍ୟୟ ଘଟାଇପାରେ । ଭଲ ନିୟନ୍ତ୍ରଣ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ଭାରତୀୟ ପ୍ରତିଭୂତି ଓ ବିନମିୟ ବୋର୍ଡ(ସେବି) ପ୍ରତିଷ୍ଠା କରାଯାଇଥିଲା । ପ୍ରତିଭୂତି ବଜାରର ଉନ୍ନତିକୁ ପ୍ରୋତ୍ସାହନ ଦେବା ଓ ନିରାପଦ ବଜାର ସୃଷ୍ଟି କରିବା କ୍ଷେତ୍ରରେ ସେବି ମଧ୍ୟ ଭୁମିକା ତୁଲାଇଛି ।
ନିକଟରେ ଅଗ୍ର-ବଜାର ଆୟୋଗ (Forward Markets Commission)କୁ ଉଚ୍ଛେଦ କରାଯାଇଛି । ସାମଗ୍ରୀ ନିୟନ୍ତ୍ରଣ ଓ ବ୍ୟୁତ୍ପତ୍ତି ନିର୍ଣ୍ଣୟ ଦୟୀତ୍ୱ ମଧ୍ୟ ସେବି ଉପରେ ନ୍ୟସ୍ତ କରାଯାଇଛି । ଏହା ଏକ ବଡ଼ ଆହ୍ୱାନ । ସାମଗ୍ରୀ ବଜାରରେ, ନିର୍ଦ୍ଦିଷ୍ଟ ବଜାର ସେବି ଦ୍ୱାରା ନିୟନ୍ତ୍ରିତ ହୁଏ ନାହିଁ । କୃଷି ବଜାର ରାଜ୍ୟଗୁଡିକ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନେକ ସାମଗ୍ରୀ ସିଧାସଳଖ ଗରିବ ଓ ଦରିଦ୍ର ଲୋକମାନଙ୍କ ଠାରୁ ନିବେଶକମାନଙ୍କ ଦ୍ୱାରା କିଣାଯାଇ ନଥାଏ । ତେଣୁ ସାମଗ୍ରୀ ବ୍ୟୁତ୍ପତ୍ତି ସିଦ୍ଧତା ନେଇ ଅର୍ଥନୈତିକ ଓ ସାମାଜିକ ପ୍ରଭାବ ଅଧିକ ସମ୍ବେଦନଶୀଳ ।
ଅର୍ଥନୈତିକ ବଜାର ସଫଳତାର ସହ ଚାଲିବା ପାଇଁ, ଅଂଶ ଗ୍ରହଣକାରୀ ସଂପୂର୍ଣ୍ଣ ସଚେତନ ହେବା ଆବଶ୍ୟକ । ମୁଁ ଖୁସିର ସହିତ କହିବାକୁ ଚାହେଁ ଯେ, ରାଷ୍ଟ୍ରୀୟ ପ୍ରତିଭୂତି ପ୍ରବନ୍ଧନ ସଂସ୍ଥାନ ବିଭିନ୍ନ ଅଂଶଗ୍ରହଣକାରୀମାନଙ୍କୁ ଶିକ୍ଷିତ କରାଇବାରେ ଓ ଦକ୍ଷତା ପ୍ରମାଣନ କ୍ଷେତ୍ରରେ ପ୍ରମୁଖ ଭୁମିକା ତୁଲାଇବ । ବର୍ତ୍ତମାନ ଆମର ଲକ୍ଷ୍ୟ ଏକ ‘କୁଶଳ ଭାରତ’ । ପୃଥିବୀର ଯେ କୌଣସି କୋଣରେ ଭାରତୀୟ ଯୁବକ ନିଜ ପ୍ରତିପକ୍ଷ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ସକ୍ଷମ ହେବେ । ସେହିଭଳି ଦକ୍ଷତା ବିକାଶ କ୍ଷେତ୍ରରେ ଏହି ପ୍ରତିଷ୍ଠାନ ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ । ମତେ କୁହାଯାଇଛି ଯେ, NISM ରେ ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ୫୦ ହଜାର ଆବେଦନକାରୀ ପରୀକ୍ଷା ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ପାଞ୍ଚ ଲକ୍ଷରୁ ଅଧିକ ଆବେଦନକାରୀ ଏନ୍ଆଇଏସ୍ଏମ୍ ମାଧ୍ୟମରେ ପ୍ରମାଣପତ୍ର ପାଇ ସାରିଛନ୍ତି ।
ପ୍ରତିଭୂତି ବଜାର ସୁ-ନିୟନ୍ତ୍ରଣ କ୍ଷେତ୍ରରେ ଭାରତ ଭଲ ସୁନାମ ଅର୍ଜନ କରିଛି । ଇଲୋକ୍ଟ୍ରୋନିକ ମାଧ୍ୟମରେ ବ୍ୟବସାୟର ପ୍ରସାର ଏବଂ ଜମାକାରୀଙ୍କର ବ୍ୟବହାର ଆମ ବଜାରକୁ ଅଧିକ ସ୍ୱଚ୍ଛ କରିପାରିଛି । ଏ କ୍ଷେତ୍ରରେ ସେବି ଏକ ପ୍ରତିଷ୍ଠାନ ଭାବେ ନିଶ୍ଚିତ ଗୌରବର ଅଧିକାରୀ ।
ତଥାପି ପ୍ରତିଭୂତି ଓ ସାମଗ୍ରୀ ବଜାରରେ ଆମକୁ ଦୀର୍ଘ ପଥ ଯିବାକୁ ଅଛି । ଯେତେବେଳେ ମୁଁ ଅର୍ଥନୈତିକ ସମ୍ବାଦପତ୍ର ଦେଖେ, ମୁଁ ବେଳେବେଳେ ଆଇପିଓଙ୍କ ସଫଳତାର କାହାଣୀ ପଢେ ଓ କେମିତି ଦକ୍ଷ ଉଦ୍ୟୋଗୀ ହଠାତ୍ କୋଟିପତି ହୋଇଯାଇଥାନ୍ତି ଜାଣିବାକୁ ପାଏ । ଆପଣମାନେ ଜାଣନ୍ତି, ମୋ ସରକାର ଷ୍ଟାର୍ଟ-ଅପ୍ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅଧିକ ଆଗ୍ରହ ଦେଖାଉଛନ୍ତି । ଷ୍ଟାର୍ଟ-ଅପ୍ ବ୍ୟବସ୍ଥା ପାଇଁ ସେୟାର ବଜାର ଅତି ଜରୁରୀ । ତଥାପି ଆନ୍ତର୍ଜାତିକ ନିବେଶକାରୀ ଅବା ଆର୍ଥିକ ବିଶାରଦମାନଙ୍କ ପାଇଁ ପ୍ରତିଭୂତି ବଜାରର ସଫଳତା ମଧ୍ୟ ଯଥେଷ୍ଟ ନୁହେଁ ବୋଲି ଧରାଯିବ । ସଂପତ୍ତି ସୃଷ୍ଟି କରିବା ଭଲ, କିନ୍ତୁ ମୋ ପାଇଁ ଏହା ମୂଳ ଲକ୍ଷ୍ୟ ନୁହେଁ । ଆମ ପ୍ରତିଭୂତି ବଜାରର ପ୍ରକୃତ ମୂଲ୍ୟ ସେମାନଙ୍କର ଅବଦାନ ଉପରେ ନିର୍ଭର କରେ..
ତେବେ ଯାଇ ଅର୍ଥନୈତିକ ବଜାର ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ମୁଁ ବିବେଚନା କରିବି, ସେମାନେ ତିନୋଟି ଆହ୍ୱାନର ସମ୍ମୁଖୀନ ହେବା ଆବଶ୍ୟକ ।
ପ୍ରଥମତଃ, ଆମ ସେୟାର ବଜାରର ପ୍ରାଥମିକ ଲକ୍ଷ୍ୟ ଉତ୍ପାଦକତା ଉଦ୍ଦେଶ୍ୟରେ ପୁଞ୍ଜି ବୃଦ୍ଧି ପାଇଁ ସାହାଯ୍ୟ କରିବା । ପରିଚାଳନାଗତ ବିପଦ କ୍ଷେତ୍ରରେ ବ୍ୟୁତ୍ପତ୍ତି ନିର୍ଣ୍ଣୟକୁ ବ୍ୟବହାର କରାଯାଇ ପାରିବ । କିନ୍ତୁ ଅନେକ ଲୋକ ଭାବନ୍ତି ଯେ, ବ୍ୟୁତ୍ପତ୍ତି ନିର୍ଣ୍ଣୟ ବଜାର ଉପରେ ପ୍ରାଧାନ୍ୟ ବିସ୍ତାର କରେ ଏବଂ କୁକୁର ଲାଞ୍ଜ ହଲାଇବା ଭଳି କାମ କରେ । ପୁଞ୍ଜି ବଜାର କିପରି ଭଲ ଭାବେ କାର୍ଯ୍ୟକରି ପୁଞ୍ଜି ଯୋଗାଣ କ୍ଷେତ୍ରରେ ଆଲୋଡନ ସୃଷ୍ଟି କରୁଛି ତାହା ଦେଖିବା ଦରକାର ।
ଆମ ବଜାର ସଫଳତାର ସହ ପୁଞ୍ଜି ବୃଦ୍ଧି କରି, ଆମ ଜନସଂଖ୍ୟାର ସଂଖ୍ୟାଧିକ ବର୍ଗଙ୍କୁ ସୁବିଧା ପହଞ୍ଚାଇବ ତାହା କରି ଦେଖାଇବା ଦରକାର । ନିର୍ଦ୍ଧିଷ୍ଟ ଭାବରେ ଭିତ୍ତିଭୂମୀ କ୍ଷେତ୍ର ପ୍ରତି ମୁଁ ଦୃଷ୍ଟିଦେଉଛି । ଆଜି ଆମର ଅଧିକାଂଶ ଭିତ୍ତିଭୂମୀ ପ୍ରକଳ୍ପ ସରକାର କିମ୍ବା ବ୍ୟାଙ୍କ ଦ୍ୱାରା ଆର୍ଥିକ ସହାୟତା ପାଉଛନ୍ତି । ଭିତ୍ତିଭୂମୀ କ୍ଷେତ୍ର ପାଇଁ ପୁଞ୍ଜି ବଜାର ଆର୍ଥିକ ସହାୟତା ଦେବା ବହୁତ କ୍ୱଚିତ । ଭିତ୍ତିଭୂମୀ ପ୍ରକଳ୍ପ ତିଷ୍ଠି ରହିବା ପାଇଁ ଦୀର୍ଘକାଳୀନ ଭିତ୍ତିରେ ଉଦ୍ଧାର ଦେବା ବହୁତ ଗରୁତ୍ୱପୂର୍ଣ୍ଣ । ଏହା କୁହାଯାଏ ଯେ ଆମର ଏକ ଦୀର୍ଘ ମିଆଦୀ ସୁସ୍ପଷ୍ଟ ବଣ୍ଡ ବଜାର ନାହିଁ । ଏଥିପାଇଁ ଅନେକ କାରଣ ଦର୍ଶାଯାଏ । କିନ୍ତୁ ଏଠାରେ ଉପସ୍ଥିତ ଥିବା ଅର୍ଥନୈତିକ ଚିନ୍ତାଧାରା ସମ୍ପର୍ଣ୍ଣ ମସ୍ତିଷ୍କ ନିଶ୍ଚିତ ଏହି ସମସ୍ୟାର ସମାଧାନ କରି ପାରିବ, ଯଦି ପ୍ରକୃତରେ ଆପଣ ନିଜ ମସ୍ତିଷ୍କକୁ ଏଥିରେ ଲଗାଇବେ । ମୁଁ ଆପଣମାନଙ୍କୁ ଏହି ଆହ୍ୱାନ କରିବି ଯେ, ଭିତ୍ତିଭୂମୀ କ୍ଷେତ୍ର ପାଇଁ ଦୀର୍ଘ ମିଆଦୀ ପୁଞ୍ଜି ବଜାର ଯୋଗାଇଦେବା ନିମନ୍ତେ ମାର୍ଗ ବାହାର କରିବା । ବର୍ତ୍ତମାନ କେବଳ ସରକାର କିମ୍ବା ବିଶ୍ୱ ବ୍ୟାଙ୍କ ଅବା ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍ଥା (ଜାଇକା) ଭଳି ବାହାର ଋଣଦାତା ଭିତ୍ତିଭୂମୀ ପାଇଁ ଦୀର୍ଘ ସୂତ୍ରରେ ଅର୍ଥ ଯୋଗାଉଛନ୍ତି ।
ଆପଣ ସମସ୍ତେ ଅବଗତ ଯେ, ସହରୀ ଭିତ୍ତିଭୂମୀର ବିକାଶ ପାଇଁ ବିପୁଳ ପୁଞ୍ଜି ଆବଶ୍ୟକ । ଏହି ସରକାର ମହତ୍ୱାକାଂକ୍ଷୀ ସ୍ମାର୍ଟ ସିଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ମୁଁ ଦୁଃଖିତ ଯେ ବର୍ତ୍ତମାନ ସୁଦ୍ଧା, ଆମର ମ୍ୟୁନିସପାଲ ବଣ୍ଡ ମାର୍କେଟ ମଧ୍ୟ ନାହିଁ । ସେହିଭଳି ବଜାର ସୃଷ୍ଟି କରିବା ପାଇଁ ସମସ୍ୟା ଓ ଅସୁବିଧା ଦେଖାଦେବ । କିନ୍ତୁ ଜଣେ ଦକ୍ଷ ଉଦ୍ଭାବନ ପାଇଁ ପ୍ରକୃତ ପରୀକ୍ଷା ସେତେବେଳେ ଆସେ ଯେତେବେଳେ ଜଟିଳ ସମସ୍ୟାକୁ ସେ ସମାଧାନ କରିଥାଏ । କ’ଣ ସେବି ଏବଂ ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ଏକ ବର୍ଷ ମଧ୍ୟରେ ଅତ୍ୟନ୍ତ ୧୦ଟି ସହରରେ ମ୍ୟୁନିସପାଲ ବଣ୍ଡ ଜାରି କରିବା ସୁନିଶ୍ଚିତ କରିପାରିବେ?
ଦ୍ୱିତୀୟତଃ, ବଜାରଗୁଡିକ ଆମ ସମାଜର ବୃହତର ବର୍ଗଙ୍କୁ ସୁବିଧା ଯୋଗାଇ ଦେବ – ଉଦାହରଣ ସ୍ୱରୂପ ଆମ କୃଷକମାନଙ୍କୁ । ପ୍ରକୃତ ସଫଳ ପରିଣାମର ପ୍ରଭାବ ଗାଁ ଗୁଡିକରେ, ଦଲାଲ ଷ୍ଟ୍ରିଟ୍ କିମ୍ବା ଦିଲ୍ଲୀର ଲୁଟିୟେନସ୍ ରେ ନୁହେଁ । ସେହି ମାନଦଣ୍ଡ ଅନୁସାରେ, ଆମକୁ ବହୁ ପଥ ଯିବାକୁ ହେବ । ଆମ ଷ୍ଟକ୍ ବଜାର ଅଭିନବ ଉପାୟରେ କୃଷି ପ୍ରକଳ୍ପ ପାଇଁ ପୁଞ୍ଜି ସୃଷ୍ଟି କରିବା ଆବଶ୍ୟକ । ଆମ ସାମଗ୍ରୀ ବଜାର ଆମ କୃଷକମାନଙ୍କ ପାଇଁ ନିଶ୍ଚୟ ଉପଯୋଗୀ ହେବା ଦରକାର, ଖାଲି କେବଳ ପୂର୍ବାନୁମାନ ଉପରେ ପର୍ଯ୍ୟବେଶିତ ହେବା ଉଚିତ ନୁହେଁ । ଲୋକେ କହନ୍ତି ବ୍ୟୁତ୍ପତ୍ତି ନିର୍ଣ୍ଣୟ କୃଷକମାନଙ୍କର ସଂକଟ ଅବସ୍ଥା ଦିଗରେ ବ୍ୟବହାର କରାଯାଇପାରେ । କିନ୍ତୁ ବାସ୍ତବ କ୍ଷେତ୍ରରେ ଭାରତରେ ଖୁବ୍ ବେଶୀରେ କୌଣସି କୃଷକ ବ୍ୟୁତ୍ପତ୍ତି ନିର୍ଣ୍ଣୟ ବ୍ୟବହାର କରିଥାଏ । ତାହା ହିଁ ପ୍ରକୃତ ତଥ୍ୟ । ଯେତେବେଳ ଯାଏ ଆଉ ଯେ ପର୍ଯ୍ୟନ୍ତ ଆମେ ସାମଗ୍ରୀ ବଜାରକୁ ସିଧାସଳଖ କୃଷକ ଉପଯୋଗୀ ନ କରିଛେ, ତାହା କେବଳ ମାତ୍ର ଆମ ଅର୍ଥବ୍ୟବସ୍ଥା ପାଇଁ ବହୁମୂଲ୍ୟ ଅଳଙ୍କାର ହୋଇ ରହିବ, ଉପଯୋଗୀ ଉପକରଣ ହୋଇପାରିବ ନାହିଁ । ଏହି ସରକାର ଇ-ନାମ(E-NAM) ଇଲୋକଟ୍ରୋନିକ୍ସ ରାଷ୍ଟ୍ରୀୟ କୃଷକ ବଜାର ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ସେବି ଏ କ୍ଷେତ୍ରରେ କୃଷକମାନଙ୍କୁ ଲାଭ କରାଇବା ପାଇଁ ଇ-ନାମ ଭଳି ସ୍ପଷ୍ଟ ବଜାର ଏବଂ ବ୍ୟୁତ୍ପତ୍ତି ନିର୍ଣ୍ଣୟ ବଜାରର ନିକଟତମ ସଂଯୋଜକ ଭାବେ କାର୍ଯ୍ୟ କରିବ ।
ତୃତୀୟତଃ, ଯେଉଁମାନେ ଆର୍ଥିକ ବଜାରରୁ ଲାଭ ଅର୍ଜନ କରିବେ ଟିକସ ପଇଠ କରି ରାଷ୍ଟ୍ର ନିର୍ମାଣରେ ଉପଯୁକ୍ତ ଯୋଗଦାନ କରିବେ । ବିଭିନ୍ନ କାରଣରୁ, ଯେଉଁମାନେ ବଜାରରୁ ଧନ ଉପାର୍ଜନ କରୁଛନ୍ତି ଟିକସ ବାବଦ ଯୋଗଦାନ କମିବାରେ ଲାଗିଛି । କେତେକ କ୍ଷେତ୍ରରେ ଅସାଧୁ କାର୍ଯ୍ୟକଳାପ ଓ ଚଞ୍ଚକତା ଯୋଗୁ ଏହା ହେଉଛି । ଏହାକୁ ରୋକିବା ପାଇଁ ସେବି ଅତ୍ୟଧିକ ସତର୍କ ହେବା ଦରକାର । କେତେକ କ୍ଷେତ୍ରରେ ଆମ ଟିକସ ନିୟମ ପ୍ରଣାଳୀ ଯୋଗୁଁ କମ୍ ପରିମାଣର ଟିକସ ଯୋଗଦାନ ହୋଇଥାଏ । କେତେ ପ୍ରକାରର ଆର୍ଥିକ ଆୟ କ୍ଷେତ୍ରରେ କମ୍ କିମ୍ବା ଶୂନ୍ୟ ଦରରେ ଟିକସ ଦେବାକୁ ପଡିଥାଏ । ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି ବଜାରରେ ଅଂଶ ଗ୍ରହଣକାରୀଙ୍କ ରାଜସ୍ୱ ଯୋଗଦାନ ସଂପର୍କରେ ଚିନ୍ତା କରନ୍ତୁ । ଏକ ସ୍ୱଚ୍ଛ, ସଚ୍ଚୋଟ ଓ ଦକ୍ଷତାର ସହ ଏହାର ବୃଦ୍ଧି ଦିଗରେ ଉପାୟ ଚିନ୍ତା କରିବା ଆବଶ୍ୟକ । ପୂର୍ବରୁ ଅନୁଭବ ହେଉଥିଲା ଯେ, କେତେକ ନିବେଶକାରୀ ଟିକସ ବୁଝାମଣା କରି ଅସାଧୁ କାରବାର କରୁଛନ୍ତି । ଆପଣମାନେ ଯାହା ଜାଣନ୍ତି ସେହି ବୁଝାମଣାକୁ ଏହି ସରକାର ସଂଶୋଧିତ କରିଛନ୍ତି । ଏବେ ସମୟ ଆସିଛି ପୁନର୍ବିଚାର କରି ଏକ ଭଲ ଡିଜାଇନ ଅନୁସାରେ ଆଗେଇ ଆସି ସାଧାରଣ ଓ ସ୍ୱଚ୍ଛ ଭାବରେ, କିନ୍ତୁ ନ୍ୟାଯ୍ୟ ଓ ବିକାଶଶୀଳ ଭାବରେ ।
ବନ୍ଧୁଗଣ,
ମୁଁ ଜାଣିଛି ଯେ, ବଜେଟ୍ ଦୃଷ୍ଟିକୋଣରୁ ଆର୍ଥିକ ବଜାରର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବନ୍ଧ ରହିଛି । ବାସ୍ତବ ଅର୍ଥବ୍ୟବସ୍ଥା ଉପରେ ବଜେଟ୍ ଚକ୍ରର ଏକ ପ୍ରଭାବ ରହିଛି । ଆମ ପ୍ରଚଳିତ ବଜେଟ କ୍ୟାଲେଣ୍ଡର ଅନୁସାରେ ବଜେଟର କ୍ଷମତାପ୍ରାପ୍ତ ବ୍ୟୟବରାଦ ମୌସୁମୀର ଆଗମନ ସହିତ ହୋଇଥାଏ । ପ୍ରାକ୍ ମୌସୁମୀ ମାସମାନଙ୍କରେ ସରକାରୀ କାର୍ଯ୍ୟକ୍ରମ ସକ୍ରିୟ ଉତ୍ପାଦକତା ହୋଇ ନଥାଏ । ଏଣିକି ଚଳିତ ବର୍ଷଠାରୁ, ଆମେ ଆଗୁଆ ବଜେଟ୍ ଆଗତ କରିବାକୁ ଦିନ ଧାର୍ଯ୍ୟ କରିଛୁ କାରଣ ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ବ୍ୟୟବରାଦ ପାଇଁ କ୍ଷମତା ପ୍ରଦାନ କରାଯାଇ ପାରିବ । ଏହା ଉତ୍ପାଦକତା ଓ ଫଳାଫଳ ପ୍ରଦାନ କ୍ଷେତ୍ରରେ ଉନ୍ନତି ଆଣି ପାରିବ ।
ବନ୍ଧୁଗଣ,
ମୋର ଲକ୍ଷ୍ୟ ଭାରତକୁ ଗୋଟିଏ ଯୁଗ ପର୍ଯ୍ୟନ୍ତ ବିକଶିତ ରାଷ୍ଟ୍ର ଭାବରେ ଗଢି ତୋଳିବା । ବିଶ୍ୱସ୍ତରୀୟ ପ୍ରତିଭୂତି ଓ ସାମଗ୍ରୀ ବଜାର ବିନା ଭାରତ କେବେ ବି ବିକଶିତ ରାଷ୍ଟ୍ର ହୋଇପାରିବ ନାହିଁ । ତେଣୁ ମୁଁ ଦେଖିପାରୁଛି ଆଗାମୀ ଯୁଗରେ ଅର୍ଥନୈତିକ ବଜାରକୁ ପ୍ରାସଙ୍ଗିକ ଭାବେ ଆପଣ ସମସ୍ତଙ୍କର କ୍ରମବର୍ଦ୍ଧିଷ୍ଣୁ ଯୋଗଦାନ ରହିବ । NISM ର ସମସ୍ତ ସଫଳତା କାମନା କରୁଛି । ମୁଁ ମଧ୍ୟ ସମସ୍ତଙ୍କୁ ମେରୀ ଖ୍ରୀଷ୍ଟମାସ ଓ ନବ ବର୍ଷର ଶୁଭେଚ୍ଛା ଜଣାଉଛି ।
**********
India is being seen as a bright spot. Growth is projected to remain among the highest in the world: PM @narendramodi
— PMO India (@PMOIndia) December 24, 2016
India’s place as the fastest growing large economy has not come about by accident: PM @narendramodi
— PMO India (@PMOIndia) December 24, 2016
In 2012-13 fiscal deficit had reached alarming levels.Currency was falling sharply.Inflation was high.Current account deficit was rising: PM
— PMO India (@PMOIndia) December 24, 2016
In less than 3 years, this government has transformed the economy: PM @narendramodi
— PMO India (@PMOIndia) December 24, 2016
Financial markets can play an important role in the modern economy: PM @narendramodi
— PMO India (@PMOIndia) December 24, 2016
However history has shown that financial markets can also do damage if not properly regulated: PM @narendramodi
— PMO India (@PMOIndia) December 24, 2016
For financial markets to function successfully, participants need to be well informed: PM @narendramodi
— PMO India (@PMOIndia) December 24, 2016
India has earned a good name for its well regulated securities markets: PM @narendramodi
— PMO India (@PMOIndia) December 24, 2016
Government is very keen to encourage start-ups. Stock markets are essential for the start-up ecosystem: PM @narendramodi
— PMO India (@PMOIndia) December 24, 2016
Our markets should show that they are able to successfully raise capital for projects benefiting the vast majority of our population: PM
— PMO India (@PMOIndia) December 24, 2016
The true measure of success is the impact in villages, not the impact in Dalal Street or Lutyens’ Delhi: PM @narendramodi
— PMO India (@PMOIndia) December 24, 2016
SEBI should work for closer linkage between spot markets like e-NAM and derivatives markets to benefit farmers: PM @narendramodi
— PMO India (@PMOIndia) December 24, 2016
Those who profit from financial markets must make a fair contribution to nation-building through taxes: PM @narendramodi
— PMO India (@PMOIndia) December 24, 2016
My aim is to make India a developed country in one generation: PM @narendramodi
— PMO India (@PMOIndia) December 24, 2016