ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ମେଦବହୁଳତା ବିରୋଧରେ ଲଢ଼େଇ ଏବଂ ତେଲ ବ୍ୟବହାର କମାଇବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାକୁ ଡାକ୍ତର, କ୍ରୀଡାବିତ୍ ତଥା ଜୀବନର ବିଭିନ୍ନ ବର୍ଗର ଲୋକମାନଙ୍କ ନିକଟରୁ ବ୍ୟାପକ ସମର୍ଥନ ମିଳିଛି ।
ଡେରାଡୁନ୍ରେ ୩୮ତମ ଜାତୀୟ ଖେଳ ଉଦ୍ଘାଟନୀ ସମାରୋହରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଦେଶରେ ଦୃତ ଗତିରେ ବୃଦ୍ଧି ପାଉଥିବା ମେଦବହୁଳତାର ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହା ଏବେ ଚିନ୍ତାର ବିଷୟ, କାରଣ ମେଦବହୁଳତା ମଧୁମେହ, ହୃଦରୋଗ ଭଳି ରୋଗର ଆଶଙ୍କା ବଢ଼ାଇଥାଏ । ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ୍ ଉପରେ ଆଲୋଚନା କରି ସେ ସନ୍ତୁଳିତ ଖାଦ୍ୟ ଉପରେ ଧ୍ୟାନ ଦେବା ସହ ବ୍ୟାୟାମ ଏବଂ ଖାଦ୍ୟର ଗୁରୁତ୍ୱ ବିଷୟରେ କହିଥିଲେ । ଖାଦ୍ୟରେ ଅସ୍ୱାସ୍ଥ୍ୟକର ଚର୍ବି ଏବଂ ତେଲ ହ୍ର୍ରାସ କରିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ ଓ ଦୈନିକ ତେଲ ବ୍ୟବହାର ୧୦% କମାଇବାକୁ ପରାମର୍ଶ ଦେଇଥିଲେ ।
ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ପ୍ରଶଂସା କରିବା ସହ ଉତ୍ତମ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସ୍ୱାସ୍ଥ୍ୟଜଗତ ବହୁ ସଂଖ୍ୟାରେ ସମର୍ଥନ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ–ପୂର୍ବ ଏସିଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିୟମିତ ଶାରୀରିକ କାର୍ଯ୍ୟକଳାପ ଏବଂ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ପାଇଁ ଆହ୍ୱାନକୁ ଉଲ୍ଲେଖ କରାଯାଇଛି ।
ହିନ୍ଦୁଜା ହସ୍ପିଟାଲ୍ର ସିଇଓ ଗୌତମ ଖନ୍ନା ଏହାକୁ ମେଦବହୁଳତା ଏବଂ ଏଥିସହ ଥିବା ଆନୁସଙ୍ଗିକ ବିପଦକୁ ହ୍ରାସ କରିବାର ଗୁରୁତ୍ୱ ଉପରେ ଏହା ଏକ ସାମୟିକ ସନ୍ଦେଶ ବୋଲି କହିଛନ୍ତି ।
ମହାଜନ ଇମେଜିଂ ଆଣ୍ଡ୍ ଲ୍ୟାବ୍ସର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ହର୍ଷ ମହାଜନ ମେଦବହୁଳତା ବିରୋଧରେ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପ୍ରଶଂସା କରିଛନ୍ତି ।
ଉଜାଲା ସିଗ୍ନସ୍ ସ୍ୱାସ୍ଥ୍ୟ ସେବାର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ. ଶୁଚିନ୍ ବଜାଜ କହିଛନ୍ତି ଯେ, ମେଦବହୁଳତା ଏକ ଗୁରୁତର ଆହ୍ୱାନ, ଯାହା ବିରୋଧରେ ଏକ ଦେଶ ଭାବରେ ଆକୁ ତୁରନ୍ତ ଏବଂ ଏକତ୍ର ଲଢ଼ିବାକୁ ପଡିବ ।
ମେଦବହୁଳତା ବିପଦର ମୁକାବିଲା କରିବାର ଗୁରୁତ୍ୱକୁ ସମର୍ଥନ କରି ଅନ୍ୟ ବହୁ ଡାକ୍ତର ମଧ୍ୟ ନିଜର ମନ୍ତବ୍ୟ ଦେଇଛନ୍ତି ।
ଇଣ୍ଡିଆନ୍ ଡେଣ୍ଟାଲ୍ ଆସୋସିଏସନ୍, ଟାଟା ମେମୋରିଆଲ୍ ହସ୍ପିଟାଲ୍, ଦିଲ୍ଲୀର ଏଣ୍ଡୋକ୍ରାଇନ୍ ସୋସାଇଟି ସମେତ ଅନେକ ହସ୍ପିଟାଲ୍ ଓ ଆସୋସିଏନ୍ ମେଦବହୁଳତା ବିରୋଧରେ ଆନ୍ଦୋଳନର ସମର୍ଥନରେ ଆଗକୁ ଆସିଛନ୍ତି ।
ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ କ୍ରୀଡାବିତ୍ମାନେ ମଧ୍ୟ ସମର୍ଥନ କରିଛନ୍ତି । ବକ୍ସର ବିଜେନ୍ଦର ସିଂହ କହିଛନ୍ତି ଯେ, ସନ୍ତୁଳିତ ଖାଦ୍ୟ, ବ୍ୟାୟାମ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିôବା ଅଭିଯାନ ପ୍ରଶଂସନୀୟ ।
ଫିଟ୍ନେସ୍ କୋଚ୍ ମିକି ମେହତା ଏବଂ ବିଶ୍ୱ ଚାମ୍ପିଅନ୍ସିପ୍ ବ୍ରୋଞ୍ଚପଦକ ବିଜେତା ବକ୍ସର୍ ଗୌରବ ବିଘୁଡି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି ।
SR