ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ଶେଖ ସାଦ ଅଲ ଅବଦୁଲ୍ଲା ଇଣ୍ଡୋର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ହାଲା ମୋଦୀ‘ରେ ଭାରତୀୟ ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୁଏତରେ ସମ୍ପ୍ରଦାୟର ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ନାଗରିକମାନେ ଯୋଗ ଦେଇଥିଲେ।
ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅସାଧାରଣ ଉତ୍ସାହର ସହ ସ୍ୱାଗତ କରାଯାଇଥିଲା । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ–କୁଏତ ସମ୍ପର୍କ ଭାରତୀୟ ସମ୍ପ୍ରଦାୟ ଦ୍ୱାରା ଗଭୀର ଭାବରେ ସମୃଦ୍ଧ, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ନିମନ୍ତ୍ରଣ ପାଇଁ କୁଏତର ଅମୀରଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ଯେ ୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଦୀର୍ଘ ବର୍ଷର ବନ୍ଧୁତାକୁ ସୁଦୃଢ଼ କରିବା ପାଇଁ କୁଏତ ଗସ୍ତ କରୁଛନ୍ତି।
ପ୍ରଧାନମନ୍ତ୍ରୀ କୁଏତର ବିକାଶରେ ସମୁଦାୟର କଠିନ ପରିଶ୍ରମ, ସଫଳତା ଏବଂ ଅବଦାନକୁ ପ୍ରଶଂସା କରିଥିଲେ, ଯାହାକୁ ସ୍ଥାନୀୟ ସରକାର ଏବଂ ସମାଜ ବ୍ୟାପକ ସ୍ୱୀକୃତି ଦେଇଥିଲେ ବୋଲି ସେ କହିଥିଲେ । ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ପାଇଁ ସେ କୁଏତର ନେତୃତ୍ୱଙ୍କୁ ଧନ୍ୟବାଦ ଦେଇଥିଲେ। କୁଏତ୍ ଏବଂ ଉପସାଗରୀୟ ଅଞ୍ଚଳର ଭାରତୀୟ ଶ୍ରମିକମାନଙ୍କୁ ସହାୟତା କରିବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ସେ ଇ–ମାଇଗ୍ରେଟ୍ ପୋର୍ଟାଲ୍ ଭଳି ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଟେକ୍ନୋଲୋଜି ଭିତ୍ତିକ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।
ବିଶ୍ୱବନ୍ଧୁ ଭାବରେ ଭାରତର ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ । ବିଶେଷ କରି ବୈଷୟିକ ଜ୍ଞାନକୌଶଳ, ଭିତ୍ତିଭୂମି ଏବଂ ସ୍ଥାୟୀତା କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ଓ ରୂପାନ୍ତର ସମ୍ପର୍କରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହେବା ବ୍ୟତୀତ, ଭାରତ ଫିନଟେକରେ ବିଶ୍ୱସ୍ତରୀୟ ନେତୃତ୍ୱ ନେଉଥିଲା, ଯାହା ଷ୍ଟାର୍ଟଅପ୍ କ୍ଷେତ୍ରରେ ବିଶ୍ବରେ ତୃତୀୟ ବୃହତ୍ତମ ଏବଂ ବିଶ୍ୱର ସର୍ବାଧିକ ଡିଜିଟାଲ୍ ସଂଯୋଜିତ ସମାଜ ମଧ୍ୟରୁ ଅନ୍ୟତମ । ସେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ମହିଳାଙ୍କ ନେତୃତ୍ବାଧୀନ ବିକାଶ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଭଳି ସଫଳତା ଉପରେ ଆଲୋକପାତ କରିଥିଲେ। ଦୁଇ ଦେଶର ବିକାଶ ଭାରତ ଏବଂ ନ୍ୟୁ କୁଏତର ମିଳିତ ଆକାଂକ୍ଷା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଭାରତ ଏବଂ କୁଏତ ପାଇଁ ଏକାଠି କାମ କରିବାର ବିପୁଳ ସୁଯୋଗ ରହିଛି । ଭାରତର ଦକ୍ଷତା ଏବଂ ଉଦ୍ଭାବନ ଦୁଇ ଦେଶ ମଧ୍ୟରେ ନୂତନ ଭାଗିଦାରୀକୁ ପ୍ରୋତ୍ସାହିତ କରିପାରିବ ।
ଜାନୁଆରୀ ୨୦୨୫ ରେ ଭାରତରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଏବଂ ମହାକୁମ୍ଭରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ପ୍ରବାସୀ ସଦସ୍ୟମାନଙ୍କୁ ନିମନ୍ତ୍ରଣ କରିଥିଲେ ।
BS
The warmth and affection of the Indian diaspora in Kuwait is extraordinary. Addressing a community programme. https://t.co/XzQDP6seLL
— Narendra Modi (@narendramodi) December 21, 2024
After 43 years, an Indian Prime Minister is visiting Kuwait: PM @narendramodi at community programme pic.twitter.com/W7MwSoitFH
— PMO India (@PMOIndia) December 21, 2024
The relationship between India and Kuwait is one of civilizations, seas and commerce. pic.twitter.com/ra89zZyCKH
— PMO India (@PMOIndia) December 21, 2024
India and Kuwait have consistently stood by each other. pic.twitter.com/TI5JoRieUH
— PMO India (@PMOIndia) December 21, 2024
India is well-equipped to meet the world's demand for skilled talent. pic.twitter.com/Aalq0yuKJp
— PMO India (@PMOIndia) December 21, 2024
In India, smart digital systems are no longer a luxury, but have become an integral part of the everyday life of the common man. pic.twitter.com/VxaROsgJ7Z
— PMO India (@PMOIndia) December 21, 2024
The India of the future will be the hub of global development... the growth engine of the world. pic.twitter.com/NAuSmaJh0B
— PMO India (@PMOIndia) December 21, 2024
India, as a Vishwa Mitra, is moving forward with a vision for the greater good of the world. pic.twitter.com/dgBhpd6nYn
— PMO India (@PMOIndia) December 21, 2024
यह बेहद खुशी की बात है कि कुवैत में रहने वाले भारतवंशियों ने यहां के कैनवास पर भारतीय हुनर का रंग भरा है। pic.twitter.com/FK4GSsVx4p
— Narendra Modi (@narendramodi) December 21, 2024
भारत और कुवैत को व्यापार और कारोबार ने ही नहीं, बल्कि दिलों ने भी आपस में जोड़ा है। pic.twitter.com/WKdQvBcGfu
— Narendra Modi (@narendramodi) December 21, 2024
हर सुख-दुख में साथ रहने की हमारी परंपरा भारत और कुवैत के आपसी भरोसे की बुनियाद है। pic.twitter.com/0DvCasky2e
— Narendra Modi (@narendramodi) December 21, 2024
भविष्य का भारत दुनिया के विकास का बहुत बड़ा हब बनेगा और अपने Innovations से विश्व को राह दिखाएगा। pic.twitter.com/9xB6UFRLv7
— Narendra Modi (@narendramodi) December 21, 2024
भारत के टैलेंट से दुनिया की तरक्की हो, इसलिए विदेशों में काम करने वाले भारतीयों के वेलफेयर और सुविधाओं के लिए हम कोई कोर-कसर नहीं छोड़ रहे हैं। pic.twitter.com/0RNDF16bjk
— Narendra Modi (@narendramodi) December 21, 2024
भारत आज इसलिए ग्लोबल कनेक्टिविटी की अहम कड़ी बन रहा है… pic.twitter.com/d3j7FZJM71
— Narendra Modi (@narendramodi) December 21, 2024