ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାନ୍ ତବଲା ବାଦକ ଉସ୍ତାଦ ଜାକୀର ହୁସେନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି:
“ମହାନ୍ ତବଲା ବାଦକ ଉସ୍ତାଦ ଜାକୀର ହୁସେନଙ୍କ ପରଲୋକରେ ଅତ୍ୟନ୍ତ ଦୁଖିଃତ । ତାଙ୍କୁ ବାସ୍ତବରେ ଏପରି ଜଣେ ପ୍ରତିଭା ଭାବେ ସ୍ମରଣ କରାଯିବ, ଯିଏକି ଶାସ୍ତ୍ରୀୟ ସଙ୍ଗୀତ ଦୁନିଆରେ କ୍ରାନ୍ତି ଆଣିଥିଲେ । ତବଲାକୁ ସେ ବୈଶ୍ୱିକ ମଞ୍ଚରେ ସ୍ଥାନିତ କରିପାରିଥିଲେ ଏବଂ ନିଜର ଅତୁଳନୀୟ ଲୟରେ କୋଟି କୋଟି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହା ମାଧ୍ୟମରେ ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପରମ୍ପରାକୁ ବୈଶ୍ୱିକ ସଙ୍ଗୀତ ସହ ସହଜରେ ଯୋଡ଼ି ପାରିଥିଲେ ଏବଂ ଏହିପରି ଭାବେ ସାଂସ୍କୃତିକ ଏକତାର ପ୍ରତୀକ ବନିଯାଇଥିଲେ ।
ତାଙ୍କର ସୁନ୍ଦର ପ୍ରସ୍ତୁତି ଓ ଭାବପୂର୍ଣ୍ଣ ରଚନା ସଙ୍ଗୀତଜ୍ଞ ଏବଂ ସଙ୍ଗୀତ ପ୍ରେମୀମାନଙ୍କୁ ପିଢ଼ି ପରେ ପିଢ଼ି ପ୍ରେରଣା ଦେଇ ଚାଲିଥିବ । ତାଙ୍କର ପରିବାର, ବନ୍ଧୁ ଓ ପରିଜନ ତଥା ବୈଶ୍ୱିକ ସଙ୍ଗୀତ ସମୁଦାୟ ପ୍ରତି ମୋର ଗଭୀର ସମବେଦନା ।”
SR
Deeply saddened by the passing of the legendary tabla maestro, Ustad Zakir Hussain Ji. He will be remembered as a true genius who revolutionized the world of Indian classical music. He also brought the tabla to the global stage, captivating millions with his unparalleled rhythm.…
— Narendra Modi (@narendramodi) December 16, 2024