ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି, ଶ୍ରୀ ପଟେଲଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ସର୍ବଦା ଦେଶବାସୀଙ୍କ ପାଇଁ ପ୍ରେରଣା ହୋଇ ରହିଛି । ଦେଶର ଏକତା, ଅଖଣ୍ଡତା ଏବଂ ବିକଶିତ ଭାରତର ସଂକଳ୍ପର ସିଦ୍ଧି ପାଇଁ ମଧ୍ୟ ଏହା ଦେଶବାସୀଙ୍କ ପ୍ରେରଣାର ସ୍ରୋତ ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
“ଦେଶର ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶତ ଶତ ନମନ । ତାଙ୍କ ବ୍ୟକ୍ତିତ୍ୱ ଏବଂ କୃତିତ୍ୱ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ବିକଶିତ ଭାରତ ପାଇଁ ସଂକଳ୍ପର ସିଦ୍ଧି ସକାଶେ ଦେଶବାସୀଙ୍କ ପ୍ରେରଣାଶକ୍ତି ହୋଇ ରହିବ ।”
SR
देश के लौह पुरुष सरदार वल्लभभाई पटेल को उनकी पुण्यतिथि पर शत-शत नमन। उनका व्यक्तित्व और कृतित्व राष्ट्र की एकता, अखंडता और विकसित भारत के संकल्प की सिद्धि के लिए देशवासियों की प्रेरणाशक्ति बना रहेगा।
— Narendra Modi (@narendramodi) December 15, 2024