Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


 ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଜୀ, ଜଷ୍ଟିସ ବିଆର ଗବାଇ ଜୀ, ଜଷ୍ଟିସ ସୂର୍ଯ୍ୟକାନ୍ତ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଜୀ, ଆଟର୍ଣ୍ଣି ଜେନେରାଲ ଶ୍ରୀ ଭେଙ୍କଟ ରମଣ ଜୀ, ବାର୍ କାଉନସିଲର ଅଧ୍ୟକ୍ଷ ମନନ କୁମାର ମିଶ୍ର ଜୀ, ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତି ଶ୍ରୀ କପିଲ ସିବଲ ଜୀ, ସୁପ୍ରିମକୋର୍ଟର ବିଚାରପତିିଗଣ, ପୂର୍ବତନ ପ୍ରଧାନ ବିଚାରପତିଗଣ ଏବଂ ଏଠାରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତିମାନେ ।

ଆପଣ ସମସ୍ତଙ୍କୁ ସମଗ୍ର ଦେଶବାସୀଙ୍କୁ ସମ୍ବିଧାନ ଦିବସ ଅବସରରେ ବହୁତ ବହୁତ ଶୁଭକାମନା । ଭାରତର ସମ୍ବିଧାନ ଦିବସର ଏହି ୭୫ ତମ ବର୍ଷ, ସମଗ୍ର ଦେଶ ପାଇଁ ଗର୍ବର ବିଷୟ । ଆଜି ମୁଁ ଭାରତର ସମ୍ବିଧାନକୁ, ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି ।

ସାଥୀମାନେ

ଆମେ ଗଣତନ୍ତ୍ରର ଏହି ଗୁରୁତ୍ୱପୂର୍ଣ୍ଣ ପର୍ବକୁ ଯେଉଁ ସ୍ମରଣ କରୁଛୁ, ସେହି ସମୟରେ ମଧ୍ୟ ଏହା ଆମେ ଭୁଲିପାରିବା ନାହିଁ ଯେ ଆଜି ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅଟେ। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରତ୍ୟେକ ଆତଙ୍କବାଦୀ ସଂଗଠନକୁ ଉଚିତ ଜବାବ ଦିଆଯିବ ବୋଲି ଆଜି ମଧ୍ୟ ମୁଁ ମୋର ସଂକଳ୍ପକୁ ଦୋହରାଉଛି।

ସାଥୀମାନେ

ସମ୍ବିଧାନ ସଭାର ଦୀର୍ଘ ସମୟ ଧରି ଆଲୋଚନା ସମୟରେ ଭାରତର ଗଣତାନ୍ତ୍ରିକ ଭବିଷ୍ୟତ କୁ ନେଇ ଗମ୍ଭୀର ଆଲୋଚନା ହୋଇଥିଲା । ଆପଣମାନେ ସମସ୍ତେ ସେହି ଆଲୋଚନା ବିଷୟରେ ଭଲ ଭାବରେ ଜାଣନ୍ତି । ଆଉ ସେତେବେଳେ ବାବାସାହେବ ଆମ୍ବେଦକର କହିଥିଲେ- ସମ୍ବିଧାନ କେବଳ ଓକିଲଙ୍କ ଦସ୍ତାବିଜ ନୁହେଁ। ଏହାର ହେଉଛି ଆତ୍ମା, ଯେଉଁ ଆତ୍ମା ସର୍ବଦା ଯୁଗ ଯୁଗ ଧରି ରହିଛି। ବାବାସାହେବ ଯେଉଁ ଭାବନା ବିଷୟରେ କହୁଥିଲେ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ସମ୍ବିଧାନର ନିର୍ମାତାମାନେ ଆମକୁ ଏହି ବ୍ୟବସ୍ଥା ଦେଇଛନ୍ତି ଯେ ଆମେ ଦେଶର ସମୟ ଓ ପରିସ୍ଥିତି ଅନୁଯାୟୀ ଉପଯୁକ୍ତ ନିଷ୍ପତ୍ତି ନେଇ ସମୟ ଅନୁଯାୟୀ ସମ୍ବିଧାନର ବ୍ୟାଖ୍ୟା କରିପାରିବା । ଆମ ସମ୍ବିଧାନର ନିର୍ମାତାମାନେ ଜାଣିଥିଲେ ଯେ ଭାରତର ଆଶା ଆକାଂକ୍ଷା ଓ ସ୍ୱପ୍ନ ସହିତ ନୂତନ ଶିଖରରେ ପହଞ୍ଚିପାରିବା, ସେମାନେ ଜାଣିଥିଲେ ଯେ ସ୍ୱାଧୀନ ଭାରତ ଏବଂ ଏହାର ନାଗରିକମାନଙ୍କ ଆବଶ୍ୟକତା ସମୟ ଅନୁସାରେ ବଦଳିବ ଏବଂ ଆହ୍ୱାନ ମଧ୍ୟ ବଦଳିବ । ସେଥିପାଇଁ ସେମାନେ ଆମ ସମ୍ବିଧାନକୁ କେବଳ ଆଇନ ପୁସ୍ତକ ମଧ୍ୟରେ ଛାଡି ନଥିଲେ। ଏହା ଏକ ଜୀବନ୍ତ, ନିରନ୍ତର ପ୍ରବାହିତ ସ୍ରୋତରେ ପରିଣତ କରିଥିଲେ

ସାଥୀମାନେ

ଆମ ସମ୍ବିଧାନ ହେଉଛି ଆମର ବର୍ତ୍ତମାନ ଏବଂ ଭବିଷ୍ୟତର ମାର୍ଗଦର୍ଶକ । ବିଗତ ୭୫ ବର୍ଷ ମଧ୍ୟରେ ଦେଶ ଯେତେ ଆହ୍ୱାନର ସମ୍ମୁଖୀନ ହୋଇଛି, ତାହାର ସମାଧାନ ପାଇଁ ଆମ ସମ୍ବିଧାନ ସଠିକ୍ ମାର୍ଗ ଦେଖାଇଛି। ଯାହା କି ଜରୁରୀକାଳୀନ ପରିସ୍ଥିତିରେ ଦେଖାଦେଇଥିଲା,ଏବଂ ଆମ ସମ୍ବିଧାନ ମଧ୍ୟ ଗଣତନ୍ତ୍ର ପାଇଁ ଏହି ଆହ୍ୱାନର ସମ୍ମୁଖୀନ ହୋଇଥିଲା । ଆମ ସମ୍ବିଧାନ ଦେଶର ପ୍ରତ୍ୟେକ ଆବଶ୍ୟକତା, ପ୍ରତ୍ୟେକ ଆଶା କୁ ପୂରଣ କରିଛି । ସମ୍ବିଧାନର ଏହି କ୍ଷମତା ଯୋଗୁଁ… ଆଜି ଜମ୍ମୁ-କଶ୍ମୀରରେ ବାବା ସାହେବଙ୍କ ସମ୍ବିଧାନ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି। ଆଜି ପ୍ରଥମ ଥର ପାଇଁ ସେଠାରେ ସମ୍ବିଧାନ ଦିବସ ପାଳିତ ହୋଇଛି।

ସାଥୀମାନେ

ଆଜି ଭାରତ ପରିବର୍ତ୍ତନର ଏତେ ବଡ଼ ପର୍ଯ୍ୟାୟ ଦେଇ ଗତି କରୁଛି, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତର ସମ୍ବିଧାନ ଆମକୁ ବାଟ ଦେଖାଉଛି, ଏହା ଆମ ପାଇଁ ମାର୍ଗଦର୍ଶକ ପାଲଟିଛି।

ସାଥୀମାନେ

ଭାରତର ଭବିଷ୍ୟତର ମାର୍ଗ ହେଉଛି ବର୍ତ୍ତମାନ ବଡ ବଡ଼ ସ୍ୱପ୍ନ ଦେଖିôବା, ବଡ଼ ସଂକଳ୍ପକୁ ପୂରଣ କରିବା । ଆଜି ପ୍ରତ୍ୟେକ ଦେଶବାସୀଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ରହିଛି- ବିକଶିତ ଭାରତ ଗଠନ କରିବା। ବିକଶିତ ଭାରତ ଅର୍ଥ ହେଉଛି ଯେଉଁଠାରେ ଦେଶର ପ୍ରତ୍ୟେକ ନାଗରିକ ଜୀବନର ଗୁଣାତ୍ମକ ମାନ, ଜୀବନର ମର୍ଯ୍ୟାଦା ପାଇପାରିବେ । ଏହା ମଧ୍ୟ ସାମାଜିକ ନ୍ୟାୟର ଏକ ମହାନ ମାଧ୍ୟମ । ଏବଂ ଏହା ହେଉଛି ସମ୍ବିଧାନର ଭାବନା । ତେଣୁ ବିଗତ ବର୍ଷଗୁଡ଼ିକରେ ଦେଶର ଲୋକଙ୍କ ମଧ୍ୟରେ ଅର୍ଥନୈତିକ ଓ ସାମାଜିକ ସମାନତା ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଏଭଳି ୫୩ କୋଟିରୁ ଅଧିକ ଲୋକ ଭାରତୀୟ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି…. ଯେଉଁମାନେ ବ୍ୟାଙ୍କ ଦ୍ୱାରରେ ପହଞ୍ଚି ପାରୁ ନ ଥିଲେ। ଗତ ୧୦ ବର୍ଷ ମଧ୍ୟରେ ପିଢ଼ି ପିଢ଼ି ଧରି ବାସହୀନ ଥିବା ୪ କୋଟି ଭାରତୀୟଙ୍କୁ ବର୍ତ୍ତମାନ ପକ୍କା ଘର ମିଳିଥିବା ବେଳେ, ଗତ ୧୦ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ମହିଳାଙ୍କୁ ମାଗଣରେ ରନ୍ଧନ ଗ୍ୟାସ ସଂଯୋଗ କରାଯାଇଛି, ଯାହାକୁ ବର୍ଷ ବର୍ଷ ଧରି ନିନିଜ ଘରେ ଗ୍ୟାସ ପହଞ୍ôଚବା ପାଇଁ ଅପେକ୍ଷା କରି ରହିଥିଲେ। ଆମେ ଆଜିକାଲି ଜୀବନରେ ବହୁତ ସହଜ ଲାଗୁଛି ଯେ ଘରେ ଥିବା ନଳରେ ପାଣି ଆସୁଛି। କିନ୍ତୁ ସ୍ୱାଧୀନତାର ୭୫ ବର୍ଷ ପରେ ବି ଦେଶରେ ମାତ୍ର ୩ କୋଟି ଘରେ ନଳରୁ ପାଣି ଆସିଥିଲା। ଏବେ ବି କୋଟି କୋଟି ଲୋକ ନିଜ ଘରେ ଟ୍ୟାପ୍ ପାଣିକୁ ଅପେକ୍ଷା କରି ରହିଛନ୍ତି। ମୁଁ ଖୁସି ଯେ ଆମ ସରକାର ୫-୬ ବର୍ଷ ମଧ୍ୟରେ ୧୨ କୋଟିରୁ ଅଧିକ ଘରେ ପାଇପ ଜଳ ଯୋଗାଣ କରି ନାଗରିକମାନଙ୍କୁ ଏବଂ ବିଶେଷକରି ମହିଳାମାନଙ୍କ ଜୀବନକୁ ସହଜ କରିଛନ୍ତି ଏବଂ ସମ୍ବିଧାନର ଏହି ଭାବନାକୁ ସଶକ୍ତ କରିଛିି।

ସାଥୀମାନେ

ଆପଣମାନେ ସମସ୍ତେ ଜାଣନ୍ତି ଯେ ଆମ ସମ୍ବିଧାନର ମୂଳ ଲେଖାରେ ଭଗବାନ ଶ୍ରୀରାମ, ମାତା ସୀତା, ହନୁମାନଜୀ, ଭଗବାନ ବୁଦ୍ଧ, ଭଗବାନ ମହାବୀର, ଗୁରୁ ଗୋବିନ୍ଦ ସିଂହଜୀ… ସମସ୍ତଙ୍କ ଫଟୋ ରହିଛି। ଏହା ହେଉଛି ଭାରତର ସଂସ୍କୃତିର ପ୍ରତୀକ… ଏହି ଫଟୋଗୁଡ଼ିକୁ ସମ୍ବିଧାନରେ ଏଥିପାଇଁ ସ୍ଥାନ ଦିଆଯାଇଛି ଯାହା ଦ୍ୱାରା ସେମାନେ ଆମକୁ ମାନବିକ ମୂଲ୍ୟବୋଧ ବିଷୟରେ ସଚେତନ କରିଥାଆନ୍ତି। ଏହି ମାନବିକ ମୂଲ୍ୟବୋଧ… ଆଜିର ଭାରତର ନୀତି ଓ ନିର୍ଣ୍ଣୟର ଆଧାର ଅଟେ। ଭାରତୀୟମାନଙ୍କୁ ଶୀଘ୍ର ନ୍ୟାୟ ଦେବା ପାଇଁ ଏକ ନୂତନ ନ୍ୟାୟିକ କୋଡ୍ ଲାଗୁ କରାଯାଇଛି। ଦଣ୍ଡବିଧାନ ବ୍ୟବସ୍ଥା ଏବେ ନ୍ୟାୟ ଭିତ୍ତିକ ବ୍ୟବସ୍ଥାରେ ପରିଣତ ହୋଇଛି। ମହିଳାଙ୍କ ରାଜନୈତିକ ଭାଗିଦାରୀ ବଢ଼ାଇବା ପାଇଁ ନାରୀ ଶକ୍ତି ବନ୍ଦନ ଆଇନକୁ ଐତିହାସିକ ଢଙ୍ଗରେ ନିଆଯାଇଛି। ତୃତୀୟ ଲିଙ୍ଗୀଙ୍କୁ ସେମାନଙ୍କୁ ପରିଚୟ ଏବଂ ସେମାନଙ୍କ ଅଧିକାର ଦେବା ପାଇଁ ମଧ୍ୟ ଆମେ ପଦକ୍ଷେପ ନେଇଛୁ । ଭିନ୍ନକ୍ଷମଙ୍କ ଜୀବନକୁ ସହଜ କରିବା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିଛୁ।

ସାଥୀମାନେ,

ଆଜି ଦେଶର ନାଗରିକମାନଙ୍କ ଜୀବନରେ ସୁଗମତା ଆଣିବା ପାଇଁ ବହୁତ ଗୁରୁତ୍ୱ ଦିଆଯାଉଛି । ଏକ ସମୟ ଥିଲା ଯେତେବେଳେ ବରିଷ୍ଠ ପେନସନଭୋଗୀମାନେ ସେମାନେ ଜୀବିତ ଥିବା ପ୍ରମାଣ କରିବା ପାଇଁ ତାଙ୍କୁ ବ୍ୟାଙ୍କକୁ ଯିବାକୁ ପଡୁଥିଲା । ମାତ୍ର ଆଜି ବରିଷ୍ଠ ନାଗରିକମାନେ ଘରେ ବସି ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍‌ର ସୁବିଧା ପାଉଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ଦେଢ଼ କୋଟି ବରିଷ୍ଠ ନାଗରିକ ଏହି ସୁବିଧାର ଲାଭ ଉଠାଇଛନ୍ତି। ଆଜି ଭାରତ ଏମିତି ଏକ ଦେଶ, ଯେଉଁଠି ପ୍ରତି ଗରିବ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଆଜି ଭାରତ ହେଉଛି ଏମିତି ଏକ ଦେଶ ଯେଉଁଠି ୭୦ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଦେଶର ହଜାର ହଜାର ଜନଔଷଧି କେନ୍ଦ୍ର ଏବେ ୮୦ ପ୍ରତିଶତ ରିହାତିରେ ଶସ୍ତା ଔଷଧ ଦେଉଛନ୍ତି। ଏକ ସମୟରେ ଆମ ଦେଶରେ ଟିକାକରଣର କଭରେଜ୍ ୬୦ ପ୍ରତିଶତରୁ କମ୍ ଥିଲା। ପ୍ରତିବର୍ଷ ଲକ୍ଷ ଲକ୍ଷ ଶିଶୁ ଟିକାକରଣରୁ ବଞ୍ଚିତ ହେଉଥିଲେ। ଆଜି ମୁଁ ଖୁସି ଯେ ମିଶନ ଇନ୍ଦ୍ରଧନୁଷ ଯୋଗୁଁ ଏବେ ଭାରତରେ ଟିକାକରଣ ର ପରିମାଣ ଶତ ପ୍ରତିଶତରେ ପହଞ୍ଚିଛି । ଆଜି ଦୁର୍ଗମ ଅଞ୍ଚଳରେ ଥିବା ଗାଁରେ ମଧ୍ୟ ପିଲାମାନଙ୍କୁ ଠିକ୍ ସମୟରେ ଟିକା ଦିଆଯାଉଛି। ଏହି ପ୍ରୟାସ ଗରିବ ଓ ମଧ୍ୟବିତ୍ତଙ୍କ ଚିନ୍ତାକୁ ହ୍ରାସ କରିଛି।

ସାଥୀମାନେ

ଆଜି ଦେଶରେ କେମିତି କାମ ହେଉଛି….ଏହାର ଏକ ଉଦାହରଣ ହେଉଛି ଆକାଂକ୍ଷୀ ଜିଲ୍ଲା ଅଭିଯାନ । ଦେଶର ୧୦୦ରୁ ଅଧିକ ଏଭଳି ଜିଲ୍ଲା ଯାହାକୁ ପଛୁଆ କୁହାଯାଉଥିଲା… ଆମେ ସେମାନଙ୍କୁ ଆକାଂକ୍ଷୀ ଜିଲ୍ଲା ଭାବରେ ବିବେଚନା କରୁଛୁ ଏବଂ ସେଠାରେ ପ୍ରତ୍ୟେକ ମାନଦଣ୍ଡରେ ବିକାଶର ଗତି ତ୍ୱରାନ୍ୱିତ କରାଯାଉଛି । ଆଜି ଦେଶର ଅନେକ ଆକାଂକ୍ଷୀ ଜିଲ୍ଲା ଅନ୍ୟ ଜିଲ୍ଲା ତୁଳନାରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ଏବେ ଏହି ମଡେଲ ଆଧାରରେ ଆମେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛୁ ।

ସାଥୀମାନେ

ଆଜି ଦେଶରେ ଦୈନନ୍ଦିନ ଜୀବନରୁ ଲୋକଙ୍କ ସମସ୍ୟା ଦୂର କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କିଛି ବର୍ଷ ତଳେ ଭାରତରେ ଅଢ଼େଇ କୋଟି ଘର ଏମିତି ଥିଲା, ଯାହା ସନ୍ଧ୍ୟା ହେବା କ୍ଷଣି ଅନ୍ଧାରରେ ରହୁଥିଲା, ସେହି ଘରଗୁଡ଼ିକରେ ବିଜୁଳି ସଂଯୋଗ ନ ଥିଲା। ସମସ୍ତଙ୍କୁ ମାଗଣା ବିଜୁଳି ସଂଯୋଗ ଦେଇ ଦେଶ ସେମାନଙ୍କ ଜୀବନକୁ ଉଜ୍ଜ୍ୱଳ କରିଛି। ଗତ କିଛି ବର୍ଷ ମଧ୍ୟରେ ଦୁର୍ଗମ ଅଞ୍ଚଳରେ ହଜାର ହଜାର ମୋବାଇଲ ଟାୱାର ଲଗାଯାଇଛି । ଯାହାଦ୍ୱାରା ଲୋକମାନେ ୪ଜି/୫ଜି ସଂଯୋଗ ପାଇପାରିବେ । ପୂର୍ବରୁ ଯଦି ଆପଣ ଆଣ୍ଡାମାନ କିମ୍ବା ଲାକ୍ଷାଦ୍ୱୀପ ଯାଉଥିଲେ, ତେବେ ବ୍ରଡବ୍ୟାଣ୍ଡ ସଂଯୋଗ ନ ଥିଲା । ଆଜିକାଲି ଅଣ୍ଡର ୱାଟର ଅପ୍ଟିକାଲ ଫାଇବର ମଧ୍ୟ ଏଭଳି ଦ୍ୱୀପରେ ହାଇସ୍ପିଡ୍ ଇଣ୍ଟରନେଟ୍ ଯୋଗାଇ ଦେଇଛି। ଗାଁ ଘର, ଗାଁ ଜମିକୁ ନେଇ ଅନେକ ବିବାଦ ଲାଗି ରହିଛି। ଆମେ ଏହା ଭଲ ଭାବରେ ଜାଣୁ । ସମଗ୍ର ବିଶ୍ୱର ବିକଶିତ ଦେଶମାନଙ୍କ ଆଗରେ ମଧ୍ୟ ଜମି ରେକର୍ଡ ଏକ ବଡ ଆହ୍ୱାନ ହୋଇଛି । କିନ୍ତୁ ଆଜିର ଭାରତ ମଧ୍ୟ ଏଥିରେ ଆଗୁଆ ରହିଛି। ପିଏମ୍ ସ୍ୱାମୀତ୍ୱ ଯୋଜନାରେ ଆଜି ଗାଁରେ ଥିବା ଘରର ଡ୍ରୋନ୍ ମ୍ୟାପିଂ କରାଯାଉଛି ଏବଂ ସହ ଆଇନଗତ କାଗଜପତ୍ର ପ୍ରଦାନ କରାଯାଉଛି।

ସାଥୀମାନେ

ଆଧୁନିକ ଭିତ୍ତିଭୂମିର ଦ୍ରୁତ ନିର୍ମାଣ ଦେଶର ବିକାଶ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ଦ୍ୱାରା ଦେଶର ଅର୍ଥ ସଞ୍ଚୟ ହୋଇଥାଏ… ଏବଂ ଏହି ପ୍ରକଳ୍ପ, ଏହାର ଉପଯୋଗିତା ମଧ୍ୟ ବହୁତ ବଢିଯାଇଥାଏ । ଏହି ଚିନ୍ତାଧାରାକୁ ନେଇ ପ୍ରଗତି ନାମକ ଏକ ପ୍ଲାଟଫର୍ମ ସୃଷ୍ଟି କରାଯାଇଛି ଯେଉଁଥିରେ ଇନଫ୍ରା ପ୍ରୋଜେକ୍ଟର ନିୟମିତ ସମୀକ୍ଷା କରାଯାଉଛି । ଆଉ ସେଥିମଧ୍ୟରୁ କିଛି ପ୍ରକଳ୍ପ ଏପରି ଥିଲା ଯେ ୩୦-୩୦, ୪୦-୪୦ ବର୍ଷ ଧରି ଅଟକି ରହିଥିଲା। ମୁଁ ନିଜେ ଏହାର ବୈଠକର ଅଧ୍ୟକ୍ଷତା କରିଥିଲି। ଆପଣ ଜାଣି ଖୁସି ହେବେ ଯେ ଏପର୍ଯ୍ୟନ୍ତ ୧୮ ଲକ୍ଷ କୋଟି ଟଙ୍କାର ଏଭଳି ପ୍ରକଳ୍ପର ସମୀକ୍ଷା କରାଯାଇଛି ଏବଂ ସେମାନଙ୍କ ସାମ୍ନାରେ ଥିବା ପ୍ରତିବନ୍ଧକକୁ ଦୂର ହୋଇଛି । ଠିକ୍ ସମୟରେ ଶେଷ ହେଉଥିବା ପ୍ରକଳ୍ପ ଲୋକଙ୍କ ଜୀବନରେ ବହୁତ ସକାରାତ୍ମକ ପ୍ରଭାବ ପକାଉଛି । ସମଗ୍ର ଦେଶରେ ଚାଲିଛି ଏଭଳି ପ୍ରୟାସ… ସେମାନେ ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରୁଛନ୍ତି ଏବଂ ସମ୍ବିଧାନର ମୌଳିକ ଭାବନାକୁ ସୁଦୃଢ଼ କରୁଛନ୍ତି ।

ସାଥୀମାନେ

ମୁଁ ନିଜ ବକ୍ତବ୍ୟ ଡାକ୍ତର ରାଜେନ୍ଦ୍ର ପ୍ରସାଦଜୀଙ୍କ ଶବ୍ଦ ସହିତ ଶେଷ କରିବାକୁ ଚାହୁଁଛି । ନଭେମ୍ବର ୨୬… ୧୯୪୯ ମସିହା ଆଜିର ଦିନରେ.. ସମ୍ବିଧାନ ସଭାରେ ଉଦ୍ ବୋଧନ ଦେଇ ଡ. ରାଜେନ୍ଦ୍ର ପ୍ରସାଦ କହିଥିଲେ, “ଭାରତକୁ ଆଜି ସଚ୍ଚୋଟ ଲୋକଙ୍କ ଏକ ଗୋଷ୍ଠୀ ବ୍ୟତୀତ ଆଉ କିଛି ଅଧିକ ଦରକାର ନାହିଁ, ଯିଏ ଦେଶର ସ୍ୱାର୍ଥକୁ ନିଜ ସ୍ୱାର୍ଥକୁ ଆଗରେ ରଖିବେ। ‘ନେସନ୍ ଫର୍ଷ୍ଟ’ର ଏହି ଭାବନା ଆଗାମୀ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନକୁ ବଞ୍ଚାଇ ରଖିବ। ସମ୍ବିଧାନ ଦ୍ୱାରା ମୋତେ ଦିଆଯାଇଛି ତାହାକୁ ମୁଁ ସମୟ ସୀମା ମଧ୍ୟରେ ଶେଷ କରିବାକୁ ଚେଷ୍ଟା କରିଛି, ଏବଂ ମୁଁ କୌଣସି ଜବରଦଖଲ କରିବାକୁୁ ଚେଷ୍ଟା କରିନାହିଁ । କାରଣ ସମ୍ବିଧାନ ମୋତେ ସେହି କାମ ବୋଲି କହିଛି, ମୁଁ ମୋର ସୀମା ବଜାୟ ରଖି ମୋ କଥା ରଖିଛି। ଏଠାରେ କେବଳ ଏକ ସଙ୍କେତ ଚାଲିଛି, ଅଧିକ କହିବାର ଆବଶ୍ୟକତା ନାହିଁ ।

ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ।

 

*****

NS/SLP