ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ସ୍ୱାଧୀନ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନଜନକ ଓ ସମାନତାପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବା ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିବା ଡକ୍ଟର ହରେକୃଷ୍ଣ ମହତାବ ଜୀଙ୍କୁ ପ୍ରଶଂସା କରିଛନ୍ତି । ଡକ୍ଟର ମହତାବଙ୍କର ୧୨୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମୋଦୀ ତାଙ୍କ ଆଦର୍ଶକୁ ସାକାର ରୂପ ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ରାଷ୍ଟ୍ରପତିଙ୍କ ଏକ୍ସ ଉପରେ ଆଉ ଏକ ପୋଷ୍ଟ ଜରିଆରେ ପ୍ରତିକ୍ରିୟା ଦେଇ ସେ ଲେଖିଛନ୍ତି:
‘‘ହରେକୃଷ୍ଣ ମହତାବ ଜୀ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଯିଏକି ଭାରତକୁ ସ୍ୱାଧୀନ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନ ଓ ସମାନତାର ଜୀବନ ସୁନିଶ୍ଚିତ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଓଡ଼ିଶାର ବିକାଶ ଦିଗରେ ତାଙ୍କର ଅବଦାନ ବିଶେଷ ଭାବେ ଉଲ୍ଲେଖନୀୟ। ସେ ମଧ୍ୟ ଜଣେ ବିଶିଷ୍ଟ ଚିନ୍ତାନାୟକ ଓ ବୁଦ୍ଧିଜୀବୀ ଥିଲେ। ତାଙ୍କର ୧୨୫ତମ ଜନ୍ମବାର୍ଷିକୀରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ତାଙ୍କ ଆଦର୍ଶକୁ ସାକାର ରୂପ ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି।’’
*******
P.S.
Dr. Harekrushna Mahatab Ji was a towering personality who devoted his life to making India free and ensuring a life of dignity and equality for every Indian. His contribution towards Odisha's development is particularly noteworthy. He was also a prolific thinker and intellectual.… https://t.co/vNg3iL8ap6
— Narendra Modi (@narendramodi) November 21, 2024