ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ତଥା ବିଶ୍ୱ ସ୍ତରରେ ଜୀବନକୁ ସଶକ୍ତ କରିବାକୁ ପ୍ରଯୁକ୍ତି କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି ।
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ କ୍ରିଷ୍ଟାଲିନା ଜର୍ଜେଇଭାଙ୍କ ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:
“ଏସଡିଜି ହାସଲ ଦିଗରେ ପ୍ରଗତିକୁ ଆଗେଇ ନେବା ଏବଂ ବୈଶ୍ୱିକ ସ୍ତରରେ ଜୀବନକୁ ସଶକ୍ତ କରିବାକୁ ପ୍ରଯୁକ୍ତି ବିଦ୍ୟା ନିକଟରେ ଅନେକ ସମ୍ଭାବନା ଅଛି । ମାନବତା ଏକ ଉଜ୍ୱଳ ଏବଂ ଉତ୍ତମ ଭବିଷ୍ୟତ ପାଇଁ ମିଳିମିଶି ଏହାର ଉପଯୋଗ କରନ୍ତୁ । @KGeorgieva ”
********
SR
Technology holds immense potential for driving progress on the SDGs and empowering lives globally. May humanity harness it together for a brighter and better future. @KGeorgieva https://t.co/phRuev1jXR
— Narendra Modi (@narendramodi) November 19, 2024