ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ସେପ୍ଟେମ୍ବର ୨୦୨୪ ରେ ଡେଲାୱେରର ୱିଲମିଙ୍ଗଟନରେ କ୍ୱାଡ୍ ଲିଡର୍ସ ଶିଖର ସମ୍ମିଳନୀ ଅବସରରେ ଆମେରିକାରେ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦାଙ୍କୁ ସାକ୍ଷାତ କରିଥିଲେ ।
ବିଶେଷକରି ମାର୍ଚ୍ଚ ୨୦୨୨ରେ ସେମାନଙ୍କର ପ୍ରଥମ ବାର୍ଷିକ ଶିଖର ସମ୍ମିଳନୀ ପରଠାରୁ ଦୁଇ ପ୍ରଧାନମନ୍ତ୍ରୀ ସେମାନଙ୍କର ଅନେକ କଥାବାର୍ତ୍ତାକୁ ସ୍ମରଣ କରିଥିଲେ । ଗତ କିଛି ବର୍ଷ ମଧ୍ୟରେ ଭାରତ–ଜାପାନ ସ୍ବତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀରେ ଅଗ୍ରଗତି କୁ ସକ୍ଷମ କରିବା ରେ ତାଙ୍କର ଅତୁଟ ସମର୍ପଣ ଏବଂ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଭାରତ–ଜାପାନ ସ୍ପେଶାଲ ଷ୍ଟ୍ରାଟେଜିକ୍ ଆଣ୍ଡ ଗ୍ଲୋବାଲ ପାର୍ଟନରସିପ୍ ଦଶମ ବର୍ଷରେ ପହଞ୍ଚିଛି ବୋଲି ଦୁଇ ନେତା ଉଲ୍ଲେଖ କରିଥିଲେ ଏବଂ ସମ୍ପର୍କରେ ହୋଇଥିବା ଅଗ୍ରଗତି ରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଦୁଇ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବହୁମୁଖୀ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ ପ୍ରତିରକ୍ଷା ଏବଂ ନିରାପତ୍ତା ସମ୍ପର୍କ ଏବଂ ବି୨ବି ଏବଂ ପି୨ପି ସହଯୋଗ ସମେତ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ମତ ବିନିମୟ କରିଥିଲେ ।
ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ଜଣାଇବା ସହ ତାଙ୍କ ଭବିଷ୍ୟତ ପ୍ରୟାସରେ ସଫଳତା ଓ ପରିପୂର୍ଣ୍ଣତା କାମନା କରିଛନ୍ତି ।
HS
Had a very good meeting with PM Kishida. Discussed cooperation in infrastructure, semiconductors, defence, green energy and more. Strong India-Japan ties are great for global prosperity. @kishida230 pic.twitter.com/qK4VJnUDtq
— Narendra Modi (@narendramodi) September 22, 2024
PM @narendramodi and PM @kishida230 of Japan met on the sidelines of the Quad Leaders' Summit in Delaware, US. The leaders reviewed the multi-faceted relationship between the two countries and exchanged views to deepen cooperation in sectors like technology, energy and defence. pic.twitter.com/FeLb8Yw1jN
— PMO India (@PMOIndia) September 22, 2024