ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର “୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା -୪ (ପିଏମଜିଏସୱାଇ-୪)ର କାର୍ଯ୍ୟକାରିତା” ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଯୋଗ୍ୟ ୨୫,୦୦୦ ସଂଯୋଗ ବିହୀନ ଜନବସତିକୁ ନୂତନ ସଂଯୋଗ ପ୍ରଦାନ ଏବଂ ନୂତନ ସଂଯୋଗୀକରଣ ରାସ୍ତାରେ ପୋଲ ନିର୍ମାଣ/ଉନ୍ନତିକରଣ ପାଇଁ ୬୨,୫୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ମୋଟ ବ୍ୟୟ ଅଟକଳ ୭୦,୧୨୫ କୋଟି ଟଙ୍କା ହେବ।
ଯୋଜନାର ବିବରଣୀ:
କ୍ୟାବିନେଟ ଦ୍ୱାରା ଦିଆଯାଇଥିବା ଅନୁମୋଦନର ବିବରଣୀ ନିମ୍ନଲିଖିତ ଅଟେ:
୧. ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ ୨୦୨୪-୨୫ରୁ ୨୦୨୮-୨୯ ଆର୍ଥିକ ବର୍ଷ ପାଇଁ ଆରମ୍ଭ ହୋଇଛି । ଏହି ଯୋଜନାର ସମୁଦାୟ ବ୍ୟୟ ଅଟକଳ ୭୦,୧୨୫ କୋଟି ଟଙ୍କା (କେନ୍ଦ୍ରୀୟ ଅଂଶ ୪୯,୦୮୭.୫୦ କୋଟି ଟଙ୍କା ଏବଂ ରାଜ୍ୟର ଅଂଶ ୨୧,୦୩୭.୫୦ କୋଟି ଟଙ୍କା)।
ଲାଭ:
HS