ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୩୧, ୨୦୨୪ ଦିନ ଅପରାହ୍ନ ୧୨:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନୋଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ‘ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ମିରଟ-ଲକ୍ଷ୍ନୌ, ମଦୁରାଇ – ବେଙ୍ଗାଲୁରୁ ଏବଂ ଚେନ୍ନାଇ – ନାଗରକୋଏଲ ତିନୋଟି ମାର୍ଗରେ ଯୋଗାଯୋଗରେ ଉନ୍ନତି ଆଣିବ।
ମିରଟ ସିଟି – ଲକ୍ଷ୍ନୌ ବନ୍ଦେ ଭାରତ ଯାତ୍ରୀମାନଙ୍କୁ ଦୁଇ ସହର ମଧ୍ୟରେ ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ୧ ଘଣ୍ଟା ସମୟ ସଞ୍ଚୟ କରିବାରେ ସାହାଯ୍ୟ କରିବ । ସେହିପରି ଚେନ୍ନାଇ ଏଗମୋର- ନାଗରକୋଏଲ ବନ୍ଦେ ଭାରତ ଏବଂ ମଦୁରାଇ-ବେଙ୍ଗାଲୁରୁ ବନ୍ଦେ ଭାରତ ଟ୍ରେନ୍ ଯଥାକ୍ରମେ ୨ ଘଣ୍ଟାରୁ ଅଧିକ ଏବଂ ପ୍ରାୟ ୧ ଘଣ୍ଟା ୩୦ ମିନିଟ୍ ସଞ୍ଚୟ କରି ଯାତ୍ରା କରିବ।
ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଏହି ଅଞ୍ଚଳର ଲୋକଙ୍କୁ ଦ୍ରୁତ ଏବଂ ଆରାମରେ ଯାତ୍ରା କରିବା ପାଇଁ ବିଶ୍ୱସ୍ତରୀୟ ଅଭିଜ୍ଞତା ପ୍ରଦାନ କରିବ ଏବଂ ତିନୋଟି ରାଜ୍ୟ – ଉତ୍ତର ପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକକୁ ସେବା ଯାଗାଇବ । ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଦ୍ୱାରା ନିୟମିତ ଯାତ୍ରୀ, କର୍ମଜୀବୀ, ବ୍ୟବସାୟୀ ଏବଂ ଛାତ୍ର ସମୁଦାୟର ଆବଶ୍ୟକତାକୁ ବହୁ ମାତ୍ରାରେ ପୂରଣ କରିବା ପାଇଁ ରେଳ ସେବାର ଏକ ନୂତନ ମାନଦଣ୍ଡ ଆରମ୍ଭ ହେବ।
HS