Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାଞ୍ଚ ବର୍ଷ ତଳେ ହୋଇଥିବା ଧାରା ୩୭୦ ଏବଂ ୩୫(କ) ଉଚ୍ଛେଦ ନିଷ୍ପତ୍ତିକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ


ସଂସଦରେ ପାଞ୍ଚ ବର୍ଷ ତଳେ ହୋଇଥିବା ଧାରା ୩୭୦ ଏବଂ ୩୫() ଉଚ୍ଛେଦ ନିଷ୍ପତ୍ତିକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନେ ପକାଇଛନ୍ତି ଜମ୍ମୁ ଏବଂ କାଶ୍ମୀର ଲଦାଖର ବିକାଶ ସମୃଦ୍ଧି ଦିଗରେ ଏକ ନୂତନ ଯୁଗ ସୃଷ୍ଟି ପାଇଁ ଏହା ଐତିହାସିକ କ୍ଷଣ ଥିଲା ବୋଲି ସେ କହିଛନ୍ତି

ଶ୍ରୀ ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

ଧାରା ୩୭୦ ଏବଂ ୩୫() ଉଚ୍ଛେଦ ପାଇଁ ସଂସଦ ନିଷ୍ପତ୍ତି ନେବାର ଆଜିକୁ ବର୍ଷ ପୂରଣ ହେଲା, ଯାହାକି ଦେଶର ଇତିହାସରେ ଥିଲା ଏକ ଐତିହାସିକ କ୍ଷଣ ଜମ୍ମ ଏବଂ କାଶ୍ମୀର ଲଦାଖର ବିକାଶ ସମୃଦ୍ଧି ପାଇଁ ନୂତନ ଏଥିରୁ ନୂତନ ଯୁଗ ସୃଷ୍ଟି ହୋଇଥିଲା ସମ୍ବିଧାନକୁ ସୃଷ୍ଟି କରିଥିବା ସେହି ମହାନ୍ ପୁରୁଷ ମହିଳାଙ୍କ ଦୃଷ୍ଟିକୋଣ ଅନୁଯାୟୀ ବାସ୍ତବରେ ଭାରତର ସମ୍ବିଧାନ ସବୁ ସ୍ଥାନରେ ଲାଗୁ ହୋଇପାରିଥିଲା ଏସବୁ ଧାରାର ଉଚ୍ଛେଦ ଯୋଗୁ ବିକାଶଠାରୁ ବଞ୍ଚିତ ଥିବା ମହିଳା, ଯୁବକ, ପଛୁଆ ବର୍ଗ, ଆଦିବାସୀ ଏବଂ ଦୁର୍ବଳ ଶ୍ରେଣୀଙ୍କ ପାଇଁ ନିରାପତ୍ତା, ସମ୍ମାନ ସୁଯୋଗ ଫେରି ପାରିଥିଲା ଏଥିସହ ଦଶନ୍ଧି ଧରି ଜମ୍ମୁକାଶ୍ମୀରକୁ ମାଡ଼ି ବସିଥିବା ଦୁର୍ନୀତି ଦୂର ହୋଇପାରିଥିଲା

ଜମ୍ମୁକାଶ୍ମୀର ଲଦାଖର ଲୋକମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି, ଆଗାମୀ ଦିନରେ ସେମାନଙ୍କ ଇଚ୍ଛା ପୂରଣ ପାଇଁ ସରକାର ସେମାନଙ୍କ ସହ ମିଶି କାମ କରିବ

SR