Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେରଳର ୱାୟାନାଡରେ ଭୂସ୍ଖଳନ ଯୋଗୁଁ ହୋଇଥିବା ଜୀବନ ହାନୀ ଘଟଣାରେ ଗଭୀର ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


କେରଳର ୱାୟାନାଡର କିଛି ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ହୋଇଥିବା ଜୀବନ ହାନୀ ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟି ବିଜୟନ୍‌ଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଏବଂ ସେହି ଅଞ୍ଚଳର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସାହାଯ୍ୟ ସହଯୋଗ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ୱାୟାନାଡର କେତେକ ଅଞ୍ଚଳରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଦୁଃଖିତ । ଯେଉଁମାନେ ନିଜର ପ୍ରିୟଜନମାନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ସମବେଦନ ଜଣାଉଛି ଏବଂ ଆହତମାନଙ୍କ ପାଇଁ ପ୍ରାର୍ଥନା କରୁଛି । ଏଥିରେ ପ୍ରଭାବିତ ହୋଇଥିବା ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟି ବିଜୟନ୍‌ଙ୍କ ସହ ଆଲୋଚନା କରିଛି ଏବଂ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବ ବୋଲି ଆଶ୍ୱାସନା ଦେଇଛି ।”

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି ଯେ;

“କେରଳର ୱାୟାନାଡର କିଛି ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଦିଆଯିବ ।”

 

SR