ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀଠାରେ ଭୁଟାନର ପ୍ରଧାନମନ୍ତ୍ରୀ ମହାମହିମ ସେରିଂ ତୋଗବେଙ୍କୁ ସାକ୍ଷାତ କରିଛନ୍ତି
ପ୍ରଧାନମନ୍ତ୍ରୀ ସେରିଂ ତୋଗବେ ଏବେ ସରକାରୀ ଗସ୍ତରେ ଭାରତ ଆସିଛନ୍ତି । ୨୦୨୪ ମସିହା ଫେବୃଆରୀ ମାସରେ ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେଲାପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ।
ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ କ୍ଷେତ୍ରର କାର୍ଯ୍ୟପ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହିସବୁ କ୍ଷେତ୍ର ମଧ୍ୟରେ ଭିତ୍ତିଭୂମି ବିକାଶ, ସଂଯୋଗୀକରଣ , ଶକ୍ତି, ଜଳଶକ୍ତି କ୍ଷେତ୍ରରେ ସହଯୋଗ, ଜନଜନ ସଂପର୍କ ଓ ଭାବ ଆଦାନ ପ୍ରଦାନ ଏବଂ ବିକାଶମୂଳକ ସହଯୋଗ ଆଦି ସାମିଲ । ଭାରତ-ଭୁଟାନ ବନ୍ଧୁତାର ବିଶେଷ ଓ ସ୍ୱତନ୍ତ୍ର ସଂପର୍କକୁ ଆହୁରି ସୁଦୃଢ କରିବା ନିମନ୍ତେ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।
ଭୁଟାନ ପ୍ରଧାନମନ୍ତ୍ରୀ ଭୁଟାନର ବିକାଶ କାର୍ଯ୍ୟକ୍ରମରେ ଭାରତର ନିର୍ଭରଯୋଗ୍ୟ, ବିଶ୍ୱସ୍ତ ଏବଂ ମୂଲ୍ୟବାନ ସହଭାଗିତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।
ଭୁଟାନ ନରେଶଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସେରିଂ ତୋଗବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସନ୍ତା ସପ୍ତାହରେ ଭୁଟାନ ଗସ୍ତରେ ଯିବାପାଇଁ ଆମନ୍ତ୍ରଣ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ।
SR
Glad to meet my friend and PM of Bhutan @tsheringtobgay on his first overseas visit in this term. Had productive discussions encompassing various aspects of our unique and special partnership. I convey heartfelt thanks to His Majesty the King of Bhutan and @PMBhutan for inviting… pic.twitter.com/Ab7wXH2TVt
— Narendra Modi (@narendramodi) March 14, 2024