ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିବାର ବିଲ୍ ଗେଟ୍ସଙ୍କ ଅଭିଜ୍ଞତା ଉପରେ ମନ୍ତବ୍ୟ ଦେଇଛନ୍ତି । ଆଗାମୀ ଦିନରେ ସମଗ୍ର ବିଶ୍ୱର ଲୋକଙ୍କୁ ଏଠାକୁ ଆସିବାକୁ ଶ୍ରୀ ମୋଦୀ ଅନୁରୋଧ କରିଛନ୍ତି।
ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ ପରେ ଶ୍ରୀ ବିଲ୍ ଗେଟ୍ସ ଏକ ଟ୍ବିଟର ପୋଷ୍ଟରେ କହିଛନ୍ତି ଯେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଏକ ଇଞ୍ଜିନିୟରିଂ ଚମତ୍କାର ଏବଂ ସର୍ଦ୍ଦାର ପଟେଲଙ୍କ ପ୍ରତି ଏକ ମହାନ ଶ୍ରଦ୍ଧାଞ୍ଜଳି। ଏହା ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ, ବିଶେଷ କରି ମହିଳାମାନଙ୍କ ପାଇଁ ଆର୍ଥିକ ସୁଯୋଗ ସୃଷ୍ଟି କରୁଥିବାରୁ ସେ ଆନନ୍ଦିତ ବୋଲି କହିଛନ୍ତି।
ଶ୍ରୀ ବିଲ୍ ଗେଟ୍ସଙ୍କ ଟ୍ବିଟର ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;
“ଏହା ଦେଖି ଖୁସି ଲାଗୁଛି ! ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ରେ ଆପଣ ନିଜ ଅନୁଭୂତିକୁ ଉପଭୋଗ କରିଥିବାରୁ ଆନନ୍ଦିତ। ମୁଁ ସମଗ୍ର ବିଶ୍ୱର ଲୋକଙ୍କୁ ଅନୁରୋଧ କରୁଛି ଯେ ଆଗାମୀ ଦିନରେ ଏହାକୁ ପରିଦର୍ଶନ କରନ୍ତୁ । @BillGates”
Happy to see this! Glad that you enjoyed your experience at the ‘Statue of Unity.’ I also urge people from all over the world to visit it in the coming times. @BillGates https://t.co/71oImk05RG
— Narendra Modi (@narendramodi) March 2, 2024
BS