Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନାଥ ଫେବ୍ରୁଆରି ୨୯ ରେ ମରିସସର ଆଗାଲେଗା ଦ୍ୱୀପରେ ମିଳିତ ଭାବେ ନୂତନ ଏୟାରଷ୍ଟ୍ରିପ୍ ଏବଂ ଏକ ଜେଟିକୁ ଉଦଘାଟନ କରିବେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପ୍ରବୀନ୍ଦ ଜୁଗନାଥ ୨୯ ଫେବୃଆରୀ ୨୦୨୪ ଅପରାହ୍ନ ୧ଟାରେ ମରିସସର ଆଗାଲେଗା ଦ୍ୱୀପରେ ନୂତନ ଏୟାରଷ୍ଟ୍ରିପ୍ ଏବଂ ସେଣ୍ଟ ଜେମ୍ସ ଜେଟି ସହିତ ଛଅଟି ଗୋଷ୍ଠୀ ବିକାଶ ପ୍ରକଳ୍ପକୁ ମିଳିତ ଭାବେ ଉଦଘାଟନ କରିବେ

ଏହି ପ୍ରକଳ୍ପଗୁଡ଼ିକର ଉଦଘାଟନ ଭାରତ ଏବଂ ମରିସସ୍ ମଧ୍ୟରେ ସୁଦୃଢ଼ ଏବଂ ଦଶନ୍ଧି ପୁରୁଣା ବିକାଶ ଭାଗିଦାରୀର ପ୍ରମାଣ। ଏହି ପ୍ରକଳ୍ପଗୁଡ଼ିକ ମେନଲାଣ୍ଡ ମରିସସ୍ ଏବଂ ଆଗାଲେଗା ମଧ୍ୟରେ ଉତ୍ତମ ଯୋଗାଯୋଗ, ସାମୁଦ୍ରିକ ନିରାପତ୍ତାକୁ ସୁଦୃଢ଼ କରିବା ଏବଂ ସାମାଜିକଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବାର ଚାହିଦା ପୂରଣ କରିବ

ନିକଟରେ ୧୨ ଫେବୃଆରୀ ୨୦୨୪ ରେ ଦୁଇ ନେତାଙ୍କ ଦ୍ୱାରା ମରିସସରେ ୟୁପିଆଇ ଏବଂ ରୂପେ କାର୍ଡ ସେବାର ଶୁଭାରମ୍ଭ ପରେ ଏହି ପ୍ରକଳ୍ପଗୁଡିକର ଉଦଘାଟନ ଗୁରୁତ୍ୱପୂର୍ଣ୍ଣ ଅଟେ

 

BS