Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ସ୍ୱାକ୍ଷରକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଭାରତ ସରକାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ସ୍ୱାକ୍ଷର ଏବଂ ଅନୁମୋଦନକୁ ମଞ୍ଜୁରି ଦେଇଛି ।

 

ଏହି ଚୁକ୍ତିରେ ନିବେଶକ ବିଶେଷକରି ବଡ଼ ନିବେଶକଙ୍କ ଭରସା ବୃଦ୍ଧି ପାଇବାର ଆଶା ରହିଛି, ଯାହା ଫଳରେ ବିଦେଶୀ ନିବେଶ ଏବଂ ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଓଡିଆଇ) ଲାଗି ସୁଯୋଗ ବଢ଼ିବ ଓ ନିଯୁକ୍ତି ସୃଷ୍ଟି ଦିଗରେ ସକାରାତ୍ମକ ପ୍ରଭାବ ପଡ଼ିବ ।

 

ଏହି ମଞ୍ଜୁରି ଯୋଗୁ ଭାରତରେ ନିବେଶ ବଢ଼ିବାର ଆଶା ରହିଛି । ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା, ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ, ରପ୍ତାନି ବୃଦ୍ଧି ଆଦି ଦ୍ୱାରା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ ଦିଗରେ ଏହା ସହାୟକ ହେବ । 

 

SR