Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉସ୍ତାଦ ରସିଦ ଖାନ୍‌ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଉସ୍ତାଦ ରସିଦ ଖାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି :

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଉସ୍ତାଦ ରସିଦ ଖାନ୍ ଜୀଙ୍କ ବିୟୋଗରେ ମୁଁ ଦୁଃଖିତ । ସଙ୍ଗୀତ ପ୍ରତି ତାଙ୍କର ଅତୁଳନୀୟ ପ୍ରତିଭା ଏବଂ ସମର୍ପଣ ଆମ ସାଂସ୍କୃତିକ ଦୁନିଆକୁ ସମୃଦ୍ଧ କରିଥିଲା ଏବଂ ପିଢ଼ିକୁ ପ୍ରେରଣା ଦେଇଥିଲା । ତାଙ୍କ ବିୟୋଗରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଯାହା ପୂରଣ କରିବା କଷ୍ଟକର ହେବ । ତାଙ୍କ ପରିବାର, ଶିଷ୍ୟ ଏବଂ ଅଗଣିତ ପ୍ରଶଂସକ ମାନଙ୍କ ପ୍ରତି ମୋର ଗଭୀର ସମବେଦନା ।

***

SSP