Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତ କାଳରେ କାଭାରାଟି ଠାରେ ୧୧୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତ କାଳରେ କାଭାରାଟି ଠାରେ ୧୧୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩.୦୧.୨୦୨୪) ଲାକ୍ଷାଦ୍ୱୀପର କାଭାରାଟିଠାରେ ୧୧୦୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଆଜିର ବିକାଶମୂଳକ ପ୍ରକଳ୍ପଗୁଡିକ ମଧ୍ୟରେ ପ୍ରଯୁକ୍ତି, ଶକ୍ତି, ଜଳସମ୍ପଦ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ର ଅନ୍ତର୍ଭୁକ୍ତ । 

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଲ୍ୟାପଟପ୍ ଯୋଜନାରେ ଲ୍ୟାପଟପ୍ ଓ ବେଟୀ ବଚାଓ, ବେଟୀ ପଢାଓ ଯୋଜନା ଅଧୀନରେ ସାଇକେଲ ବଣ୍ଟନ କରିଥିଲେ । ସେ ମଧ୍ୟ ଚାଷୀ ଓ ମତ୍ସ୍ୟୀବୀମୀ ହିତାଧିକାରୀମାନଙ୍କୁ ପିଏମ୍ କିଷାନ କ୍ରେଡିଟ୍ କାର୍ଡ ହସ୍ତାନ୍ତର କରିଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ,ଲାକ୍ଷାଦୀପର ସୌନ୍ଦର୍ଯ୍ୟ ଭାଷାରେ ବଖାଣୀହେବ ନାହିଁ ଓ ସେ ମଧ୍ୟ ଅଗାଟି, ବନଗ୍ରାମ, କାଭାଟୀ ପରିଦର୍ଶନ କରିଛନ୍ତି । “ଲାକ୍ଷାଦ୍ୱୀପର ଭୌଗୋଳିକ ପରିସୀମା କ୍ଷୁଦ୍ର ହେଲେ ମଧ୍ୟ ସେଠାକାର ଅଧିବାସୀମାନଙ୍କ ହୃଦୟ ମହାସାଗର ଭଳି ଗଭୀର” ବୋଲି ଶ୍ରୀ ମୋଦୀ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଦେବାବେଳେ ଭାବ ବିହ୍ୱଳିତ ଢଙ୍ଗରେ କହିଥିଲେ । 

ଦୀର୍ଘଦିନ ଧରି ଦୂରଦୂରାନ୍ତ, ସୀମାନ୍ତ ବା ଉପକୂଳ ଓ ଦ୍ୱୀପାଞ୍ଚଳ ଅବହେଳିତ ହୋଇ ରହିଥିବା ସୂଚାଇ ପ୍ରଧାନମନ୍ତ୍ରୀ “ ଆମ ସରକାର ଏହି ସବୁ ଅଞ୍ଚଳ ପ୍ରତି ଅଗ୍ରାଧିକାର ଦେଉଛନ୍ତି” ବୋଲି କହିଥିଲେ । ସେ ଅଞ୍ଚଳର ଜନସାଧାରଣଙ୍କୁ ଭିତ୍ତିଭୂମି, ସଂଯୋଗୀକରଣ, ଜଳ, ସ୍ୱାସ୍ଥ୍ୟ ଓ ଶିଶୁ ଯତ୍ନ ଇତ୍ୟାଦି କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ ଗୁଡିକ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ । 

ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପର ବିକାଶ ନେଇ ସରକାର ନେଉଥିବା ପଦକ୍ଷେପଗୁଡିକ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ପୂର୍ଣ୍ଣତା ହାସଲ ହୋଇଥିବାବେଳେ, ପ୍ରତ୍ୟେକ ହିତାଧିକାରୀ ମାଗଣା ରାସନ ପାଉଛନ୍ତି । ସେମାନେ ପିଏମ୍ କିଶାନ କ୍ରେଡିଟ୍ କାର୍ଡ ଓ ଆୟୁଷ୍ମାନ କାର୍ଡ ମଧ୍ୟ ପାଉଛନ୍ତି ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ମଧ୍ୟ ତିଆରି ହୋଇଛି । “କେନ୍ଦ୍ର ସରକାରର ପ୍ରତ୍ୟେକ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ଦେବା ପାଇଁ ଅହରହ ଉଦ୍ୟମ କରୁଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ଜରିଆରେ ଅର୍ଥ ପ୍ରଦାନ କରିବାରେ ଯେଉଁ ସ୍ୱଚ୍ଛତା ହାସଲ ହୋଇଛି ଏହା ଅନେକାଂଶରେ ଦୁର୍ନୀତିକୁ ରୋକିପାରିଛି । ଯେଉଁମାନେ ଅଧିକାରରୁ ବଞ୍ଚିତ କରୁଥିଲେ ସେମାନଙ୍କୁ କୌଣସି ପ୍ରକାରେ ମଧ୍ୟ ଛଡାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । 

ପ୍ରଧାନମନ୍ତ୍ରୀ ୨୦୨୦ରେ କିପରି ହଜାର ଦିନ ମଧ୍ୟରେ ଦ୍ରୁତ ଇଣ୍ଟରନେଟ ଲାଗି ପ୍ରତିଶ୍ରୁତି ଦେଇଥିଲେ, ତାହାର ସ୍ମୃତିଚାରଣ କରିଥିଲେ । କୋଚି ଲାକ୍ଷାଦ୍ୱୀପ ଆଇଲ୍ୟାଣ୍ଡ ସବମେରାଇନ ଅପ୍ଟିକାଲ ଫାଇବର ସଂଯୋଗ (KLI – SOFC) ପ୍ରକଳ୍ପ ଆଜି ଜନସାଧାରଣ ନିମନ୍ତେ ଉଦ୍‌ଘାଟିତ ହୋଇଛି । ଓ ଏହା ଲକ୍ଷାଦ୍ୱୀପ ଜନସାଧାରଣଙ୍କୁ ଶହେ ଗୁଣ ଅଧିକ ଦ୍ରୁତଗତିରେ ଇଣ୍ଟରନେଟ ସେବା ଯୋଗାଇବ । ଏହା ସରକାରୀ ସେବା, ଡାକ୍ତରୀ ଚିକିତ୍ସା, ଶିକ୍ଷା ଓ ଡିଜିଟାଲ ବ୍ୟାଙ୍କି କ୍ଷେତ୍ରରେ ଅନେକ ଉନ୍ନତି ଆଣିବ । ଲାକ୍ଷାଦ୍ୱୀପକୁ ରଣନୀତିକ ପେଣ୍ଠସ୍ଥଳ ଭାବେ ଗଢି ତୋଳିବା ଦିଗରେ ଏହା ବିଶେଷ ସହାୟକ ହେବ । ନିମ୍ନ ଉତ୍ତାପ ତାପଜ ଲବଣାଂଶ ଦୂରୀକରଣ (ଏଲଟିଟିଡି) ପ୍ଲାଣ୍ଟ କାଡମାଟରେ ସ୍ଥାପିତ ହେବା ଦ୍ୱାରା ଲାକ୍ଷାଦ୍ୱୀପର ପ୍ରତି ଘରକୁ ପାଇବ ଯୋଗେ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମ ଆହୁରି ଶୀଘ୍ର କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । 

ପ୍ରଧାନମନ୍ତ୍ରୀ ତାଙ୍କର କଥାବାର୍ତ୍ତା ସ୍ୱନାମଧନ୍ୟ ପରିବେଶବିତ୍ ଶ୍ରୀ ଅଲ୍ଲୀ ମଣିକଫନଙ୍କ ସହ ହୋଇଥିବା କଥାକୁ ନେଇ ମଣିକଫନଙ୍କ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜରେ ପହଞ୍ôଚବା ପରେ କିପରି ଗବେଷଣା ଓ ନବୋନ୍ମେଷ ବୃଦ୍ଧି ପାଇଥିଲା ତା’ ଉପରେ ଆଲୋକପାତ କରିଥିଲେ । ବର୍ତମାନର ସରକାର ଶ୍ରୀ ଅଲ୍ଲୀ ମଣିକାଫନଙ୍କୁ ୨୦୨୧ ମସିହାରେ ପଦ୍ମଶ୍ରୀ ପୁରସ୍କାର ସମ୍ମାନରେ ସମ୍ମାନୀତି କରିଥିବାରୁ ସେ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ । ଆଜି ଛାତ୍ରଛାତ୍ରୀମାନଙ୍କୁ ଲ୍ୟାପଟପ ଓ ସାଇକେଲ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାର ଲାକ୍ଷାଦ୍ୱୀପର ଯୁବାଗୋଷ୍ଠୀ ନିମନ୍ତେ ନବୋନ୍ମେଷ ଓ ଶିକ୍ଷା ଦିଗରେ ରାସ୍ତା ଖୋଲିଛନ୍ତି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଚ୍ଚତର ଶିକ୍ଷାନୁଷ୍ଠାନ ଅଭାବ ଯୋଗୁଁ ଲାକ୍ଷାଦ୍ୱୀପର ଛାତ୍ରଛାତ୍ରୀମାନେ ବହୁଳଭାବେ ବାହାରକୁ ପଳାଉଥିଲେ । ଉଚ୍ଚଶିକ୍ଷା ପାଇଁ କଳା ଓ ବିଜ୍ଞାନର ଉଚ୍ଚଶିକ୍ଷାନୁଷ୍ଠାନ ଆଣ୍ଡ୍ରଟ୍ ଓ କାଡମାଟ୍ ଦ୍ୱୀପରେ ଖୋଲାଯାଇଥିବାବେଳେ,ମିନିକୟରେ ପଲିଟେକନିକ୍ ପ୍ରତିଷ୍ଠାନ ଖୋଲାଯାଇଛି । “ଏହା ଲାକ୍ଷାଦ୍ୱୀପର ଛାତ୍ରଛାତ୍ରୀଙ୍କ ଅଶେଷ ଉପକାରରେ ଆସିଛି” ବୋଲି ସେ କହିଥିଲେ । 

ହଜ୍ ଯାତ୍ରୀଙ୍କ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଲାକ୍ଷାଦ୍ୱୀପ ଜନସାଧାରଣ ବିଶେଷ ଉପକୃତ ହୋଇଥିବା ଶ୍ରୀ ମୋଦୀ କହିଥିଲେ । ଏଥି ପାଇଁ ସେ ହଜ ଭିସାର ସୁବିଧା ଭିସା ପ୍ରକ୍ରିୟାକରଣ ନିମନ୍ତେ ଡିଜଟାଲ ପଦ୍ଧତି ଓ ବିନା ମହେରମ୍‌ରେ ମହିଳାଙ୍କୁ ହଜ୍‌ଯାତ୍ରା ସୁବିଧା ଇତ୍ୟାଦି ବିଷୟରେ ସେ କହିଥିଲେ । ସେ ଦୃଷ୍ଟିରୁ ଭାରତୀୟମାନଙ୍କ “ଉମରାହ’ ଯାତ୍ରା ସଂଖ୍ୟାଧିକ ହୋଇଛି ବୋଲି ସେ କହିଥିଲେ ।

ଭାରତର ବୈଶ୍ୱିକ ସାମଗ୍ରୀକ ଖାଦ୍ୟ ବଜାରରେ ଅଧିକ ଭାଗିଦାରୀତାର ପ୍ରଚେଷ୍ଟା ଯୋଗୁଁ ଲାକ୍ଷାଦ୍ୱୀପ ମଧ୍ୟ ଉପକୃତ ହେବ । କାରଣ ଏଠାରୁ ଟୁନା ମାଛ ଜାପାନକୁ ରପ୍ତାନୀ କରାଯାଇଥାଏ । ଏହି ରପ୍ତାନୀ ଯୋଗ୍ୟ ଗୁଣାତ୍ମକ ମାଛ ରପ୍ତାନୀ ମତ୍ସ୍ୟଜୀବୀମାନଙ୍କ ଜୀବନରେ ଉନ୍ନତି ଆଣିବ । ସେ ମଧ୍ୟ ସାମୁଦ୍ରିକ ଶୈବାଳ ଚାଷର ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱଆରୋପ କରିଥିଲେ । ସେ ଅଞ୍ଚଳର ଭଙ୍ଗୁର ପରିବେଶର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ କାଭାରାଟିରେ ସୌର ପ୍ରକଳ୍ପ ତଥା ପ୍ରଥମ ବ୍ୟାଟେରୀଭିତ୍ତିକ ସୌରଶକ୍ତି ପ୍ରକଳ୍ପ ଏ ଦିଗରେ ଏକ ପଦକ୍ଷେପ ବୋଲି କହିଥିଲେ ।

ସ୍ୱାଧୀନତାର ଅମୃତକାଳରେ ଭାରତକୁ ଏକ ସମୃଦ୍ଧ ଦେଶରେ ପରିଣତ କରିବା ନେଇ ଲାକ୍ଷାଦ୍ୱୀପର ଭୂମିକା ଉପରେ ଗୁରୁତ୍ୱା ଆରୋପ କରି ଶ୍ରୀ ମୋଦୀ ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ସରକା ଆନ୍ତର୍ଜର୍ଜାତ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ନିକଟରେ ଶେଷ ହୋଇଥିବା ଜି-୨୦ ଶିଖର ବୈଠକରେ ଲାକ୍ଷାଦ୍ୱୀପ ଆନ୍ତର୍ଜାତିକ ସ୍ୱୀକୃତୀ ଲାଭ କରିଛି । “ସ୍ୱଦେଶ ଦର୍ଶନ ଯୋଜନାରେ ଲାକ୍ଷାଦ୍ୱୀପ ନିମନ୍ତେ ଏକ ଲକ୍ଷ୍ୟସ୍ଥଳୀ ଭିତ୍ତିକ ମାଷ୍ଟର ପ୍ଲାନ ଖସଡା ପ୍ରସ୍ତୁତ ହେଉଛି ବୋଲି ସେ କହିଥିଲେ । ଲାକ୍ଷାଦ୍ୱୀପରେ ଦୁଇଟି ନୀଳ ପତାକା ଯୁକ୍ତ ବେଳାଭୂମି ରହିଛି । କାଡମାଟ୍ ଓ ସୁହେଲୀ ଦ୍ୱୀପରେ ଜଳଦ ଶୈଳ ନିବାସ ପ୍ରକଳ୍ପ ଏକ ପ୍ରମୁଖ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ହେବ ।”

ପାଞ୍ଚବର୍ଷ ଆଗରୁ ଲାକ୍ଷ୍ୟାଦୀପକୁ ଯେତେ ପର୍ଯ୍ୟଟକଙ୍କ ଆଗମନ ହେଉଥିଲା ,ତ୍ତବର୍ତ୍ତମାନ ତାହା ପାଂଚଗୁଣ ବୃଦ୍ଧି ପାଇଛିି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ନାଗରିକମାନଙ୍କୁ ବିଦେଶଯାତ୍ରା କରିବା ପୂର୍ବରୁ ଦେଶର ଅନ୍ତତଃ ପନ୍ଦରଟି ସ୍ଥାନ ପରିଦର୍ଶନ ନିମନ୍ତେ ଘୋଷଣା କରିଛନ୍ତି । ବିଦେଶୀ ଦ୍ୱିପାଞ୍ଚଳ ପରିଦର୍ଶନ ପୂର୍ବରୁ ଜନସାଧାରଣ ଲାକ୍ଷାଦ୍ୱୀପ ପରିଦର୍ଶନ କରିବାକୁ ଶ୍ରୀମୋଦୀ ଆହ୍ୱାନ ଦେଇଛନ୍ତି । “ଆପଣମାନେ ଥରେ ଲାକ୍ଷାଦ୍ୱୀପରେ ସୌନ୍ଦର୍ଯ୍ୟ ଅବଲୋକନ କରିବା ପରେ ବିଶ୍ୱର ଅନ୍ୟାନ୍ୟ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ତା’ଆଗରେ ଫିକା ପଡିଯିବ” ବୋଲି ସେ କହିଥିଲେ । 

କେନ୍ଦ୍ର ସରକାର ଭଲରେ ରହିବା, ସୁଖପଦ ଭ୍ରମଣ ଓ ବାଧାହୀନ ବ୍ୟବସାୟ ନେଇ ସମସ୍ତେ ସମ୍ଭାବ୍ୟ ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ।

ଲାକ୍ଷାଦ୍ୱୀପର ଉପ ରାଜ୍ୟପାଳ ଶ୍ରୀ ପ୍ରଫୁଲ୍ଲ ପଟେଲ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି:- ଏକ ଅବସ୍ଥାନ୍ତରର ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପରେ ଇଣ୍ଟରନେଟ ମନ୍ଥର ଗତି ନେଇ ଏଥିରୁ ନିସୃତି ପାଇଁ ଏକ ସଂକଳ୍ପ ନେଇଥିଲେ । ଏହାର ଫଳ ସ୍ୱରୂପ ୨୦୨୦ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀର ଉପରୁ କୋଚି-ଲାକ୍ଷାଦ୍ୱୀପ ଦୀପ ସମୂହର ସବ୍ ମେରାଇନ ଅପ୍ଟିକାଲ ଫାଇବର ସଂଯୋଗ (କଖଓ – ଝଙୠଉ) ପ୍ରକଳ୍ପ ଘୋଷଣା କରାଯାଇଥିଲା । ଏହି ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ଶେଷ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । ଏହା ଫଳରେ ଇଣ୍ଟରନେଟ ଗତି ଶହେ ଗୁଣ ଅଧିକ ଅର୍ଥାତ୍ (୧.୭୯ଜିବିପିଏସ୍‌ରୁ ୨୦୦ଜିବିପିଏସ୍‌)କୁ ବୃଦ୍ଧି ପାଇବ । ସ୍ୱାଧୀନତା ପରେ ପ୍ରଥମ ଥର ନିମନ୍ତେ ଲାକ୍ଷାଦ୍ୱୀପ ସବ୍‌ ମେରାଇନ ‌ଅପ୍ଟିକାଲ ଫାଇବର କେବୁଲ ଦ୍ୱାରା ସଂଯାଗ ପାଇବ । ଏହା ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ସେବାକୁ ସୁନିଶ୍ଚିତ କରିବା ସହ ଟେଲିମେଡିସିନ୍ ଇ-ପ୍ରଶାସନ, ଶିକ୍ଷା, ଡିଜିଟାଲ ବ୍ୟାଙ୍କି କ୍ଷେତ୍ରରେ ସୁଧାର ଆଣିବ । 

ପ୍ରଧାନମନ୍ତ୍ରୀ ସ୍ୱଳ୍ପ ତାପମାନ ତାପଜ ଲବଣାଂସ ଅପ୍‌ସାରଣ (ଏଲଟିଟିଡି) ପ୍ଲାଣ୍ଟ ମଧ୍ୟ କାଡମାଟ୍‌ଠାରେ ଉଦ୍‌ଘାଟନ କରିଛନ୍ତି । ଏହା ପ୍ରତିଦିନ ୧.୫ଲକ୍ଷ ଲିଟର ସ୍ୱଚ୍ଛ ଜଳ ଉତ୍ପାଦନ କରିବ । ପ୍ରଧାନମନ୍ତ୍ରୀ ମଧ୍ୟ ଆଗଟି ଓ ମିନିକୟ ଦୀପରେ ଘରୋଇ ଜଳଯୋଗାଣ ବ୍ୟବସ୍ଥା (ଏଫଏଚଟିସି)କୁ ଉଦ୍‌ଘାଟନ କରିଛନ୍ତି । ଏକ ପ୍ରବାଳ ଦ୍ୱୀପ ହୋଇ ଥିବାରୁ ଜଳ ପରିବହନ ଲାକ୍ଷାଦ୍ୱୀପରେ ଏକ ବିରାଟ ସମସ୍ୟା ଥିଲା । ସେଠରରେ ଭୂତଳ ଜଳ ଖୁବ୍ କମ୍ ଉପଲବ୍ଧ । ଏହି ପାନୀୟ ଜଳ ପ୍ରକଳ୍ପ ଲାକ୍ଷାଦ୍ୱୀପରେ ପର୍ଯ୍ୟଟକର ବିଭବର ବିକାଶ କରିବା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।

 ଅନ୍ୟାନ୍ୟ ଉଦ୍‌ଘାଟିତ ପ୍ରକଳ୍ପ ଗୁଡିକ ମଧ୍ୟରେ କାଭାରା୍‌ଟିର ସୌରପ୍ରକଳ୍ପ, ଯାହା ପ୍ରଥମ ବ୍ୟାଟେରୀ ଭତତ୍ତିକ ସୌରଶକ୍ତି ପ୍ରକଳ୍ପ ହୋଇପାରିଛି । ଏହା ଡିଜେଲ ଭିତ୍ତିକ ଶକ୍ତି ଉତ୍ପାଦନ କେନ୍ଦ୍ର ଉପରେ କମ୍ ନିର୍ଭରଶୀଳ ହେବ। ଯାହା ଭାରତୀୟ ରିଜର୍ଭ ବାଟାଲିୟନ ପରିସରରେ କାର୍ଯ୍ୟକାରୀ ହେଉଛି । 

ପ୍ରଧାନମନ୍ତ୍ରୀ କାଲପେନୀଠାରେ ପ୍ରାଥମିକ ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ରର ଶିଳାନ୍ୟାସ କରିବା ସହ ପାଂଚଟି ଦ୍ୱୀପ ଯଥା ଆଣ୍ଡ୍ରୋଥ‌, ଚେଟଲାଟ, କାଡମଟ, ଅଗାଟୀ ଏବଂ ମିନିକୟରେ ପାଂଚଟି ଅଙ୍ଗନବାଡି କେନ୍ଦ୍ର (ନନ୍ଦଘର)ର ଶିଳାନ୍ୟାସ କରିଛନ୍ତି ।

 

*****

SM/SLP